ପୁରୁଣାରୁ ପୁରୁଣା କୋଷ୍ଠ କାଠିନ୍ୟକୁ ମାତ୍ର ୪୮ ଘଣ୍ଟା ମଧ୍ୟରେ ଠିକ କରିଦେଇଥାଏ ନଡ଼ିଆ… ! କେବଳ ଖାଇବାର ଉଚିତ ତରିକା ବା ପ୍ରକିୟା ଜାଣିଥିବା ଦରକାର !

କୋଷ୍ଠ କାଠିନ୍ୟ ଗୋଟିଏ ବହୁତ କଷ୍ଟଦାୟକ ସମସ୍ୟା ଅଟେ । ଯାହାକୁ ପାଇଲସ୍ (Piles) ନାମରେ ମଧ୍ୟ ଜଣା ଯାଇଥାଏ । କୋଷ୍ଠ କାଠିନ୍ୟ ରୋଗ ହୋଇଯିବା ପରେ ଆମ ମଳ ଦ୍ୱାର ନିକଟରେ ଭାତୁଡି ବାହାରିବାକୁ ଲାଗିଥାଏ, ଯେଉଁଥି କାରଣରୁ ଅସହ୍ୟ ପୀଡା ଅନୁଭୂତି ହୋଇଥାଏ । ଯଦି କୌଣସି ବ୍ୟକ୍ତି ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ରୋଗର ଶିକାର ହୁଅନ୍ତି, ତେବେ ରୋଗୀ ରକ୍ତହୀନତାର ଶିକାର ହୋଇଯାଇଥାଏ । ଯାହାଫଳରେ ରୋଗୀକୁ ଅନ୍ୟ ସମସ୍ତ ପ୍ରକାର ରୋଗ ମଧ୍ୟ ଘେରି ଯାଇଥାଏ । ରୋଗୀର ଶାରୀରିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇଯାଇଥାଏ । ତାହାର ଅନେକ ମହତ୍ୱପୂର୍ଣ୍ଣ ଅଙ୍ଗ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ଏହି ରୋଗକୁ ନେଇ ପତଞ୍ଜଳିର ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି କି, ଗୁଆ ଖାଇବା ଦ୍ୱାରା ମଧ୍ୟ ପାଇଲସରୁ ସାହାଯ୍ୟ ମିଳିଥାଏ ।

କୋଷ୍ଠ କାଠିନ୍ୟର ପ୍ରକାର: କୋଷ୍ଠ କାଠିନ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ବାହ୍ୟର ପାଇଲସ୍ ଅନ୍ୟ ଏକ ଆଭ୍ୟନ୍ତରୀଣର ପାଇଲସ୍ । ଯଦି ପରିସ୍ରା କରିବା ସମୟରେ ପରିସ୍ରା ସହିତ ରକ୍ତ ବାହାରି ଥାଏ, ତେବେ ଏହାକୁ ରକ୍ତସ୍ରାବର ସ୍ଥିତି ଦିଆଯାଇଛି ।

୧. ବାହ୍ୟ ପାଇଲସ୍ : ଏହି ପାଇଲସରେ ରୋଗୀର ମଳରୁ ରକ୍ତ ବାହାରିଆସିଥାଏ । ପ୍ରାୟତଃ ଏହି ଭାତୁଡି ହେତୁ କୁଣ୍ଡେଇ ହୋଇଥାଏ । ଯେପରି କି ସେଠି କୁଣ୍ଡାଇବା ଦ୍ୱାରା ସେଠାରୁ ରକ୍ତ ମଧ୍ୟ ବାହାରି ଥାଏ ।

୨. ଆଭ୍ୟନ୍ତରୀଣ ପାଇଲସ୍ : ଆଭ୍ୟନ୍ତରୀଣ ପାଇଲସର ସ୍ଥାନ ମଳଦ୍ୱାର ଭିତରେ ହୋଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ଗୁରୁସଙ୍କା କରନ୍ତି, ତେବେ ଏହି ଭାତୁଡିରେ ପ୍ରବଳ ଯନ୍ତ୍ରଣା ହୋଇଥାଏ ଏବଂ ଗୁରୁସଙ୍କା ମାଧ୍ୟମରେ ରକ୍ତ ପ୍ରବାହିତ ହେବାକୁ ଲାଗିଥାଏ । ଏହି କାରଣ ହେତୁ ରକ୍ତଭଣ୍ଡାରରେ ଫୁଲା ସମସ୍ୟା ମଧ୍ୟ ଆରମ୍ଭ ହେବାକୁ ଲାଗିଥାଏ; ଯେଉଁଥିପାଇଁ ପ୍ରତ୍ୟେକ ସମୟରେ ଯନ୍ତ୍ରଣା ଲାଗି ରହିଥାଏ ।

ପାଇଲସର ରାମବାଣ ସଦୃଶ୍ୟ ଉପଶମ : ଆଜି ଆମେ ଆପଣଙ୍କୁ ପାଇଲସର ଗୋଟିଏ ଘରୋଇ ପାକ୍ ପଦ୍ଧତି କହିବୁ, ଯାହା ଦ୍ୱାରା ୪୮ ଘଣ୍ଟା ମଧ୍ୟରେ ପାଇଲସରୁ ମୁକ୍ତି ପାଇପାରିବେ । ଏଥିପାଇଁ ଆମକୁ ଗାଈ କ୍ଷୀରର ଦହି ଏବଂ ଗୋଟିଏ ନଡ଼ିଆ ଦରକାର । ଏହି ପାକ ପଦ୍ଧତି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ନଡ଼ିଆର ଜଟଗୁଡିକୁ ଜଳାଇ ସେହି ପାଉଁଶକୁ ଏକ ସଫା ଗ୍ଲାସ ପାତ୍ରରେ ପ୍ୟାକ କରିଦିଅନ୍ତୁ । ପ୍ରାତଃ ସମୟରେ ପେଟ ସଫା କରି ଏହାକୁ ବ୍ୟବହାର କରିବା ଉଚିତ । ଏଥିପାଇଁ ଗୋଟିଏ ପାତ୍ରରେ ଅଳ୍ପ ଦହି ନେଇ ସେଥିରେ ୫ ରୁ ୬ ଗ୍ରାମ ନଡ଼ିଆର ପାଉଁଶ ପକାଇ ଭଲ ଭାବେ ମିଶାନ୍ତୁ ଏବଂ ଏହାର ସେବନ କରନ୍ତୁ । ଏହି ଔଷଧର ସେବନ କରିବା ପରେ ଦିନ ସାରା ଆପଣଙ୍କୁ କୌଣସି ପ୍ରକାରର ଦ୍ରବ୍ୟର ସେବନ କରିବାକୁ ପଡିବ ନାହିଁ ।

ଏହି ଔଷଧର ସେବନ ଆପଣଙ୍କୁ ଦିନରେ ତିନିଥର କରିବାକୁ ପଡିବ । ପ୍ରାତଃ, ମଧ୍ୟାହ୍ନ ଏବଂ ଶୋଇବା ପୂର୍ବରୁ । ଯଦି ଆପଣଙ୍କୁ ଭୋକ ସହ୍ୟ ହେଉ ନୁହଁ, ତେବେ ଆପଣ ଦହି ଖାଇ ପାରିବେ । କିନ୍ତୁ ଧ୍ୟାନ ରଖନ୍ତୁ, ଦହି ବ୍ୟତୀତ ଅନ୍ୟ କୌଣସି ଦ୍ରବ୍ୟର ସେବନ କରନ୍ତୁ ନାହିଁ । ଏହି ଔଷଧକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ; ଆପଣଙ୍କୁ ଯଥା ଶୀଘ୍ର ଏହି ରୋଗରୁ ମୁକ୍ତି ପାଇବାର ସୂଚନା ମିଳିଯିବ ।

Be the first to comment

Leave a Reply

Your email address will not be published.


*