ସଡକ ଦୁର୍ଘଟଣାରେ ଘରେ ବସି ମିଳିବ ୫ ଲକ୍ଷ ଟଙ୍କାର କ୍ଷତିପୂରଣ, ଯିବାକୁ ପଡିବ ନାହିଁ କୋର୍ଟ କଚେରୀ !

ମୋଦୀ ସରକାର ଖୁବ୍ ଶୀଘ୍ର ଏକ ବିଜ୍ଞପ୍ତି ଜାରି କରିବାକୁ ଯାଉଛନ୍ତି, ଯେଉଁଥିରେ ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାର ତିନି ମାସ ମଧ୍ୟରେ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବେ । ଏଥିପାଇଁ ପୀଡିତଙ୍କ ପରିବାରକୁ ଆଉ କୋର୍ଟ କଚେରୀ ଯିବାକୁ ପଡ଼ିବ ନାହିଁ । ଏହି ବିଜ୍ଞପ୍ତି ଅନୁଯାୟୀ ବୀମା କମ୍ପାନୀ ତିନିମାସ ମଧ୍ୟରେ ପୀଡିତାଙ୍କ ପରିବାରକୁ ଯାଇ ପାଞ୍ଚ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିବେ । ବାସ୍ତବରେ ଦେଶରେ ପ୍ରତିବର୍ଷ ୧.୫ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥାନ୍ତି । ଅର୍ଥାତ ଦିନକୁ ପ୍ରାୟତଃ ୪୦୦ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥାନ୍ତି । ଏଭଳି ପରିସ୍ଥିତିରେ ପୀଡିତଙ୍କ ପରିବାରର ଆର୍ଥିକ ସମସ୍ୟାରୁ ମୁକ୍ତି ଦେବା ପାଇଁ ସରକାର ଏହି ବିଜ୍ଞପ୍ତି ଜାରି କରିବାକୁ ଯାଉଛନ୍ତି ।

ବିଜ୍ଞପ୍ତିରେ ବିଶେଷ କଣ ରହିଛି:-

ଖବର ଅନୁଯାୟୀ, ଏହି ନଭେମ୍ବର ମାସରେ ସରକାର ବିଜ୍ଞପ୍ତି ପ୍ରକାଶ କରିପାରନ୍ତି, ଯେଉଁଥିରେ ଉଚ୍ଚ ବର୍ଗର ପୀଡିତ ପରିବାର ପାଇଁ ସର୍ବନିମ୍ନ କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରାଯିବ । କହିରଖୁଛୁ ଯେ ମୋଟର ଯାନ ସଂଶୋଧନ ବିଲ୍ ୨୦୨୦ରେ , ତୃତୀୟ ପକ୍ଷ ବୀମା କ୍ଷେତ୍ରରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି । ଖବର ଅନୁଯାୟୀ, ଆଇନ ମନ୍ତ୍ରାଳୟର ସବୁଜ ସଙ୍କେତ ମିଳିବା ପରେ ସରକାର ନଭେମ୍ବର ମାସର ପ୍ରଥମ ସପ୍ତାହରେ ତୃତୀୟ ପକ୍ଷ ବୀମା ସମ୍ପର୍କରେ ବିଜ୍ଞପ୍ତି ଜାରି କରିପାରନ୍ତି ।

ବର୍ତ୍ତମାନର ନିୟମରେ ଅସୁବିଧା କଣ:-

ବର୍ତ୍ତମାନ ସମୟରେ ଯଦି ଜଣେ ନିମ୍ନ କିମ୍ବା ମଧ୍ୟବିତ୍ତ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି, ତେବେ ଅଧିକାଂଶ କ୍ଷେତ୍ରରେ ତାଙ୍କ ପରିବାରକୁ ୨.୫ ରୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଥାଏ । କିନ୍ତୁ ଏଥିପାଇଁ ପୀଡିତ ପରିବାରକୁ ମୋଟର ଦୁର୍ଘଟଣା ଦାବି ନ୍ୟାୟାଧିକରଣ (ଏମଏସିଟି)ରେ ବର୍ଷ ବର୍ଷ ଧରି ଚକର କାଟିବାକୁ ପଡିଥାଏ ।

ତୁରନ୍ତ ମିଳିବ କ୍ଷତିପୂରଣ ରାଶି:-

ବିଜ୍ଞପ୍ତି ଜାରି ହେବା ପରେ ବୀମା କମ୍ପାନୀଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୀଡିତଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ପଡିବ ।

କୋର୍ଟର ବିକଳ୍ପ ଶେଷ ହୋଇଯିବ:-

ପୀଡ଼ିତଙ୍କ ପରିବାର କ୍ଷତିପୂରଣ ପାଇବା ପରେ ଏମଏସିଟିରେ ମାମଲା ଦାଖଲ କରିପାରିବେ ନାହିଁ । ତେବେ ଉଚ୍ଚ ବର୍ଗର ପୀଡିତ ପରିବାରର ସଦସ୍ୟ କୋର୍ଟରେ ମାମଲା ଦାୟର କରିପାରିବେ ।

Be the first to comment

Leave a Reply

Your email address will not be published.


*