କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି ! ଡାକ୍ତର କହିଛନ୍ତି ଅବସ୍ଥା…

କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଗଙ୍ଗାରାମ ଡାକ୍ତରଖାନାରେ ଭର୍ତ୍ତି ! ଡାକ୍ତର କହିଛନ୍ତି ଅବସ୍ଥା…

କଂଗ୍ରେସ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ସନ୍ଧ୍ୟା ୭ଟାରେ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗଙ୍ଗାରାମ ହସ୍ପିଟାଲର ପରିଚାଳନା ବୋର୍ଡର ଚେୟାରମ୍ୟାନ୍ ଡକ୍ଟର ଡି.ଏସ୍ ରାଣା କହିଛନ୍ତି ଯେ, ତାଙ୍କୁ ନିୟମିତ ପରୀକ୍ଷା ନିମନ୍ତେ ଏଠାକୁ ଅଣାଯାଇଛି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ପେଟରେ ଯନ୍ତ୍ରଣା ହେତୁ କଂଗ୍ରେସ ସଭାପତିଙ୍କୁ ଫେବୃଆରୀରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଆଜି ସୋନିଆ ଗାନ୍ଧୀ ରାଜ୍ୟସଭା ସଦସ୍ୟଙ୍କ ସହ ଏକ ବୈଠକ କରିଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକର ଆୟୋଜନ ହୋଇଥିଲା । ସୋନିଆ ଗାନ୍ଧୀ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଦଳର ବରିଷ୍ଠ ନେତାମାନେ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ ।

ବାସ୍ତବରେ ନିୟମିତ ପରୀକ୍ଷା ପାଇଁ ସୋନିଆ ଗାନ୍ଧୀଙ୍କୁ ହସ୍ପିଟାଲରେ ଭର୍ତ୍ତି ନା ଅନ୍ୟ କିଛି କାରଣ ରହିଛି, ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

Leave a Reply

Your email address will not be published. Required fields are marked *