ସୁଶାନ୍ତଙ୍କୁ ମନେ ପକାଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାବବିହ୍ୱଳ ପୋଷ୍ଟ ! କହିଲେ : “ମୋ ପାଖକୁ ଫେରି ଆସ” !

ସୁଶାନ୍ତଙ୍କୁ ମନେ ପକାଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାବବିହ୍ୱଳ ପୋଷ୍ଟ ! କହିଲେ : “ମୋ ପାଖକୁ ଫେରି ଆସ” !

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମ୍ୟୁତର ଏକ ବର୍ଷ ବିତିଗଲାଣି । ମୃତ୍ୟୁ ପୂର୍ବରୁ ସୁଶାନ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରାଯିବା ସହ ସୁଶାନ୍ତଙ୍କୁ ରିୟା ହତ୍ୟା କରିଥିବା ନେଇ ଅନେକ ଚର୍ଚ୍ଚା ହୋଇଥିଲା । ଏପରିକି ସୁଶାନ୍ତଙ୍କ ପାଇଁ ନିଶା ଔଷଧ ଯୋଗାଡ ଏବଂ ନିଶା ଔଷଧ କ୍ରୟବିକ୍ରୟ କରିବା ଅଭିଯୋଗରେ ରିୟାଙ୍କୁ ଏନସିବି ଗିରଫ ମଧ୍ୟ କରିଥିଲା ।

ସୁଶାନ୍ତଙ୍କ ମୃତ୍ୟୁକୁ ଗତକାଲି ଅର୍ଥାତ ଜୁନ୍ ୧୪ରେ ବର୍ଷେ ପୁରିଯାଇଛି, ଇତି ମଧ୍ୟରେ ରିୟାଙ୍କ ସହ ଅନେକ କିଛି ଘଟିଛି । କିନ୍ତୁ ଏସବୁ ମଧ୍ୟରେ ସେ ସୁଶାନ୍ତଙ୍କୁ ଭୁଲି ନାହାନ୍ତି, ଯାହା ତାଙ୍କର ଇଂସ୍ଟଗ୍ରାମ ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି । ନିଜ ପୋଷ୍ଟରେ ସେ ସୁଶାନ୍ତଙ୍କୁ ତାଙ୍କ ପାଖକୁ ପୁଣି ଥରେ ଫେରି ଆସିବା ପାଇଁ ଲେଖିଛନ୍ତି ।

ଇନଷ୍ଟାଗ୍ରାମ ରେହେ ଚକ୍ରବର୍ତ୍ତୀ ଜୁନ୍ ୧୪ରେ ତାଙ୍କ ପ୍ରେମିକ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରିଥିଲେ । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଫୋଟ ସେୟାର କରି କହିଥିଲେ ଓ ଭାବବିହ୍ବଳର ସହ କହିଥିଲେ ଯେ, ତୁମେ ଆମ୍ଭମାନଙ୍କ ଗହଣରେ ନାହୋଁ ବୋଲି ବିଶ୍ଵାସ କରିହେଉ ନାହିଁ ।”

ଆହୁରି ମଧ୍ୟ ସେହି ପୋଷ୍ଟରେ ଲେଖିଛନ୍ତି, ଏପରି ଏକ ମୁହୂର୍ତ୍ତ ନାହିଁ ଯେଉଁଠି ମୁଁ ବିଶ୍ୱାସ କରିବି ଯେ ତୁମେ ଆଉ ଏଠାରେ ନାହଁ । ସେମାନେ କହିଥିଲେ ଯେ ସମୟ ସବୁକିଛି ଠିକ କରିଦେବ କିନ୍ତୁ ତୁମେ ମୋର ସମୟ ଏବଂ ମୋର ସବୁକିଛି । ମୁଁ ଜାଣେ ଯେ ତୁମେ ମୋର ଅଭିଭାବକ ଦୂତ । ମୋତେ ଚନ୍ଦ୍ରରୁ ତୁମର ଟେଲିସ୍କୋପ ଦ୍ୱାରା ଦେଖି ମୋତେ ସୁରକ୍ଷା ଦେଉଛ । ମୋତେ ଉଠାଇବାକୁ ଆସିବ ବୋଲି ମୁଁ ପ୍ରତିଦିନ ତୁମକୁ ଅପେକ୍ଷା କରେ । ମୁଁ ତୁମକୁ ସବୁଆଡେ ଖୋଜେ ମୁଁ ଜାଣେ ତୁମେ ମୋ ସହିତ ଅଛ । ତୁମ ବିନା ଜୀବନ ନାହିଁ, ମୋ ଜୀବନ ତୁମ ସହିତ ଅଙ୍ଗାଙ୍ଗି ଭାବରେ ଜଡିତ ଥିଲା ଓ ବର୍ତ୍ତମାନ ମଧ୍ୟ ଜଡିତ ରହିଛି । ମୋର ଜୀବନ ତୁମ ସାଥିରେ ଚାଲିଯାଇଛ । ତେଣୁ ମୋ ଜୀବନର ଫାଙ୍କ ସ୍ଥାନ ପୂରଣ ହୋଇପାରିବ ନାହିଁ.. ତୁମ ବିନା, ମୁଁ ସେମିତି ଛିଡା ହୋଇଛି । ମୁଁ ତୁମକୁ ପ୍ରତିଦିନ ଭରପୁର ପ୍ରେମ ଦେବି ଏବଂ ଦୁନିଆର ସମସ୍ତ କ୍ୱାଣ୍ଟମ୍ ପଦାର୍ଥ ବିଜ୍ଞାନ ପୁସ୍ତକ ପଢ଼ିବି – ଦୟାକରି ମୋ ପାଖକୁ ଫେରି ଆସ, ମୁଁ ତୁମକୁ ମନେ ପକାଉଛି । ମୋର ସବୁଠାରୁ ଭଲ ବନ୍ଧୁ, ମୋର ପ୍ରେମ.. “ବେବୁ ଏବଂ ପୁଟପୁଟ” ।

Leave a Reply

Your email address will not be published. Required fields are marked *