ତୁଳସୀ ପାଣିର ସେବନ ଶରୀର ପାଇଁ ଅଟେ ଲାଭଦାୟକ ! ଏହି ସମୟରେ ପିଇଲେ ମିଳିବ ଚମତ୍କାର ଲାଭ…

ତୁଳସୀ ପାଣିର ସେବନ ଶରୀର ପାଇଁ ଅଟେ ଲାଭଦାୟକ ! ଏହି ସମୟରେ ପିଇଲେ ମିଳିବ ଚମତ୍କାର ଲାଭ…

ମନୁଷ୍ୟ ନିଜ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ବହୁତଗୁଡିଏ ଉପାୟ ଆପଣେଇ ଥାଏ । ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସକାଳୁ ଉଠି ବ୍ୟାୟାମ, ଯୋଗ କରନ୍ତି କାରଣ ତାଙ୍କ ଶରୀର ସୁସ୍ଥ ରହୁ । ସେପଟେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ସକାଳ ସମୟରେ ଏପରି କିଛି ଦ୍ରବ୍ୟ ସେବନ କରନ୍ତି ଯାହା ଆମ ଶରୀର ପାଇଁ ଲାଭଦାୟକ । ଆଜି ଆମେ ଆପଣଙ୍କୁ ଏକ ଏପରି ଦ୍ରବ୍ୟ ବିଷୟରେ ସୁଚାଇବୁ ଯାହା ଆପଣଙ୍କ ଘରେ ଉପଲବ୍ଧ, ଏବଂ ଯେଉଁଥିରୁ ଅନେକଗୁଡ଼ିଏ ରୋଗ ଦୂର ହୁଏ ।

ଆଜି ଆମେ ଆପଣଙ୍କୁ ତୁଳସୀ ବିଷୟରେ କହିବାକୁ ଯାଉଛୁ । ଯେପରିକି ଆମେ ସମସ୍ତେ ଜାଣୁ ଯେ ତୁଳସୀ ବୃକ୍ଷ ବହୁତ ପବିତ୍ର ଅଟେ । ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷକୁ ପୂଜାର୍ଚ୍ଚନା କରାଯାଏ । ଯଦି କୌଣସି ଶୁଭ କାର୍ଯ୍ୟ କିମ୍ବା ପୂଜାପାଠ ହୁଏ ତେବେ ତୁଳସୀ ପତ୍ର ଅବଶ୍ୟ ବ୍ୟବହାରରେ ଆସେ । ଏହାବ୍ୟତୀତ ଆୟୁର୍ବେଦରେ ମଧ୍ୟ ତୁଳସୀ ଏପରି ଏକ ଔଷଧ ଅଟେ, ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକଗୁଡ଼ିଏ ଅସୁବିଧାରୁ ମୁକ୍ତି ଦେଇଥାଏ । ଯଦି ଆପଣ ପ୍ରତିଦିନ ସକାଳୁ ଉଠି ତୁଳସୀ ପାଣିର ସେବନ କରନ୍ତି ତେବେ ଏଥିରୁ ଆପଣଙ୍କୁ ଅନେକଗୁଡ଼ିଏ ଲାଭ ମିଳିବ ।

ଆଜିକାର ସମୟରେ ଏପରି କିଛି ଲୋକ ଅଛନ୍ତି ଯିଏ ତୁଳସୀ ପତ୍ରର ପ୍ରୟୋଗ ଅନେକ ପ୍ରକାରର କରନ୍ତି । କିଛି ଲୋକ ତୁଳସୀରେ ତିଆରି ଚା’ ସେବନ କରିବାକୁ ପସନ୍ଦ କରନ୍ତି ଓ ଆଉ କିଛି ଲୋକ ତୁଳସୀ ପତ୍ର ଖାଇବାକୁ ପସନ୍ଦ କରନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ତୁଳସୀରେ ଏଣ୍ଟି ଇଫଲାମେଟରୀ ଗୁଣ ପ୍ରଚୁର ପରିମାଣରେ ଥାଏ ଏବଂ ଏଥିରେ ଏଣ୍ଟି ଅକ୍ସିଡେଣ୍ଟ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ ଶରୀରରୁ ଖରାପ ତତ୍ତ୍ୱକୁ ବାହାର କରିବାରେ ସାହାଯ୍ୟ କରେ । ଯଦି ଆପଣ ମଧ୍ୟ ତୁଳସୀ ପାଣିର ସେବନ କରନ୍ତି ତେବେ ଏଥିରୁ ଆପଣଙ୍କ ଶରୀର ଦୃଢ଼ ଓ ଉର୍ଜାବାନ ରୁହେ । ତେବେ ଚାଲନ୍ତୁ ଜାଣିବା ତୁଳସୀ ପାଣି ସେବନ କରିବା ଫଳରେ କେଉଁ କେଉଁ ଲାଭ ମିଳେ ।

ଚିନ୍ତା ଦୂର ହେବ

ଯଦି ଆପଣ ପ୍ରତିଦିନ ସକାଳୁ ଉଠି ତୁଳସୀ ପାଣି ସେବନ କରନ୍ତି ତେବେ ଏହା ଦ୍ଵାରା ଚିନ୍ତାରୁ ମୁକ୍ତି ମିଳେ । ଆପଣଙ୍କୁ ସୂଚାଇଦେଉଛୁ ଯେ ତୁଳସୀରେ କୋରଟିସୋଲ୍ ହରମୋନ୍ ମିଳିଥାଏ, ଯାହା ଚିନ୍ତା ଦୂର କରିବାରେ ସାହାଯ୍ୟ କରେ । ତୁଳସୀ ପାଣିର ସେବନ କରିବା ଫଳରେ ଚିନ୍ତା ଓ ଅବସାଦ ଦୂର ହୋଇଥାଏ ।

ରକ୍ତଶର୍କରା ନିୟନ୍ତ୍ରିତ ରହେ

ଯଦି ଆପଣ ତୁଳସୀ ପାଣିର ସେବନ କରନ୍ତି ତେବେ ଏଥିରୁ ଶରୀରର ମେଟାବଲିଜମ୍ ଦୃଢ଼ ରହେ, ଯାହା ରକ୍ତ ଶର୍କରା ମାତ୍ରାକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରେ । ଯେଉଁମାନେ ମଧୁମେହ ରୋଗୀ ଅଟନ୍ତି, ସେମାନେ ତୁଳସୀ ପାଣିର ସେବନ କରିବା ଉଚିତ୍, ଏଥିରୁ ଅନେକ ଲାଭ ମିଳିଥାଏ ।

ଶରୀର ଉର୍ଜାବାନ୍ ରହେ

ଯଦି ଆପଣ ସକାଳୁ ଉଠି ତୁଳସୀ ପାଣିର ସେବନ କରନ୍ତି ତେବେ ଏଥିରୁ ଦିନଯାକ ଆପଣଙ୍କ ଶରୀର ଉର୍ଜାବାନ ରହେ । ତୁଳସୀରେ ଏପରି କିଛି ପୋଷକ ତତ୍ତ୍ୱ ରହିଥାଏ ଯାହା ଚିନ୍ତା, ଅବସାଦ, ଦୁର୍ବଳତାକୁ ଦୂର କରିଥାଏ ଏଥିପାଇଁ ଯଦି ଆପଣ ପୂରା ଦିନଯାକ ଉର୍ଜାବାନ ରହିବାକୁ ଚାହଁନ୍ତି ତେବେ ସକାଳୁ ଉଠି ଏକ ଗ୍ଲାସ୍ ତୁଳସୀ ପାଣିର ସେବନ ନିଶ୍ଚିତ ଭାବରେ କରନ୍ତୁ ।

ପାଚନ ସମସ୍ୟା ଦୂର ହୋଇଥାଏ

ଯଦି କୌଣସି ବ୍ୟକ୍ତିକୁ ପାଚନ ସମ୍ବନ୍ଧୀୟ ସମସ୍ୟା ରହିଥାଏ ତେବେ ସକାଳ ସମୟରେ ତୁଳସୀ ପାଣି ନିଶ୍ଚିତ ଭାବେ ପିଅନ୍ତୁ । ତୁଳସୀର ପାଣି ସେବନ କରିବା ଫଳରେ ଗ୍ୟାସ୍ ଓ କବ୍ଜ ଭଳି ସମସ୍ୟା ଦୂର ହୋଇଥାଏ ।

ଅସ୍ଥାମା ପାଇଁ ଲାଭଦାୟକ

ଯଦି କୌଣସି ବ୍ୟକ୍ତିକୁ ଅସ୍ଥାମା ବା ଶ୍ୱାସରୋଗ ରହିଛି କିମ୍ବା ଶ୍ୱାସ ସମ୍ବନ୍ଧୀୟ ଅସୁବିଧା ରହିଛି ତେବେ ଏଥିପାଇଁ ତୁଳସୀ ପାଣି ବହୁତ ଲାଭଦାୟକ ଅଟେ । ଆପଣଙ୍କ ପାଇଁ ଏହା ଏକ ରାମବାଣ ଚିକିତ୍ସା ଅଟେ । ତୁଳସୀରେ ଏକ୍ସପେକଟୋରେଣ୍ଟ, ଏଣ୍ଟିଟ୍ୟୁସିଭ୍ ଓ ଇମ୍ୟୁନୋମୋଡ୍ୟୁଲେଟରୀ ଗୁଣ ରହିଥାଏ ଯାହା ଅସ୍ଥାମା ଭଳି ରୋଗକୁ ଅଟକାଇବାରେ ସାହାଯ୍ୟ କରେ । ଏହାବ୍ୟତୀତ ଥଣ୍ଡା କାଶ ଭଳି ଅସୁବିଧା ପାଇଁ ମଧ୍ୟ ତୁଳସୀ ପାଣି ବହୁତ ଲାଭଦାୟକ ଅଟେ ।

Leave a Reply

Your email address will not be published. Required fields are marked *