ଏହାର ସେବନ କରିବା ଦ୍ୱାରା ଛୋଟ ଠାରୁ ବଡ଼ ଲୋକଙ୍କ ସମସ୍ତଙ୍କର କାଶ ଠିକ୍ ହୋଇଯିବ ।

ଆଜିକାଲି କାଶ ହେବା ଏକ ସାଧାରଣ ସମସ୍ୟା ଅଟେ । ଅଳ୍ପ କିଛି ଥଣ୍ଡା ହେଲେ ଆପଣଙ୍କୁ କାଶ ହୋଇଥାଏ ଏବଂ କଫ ଜମି ଯାଇଥାଏ । ଏଭଳି ସମସ୍ୟା ହେଲେ ଆପଣ ତୁରନ୍ତ କୌଣସି ଡାକ୍ତରଙ୍କ ପାଖକୁ ଯାଇଥାନ୍ତି କିମ୍ବା କୌଣସି ଔଷଧ ସେବନ କରିଥାନ୍ତି । କିନ୍ତୁ ଆପଣଙ୍କୁ ଯଦି ୩ ରୁ ୮ ସପ୍ତାହ ପର୍ଯ୍ୟନ୍ତ କାଶ ଲାଗିରହିଛି ଏବଂ ଆପଣଙ୍କ କାଶରୁ ରକ୍ତ ପଡୁଛି ତେବେ ତୁରନ୍ତ ଆପଣ କୌଣସି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । କିନ୍ତୁ ଆପଣ କିଛି ଆୟୁର୍ବେଦ ଉପଚାର ଦ୍ୱାରା ମଧ୍ୟ ଆପଣ କାଶ ଭଳି ସମସ୍ୟା ଠାରୁ ଦୂରେଇ ରହିପାରିବେ ଏବଂ କଷ୍ଟରୁ ମୁକ୍ତି ପାଇପାରିବେ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରଇ ଉପଚାର କହିବୁ ଯାହାର ସେବନ ଦ୍ୱାରା ଆପଣଙ୍କ କାଶ ରୁ ଆପଣଙ୍କୁ ସଙ୍ଗେ ସଙ୍ଗେ ଆରାମ ମିଳିବ ।

ଉପଚାର ପ୍ରସ୍ତୁତି କରିବାର ବିଧି –

google

ଗୋଟିଏ ପାତ୍ରରେ ଗୋଟିଏ ଗ୍ଲାସ୍ ପାଣି ପକାନ୍ତୁ, ସେଥିରେ ଏକ ଛୋଟ ଅଦା ଖଣ୍ଡ ପକାନ୍ତୁ । ଏହି ଅଦାକୁ ଅଳ୍ପ ଛେଚି ପକାଇବେ । ଅଦାରେ ଏଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା କାଶ ଝିଙ୍କ ଏବଂ କଫ ଜନିତ ସମସ୍ୟାକୁ ସବୁଦିନ ପାଇଁ ଦୂର କରିଥାଏ । ଏହା ମଧ୍ୟ ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବଢ଼େଇବା ପାଇଁ ବହୁତ ସାହାଯ୍ୟ କରିଥାଏ । ଏଥିରେ ଦୁଇଟି ତେଜ ପତ୍ର ପକାନ୍ତୁ । ତେଜ ପତ୍ରରେ ଏଭଳି ଅନେକ ପୋଷକ ତତ୍ତ୍ୱ ଥାଏ, ଯାହା ଆପଣଙ୍କ କାଶକୁ ସଙ୍ଗେ ସଙ୍ଗେ ଭଲ କରିଦେଇଥାଏ । ଏବେ ଏହାକୁ ଆପଣ ଛୋଟ ଜାଳରେ ୧୦ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ ।

Man coughing into his fist, isolated on a gray background

ଏହାକୁ ଗ୍ୟାସରୁ ଅହ୍ଲାଇବା ପରେ ହାଲୁକା ଥଣ୍ଡା ହେବା ପାଇଁ ଏହାକୁ ଛାଡ଼ି ଦିଅନ୍ତୁ । ପରେ ଆପଣ ଏହାକୁ ଏକ ଗ୍ଲାସରେ ଛାଣି ନିଅନ୍ତୁ । ହାଲୁକା ଗରମ ଥିବାବେଳେ ଆପଣ ଏଥିରେ ଏକ ଚାମଚ ମହୁ ମିଶାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କର ଏହି ଉପଚାର ପ୍ରସ୍ତୁତ ହୋଇସାରିଛି ।

ସେବନ ବିଧି –

google

ଆପଣ ଏହାକୁ ସକାଳେ ଖାଇବା ୩୦ ମିନିଟ୍ ପରେ ଏହାକୁ ସେବନ କରନ୍ତୁ । ସନ୍ଧ୍ୟାରେ ମଧ୍ୟ ଆପଣ ଏହାର ସେବନ କରିପାରିବେ । ଆପଣ ଦେଖିବେ ଏହାର ମାତ୍ର ୩ ରୁ ୪ ଦିନ ପ୍ରୟୋଗ କରିବା ମାତ୍ରେ ଆପଣଙ୍କ କଫ, କାଶ, ଝିଙ୍କ ଆଦି ପୂର୍ଣ୍ଣ ରୂପେ ଠିକ୍ ହୋଇଯିବ । ଯଦି ଆପଣ ଏହାକୁ ଛୋଟ ପିଲାମାନଙ୍କୁ ସେବନ କରେଇବା ପାଇଁ ଚାହୁଁଛନ୍ତି, ତେବେ ୪ ବର୍ଷରୁ ବଡ଼ ପିଲାଙ୍କୁ ଏହାର ମାତ୍ର ଚାରି ଚାମଚ ସେବନ କରିବାକୁ ଦିଅନ୍ତୁ ।

Be the first to comment

Leave a Reply

Your email address will not be published.


*