କଂଗ୍ରେସୀ ନେତା ମୋଦୀ ସରକାରଙ୍କ ନୂତନ ଶିକ୍ଷା ନୀତିର କରିଛନ୍ତି ସମର୍ଥନ – କହିଲେ ଆମକୁ ଦେଶର ଭବିଷ୍ୟତ ପାଇଁ କାମ କରିବାକୁ ପଡ଼ିବ ।

କଂଗ୍ରେସୀ ନେତା ମୋଦୀ ସରକାରଙ୍କ ନୂତନ ଶିକ୍ଷା ନୀତିର କରିଛନ୍ତି ସମର୍ଥନ – କହିଲେ ଆମକୁ ଦେଶର ଭବିଷ୍ୟତ ପାଇଁ କାମ କରିବାକୁ ପଡ଼ିବ ।

କେନ୍ଦ୍ରର ମୋଦୀ ସରକାର ଗତ ବୁଧବାର ଦିନ ନୂତନ ଶିକ୍ଷା ନୀତିର ମଞ୍ଜୁରୀ ଦେଇଛନ୍ତି । ଯାହାକୁ କେତେକ ରାଜନୈତିକ ଦଳ ସ୍ଵାଗତ କରିଛନ୍ତି ଓ ଅନ୍ୟ କିଛି ପାର୍ଟି ଏହାକୁ ବିରୋଧ କରିଛନ୍ତି । ନୂତନ ଶିକ୍ଷା ନୀତିକୁ ଫିଲ୍ମ ଅଭିନେତ୍ରୀ ଏବଂ କଂଗ୍ରେସ ନେତା ଖୁଶବୁ ସୁନ୍ଦର ସ୍ଵାଗତ କରିଛନ୍ତି । କଂଗ୍ରେସ ହୁଏତ ଏହାର ବିରୋଧ କରିଛି କିନ୍ତୁ ସେ ପାର୍ଟି ଲାଇନରୁ ଅଲଗା ହୋଇ ଏହି ନୀତିକୁ ସ୍ୱାଗତ କରିବା ସହିତ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟ୍ଵିଟ୍ କରି କ୍ଷମା ମାଗିଛନ୍ତି । ଅଭିନେତ୍ରୀ ଖୁଶବୁ ନୂତନ ଶିକ୍ଷା ନୀତିକୁ ନେଇ କେତେକ ଟ୍ଵିଟ୍ କରିଛନ୍ତି । ସେ ନିଜର ଟ୍ଵିଟରେ ଲେଖିଛନ୍ତି ଯେ ନୂତନ ଶିକ୍ଷା ନୀତି ୨୦୨୦ ଉପରେ ମୋର ବିଚାର ପାର୍ଟି ଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ । ଏଥିପାଇଁ ମୁଁ ରାହୁଲ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରୁଛି । କାଠକଣ୍ଢେଇ କିମ୍ବା ରୋବର୍ଟ ଭଳି ମୁଣ୍ଡ ହଲାଇବା ଜାଗାରେ ମୁଁ ତଥ୍ୟ ଉପରେ ହିଁ କହିଥାଏ । ଆମେ ସବୁ କଥାରେ ଆମ ନେତାଙ୍କ ସହିତ ସହମତ ହୋଇ ପାରିବୁ ନାହିଁ । ଜଣେ ନାଗରିକ ହିସାବରେ ନିଜର ମତକୁ ସାହସର ସହିତ ନିଶ୍ଚିତ ଭାବରେ ରଖି ପାରିବୁ ।

ଖୁଶବୁ ସୁନ୍ଦର ନିଜର ଟ୍ଵିଟରେ ଲେଖିଛନ୍ତି ଯେ ରାଜନୀତି କେବଳ ଚିତ୍କାର ପାଇଁ ନୁହେଁ । ଏଥିରେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ । ପୀଏମଓକୁ ମଧ୍ୟ ଏହା ବୁଝିବାକୁ ପଡ଼ିବ । ବିପକ୍ଷ ହିସାବରେ ବିସ୍ତାର ଭାବରେ ଦେଖିବୁ ଏବଂ ଯାହା ମଧ୍ୟ ତ୍ରୁଟି ଥିବ ତାହାକୁ ମଧ୍ୟ କହିବୁ । ନୂତନ ଶିକ୍ଷା ନୀତି ସହିତ ଜଡ଼ିତ ତ୍ରୁଟିକୁ ନେଇ ଭାରତ ସରକାରଙ୍କୁ ସମସ୍ତଙ୍କୁ ନିଜ ବିଶ୍ୱାସକୁ ନେବାକୁ ପଡ଼ିବ ।

ସେ କହିଛନ୍ତି ଯେ ‘ ମୁଁ ସକରାତ୍ମକ ଦିଗକୁ ଦେଖିବାକୁ ପସନ୍ଦ କରେ ଏବଂ ତା’ସହିତ ନକରାତ୍ମକ ଜିନିଷ ଉପରେ କାମ ମଧ୍ୟ କରିଥାଏ । ଆମକୁ ସମସ୍ୟା ଗୁଡ଼ିକ ବିଷୟରେ ଅବଗତ କରାଇବାର ଅଛି ତେବେ କେବଳ ସ୍ୱରରେ ଏକତା ଆଣିବାକୁ ପଡ଼ିବ । ବିପକ୍ଷରେ ରହିବାର ଅର୍ଥ ଦେଶର ଭବିଷ୍ୟତ ପାଇଁ ମଧ୍ୟ କାମ କରିବା ଅଟେ । ମୁଁ ଅଟଳ ବିହାରୀ ବାଜପେୟୀଙ୍କ ଜୀବନରୁ ଏକ ଅଂଶ ନେବାକୁ ଚାହୁଁଛି ।

Leave a Reply

Your email address will not be published. Required fields are marked *