ଝିଅ ଅନନ୍ୟାକୁ ଫିଲ୍ମଫେୟର ଆୱାର୍ଡ ମିଳିବା ଖୁସିରେ ଭାବୁକ ହୋଇଗଲେ ଚଂକି ପାଣ୍ଡେ, କହିଲେ ଏତେ ବଡ଼ କଥା !

ଫେବୃଆରୀ ୧୬ ରବିବାର ଦିନ ଖୁବ୍ ଧୁମଧାମର ସହିତ ୬୫ତମ ଏମାଜନ ଫିଲ୍ମଫେୟର ଆୱାର୍ଡର ଆୟୋଜନ ଗୌହାଟିରେ ହୋଇଥିଲା । ଏମାଜୋନ ଦ୍ଵାରା କରାଯାଇଥିବା ଏହି ଫିଲ୍ମଫେୟର ଆୱାର୍ଡରେ ଚଂକି ପାଣ୍ଡେଙ୍କ ସୁପୁତ୍ରୀଙ୍କୁ ବେଷ୍ଟ ଡେବ୍ୟୁ ଅଭିନେତ୍ରୀ ଆୱାର୍ଡ ଦିଆଯାଇଥିଲା । ଅନନ୍ୟା ପାଣ୍ଡେ ଫିଲ୍ମ ‘ ଷ୍ଟୁଡେଣ୍ଟ ଅଫ ଦ ଇଅର – ୨ ‘ରୁ ବଲିଉଡରେ ପ୍ରଥମେ ପାଦ ରଖିଥିଲେ । ଅନନ୍ୟା ପାଣ୍ଡେଙ୍କୁ ମିଳିଥିବା ଏହି ଆୱାର୍ଡରେ ତାଙ୍କ ପିତା ଚଂକି ପାଣ୍ଡେ ମଧ୍ୟ ବହୁତ ପ୍ରସନ୍ନ ଅଛନ୍ତି । ଫିଲ୍ମ’ ଷ୍ଟୁଡେଣ୍ଟ ଅଫ ଦ ଇଅର – ୨ ‘ ୧୦ ମଇ ୨୦୧୯ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ଅନନ୍ୟା ପାଣ୍ଡେଙ୍କ ସହିତ ଟାଇଗର ଶ୍ରୋଫ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

newstrend

ଚଂକି ପାଣ୍ଡେଙ୍କୁ ଆଜି ପର୍ଯ୍ୟନ୍ତ ନିଜର ଦୀର୍ଘ ଦିନର ବଲିଉଡ କ୍ୟାରିଅରରେ ଫିଲ୍ମଫେୟର ଆୱାର୍ଡ ମିଳିନାହିଁ । ଯେତେବେଳେ ଅନନ୍ୟା ପାଣ୍ଡେଙ୍କୁ ଫିଲ୍ମଫେୟର ଆୱାର୍ଡ ମିଳିଲା ତାଙ୍କ ପିତା ଚଂକି ପାଣ୍ଡେଙ୍କ ଆଖିରେ ଖୁସିର ଲୁହ ଆସିଗଲା ଏବଂ ସେ ଖୁସି ହୋଇ କହିଲେ ଯେ, ” ମୋର ୩୪ ବର୍ଷର ଦୀର୍ଘ କ୍ୟାରିଅର ମଧ୍ୟରେ ଆଜି ପର୍ଯ୍ୟନ୍ତ ମୋତେ ଫିଲ୍ମଫେୟର ପାଇଁ ୪ଥର ନୋମିନେଟ କରାଗଲା, ଫିଲ୍ମ ‘ ତେଜାବ ‘, ‘ ଆଖେଁ ‘, ‘ ହାଉସଫୁଲ ‘ ଏବଂ ‘ ଆପନା ସପନା ମନୀ ମନୀ ‘ ଫିଲ୍ମ ପାଇଁ ମୋତେ ଫିଲ୍ମଫେୟର ଆୱାର୍ଡ ପାଇଁ ନୋମିନେଟ୍ କରାଯାଇଥିଲା । ମାତ୍ର ମୋତେ ଥରେ ହେଲେ ଆୱାର୍ଡ ମିଳିପାରିଲା ନାହିଁ ।

ଏଥିପାଇଁ ଯେତେବେଳେ ମୋ ଝିଅ ଅନନ୍ୟାକୁ ଫିଲ୍ମଫେୟର ଆୱାର୍ଡ ଦିଆଗଲା ମୋତେ ବହୁତ ଅଧିକ ଖୁସି ଲାଗୁଛି । ଯେଉଁ ମୁହୂର୍ତ୍ତରେ ଅନନ୍ୟାକୁ ଆୱାର୍ଡ ପ୍ରଦାନ କରାଯାଉଥିଲା ସେତେବେଳେ ପ୍ରକୃତରେ ମୋ ଆଖିରେ ଖୁସିର ଲୁହ ଭରି ଯାଇଥିଲା । ଅନନ୍ୟା ଏହି ଫିଲ୍ମଫେୟର ଆୱାର୍ଡ ପାଇଁ ଯୋଗ୍ୟ ମଧ୍ୟ । ଫିଲ୍ମଫେୟର ଆୱାର୍ଡ ଦେଶରେ ବଲିଉଡର ସବୁଠାରୁ ବଡ଼ ଆୱାର୍ଡ ଅଟେ ।” ଚଂକି ପାଣ୍ଡେ ଆହୁରି କହିଛନ୍ତି ଯେ ” ମୋତେ ଏହି କଥାର ବହୁତ ଦୁଃଖ ଲାଗୁଛି ଯେ ମୁଁ ଏହି ଫିଲ୍ମଫେୟର ଆୱାର୍ଡ ପ୍ରୋଗ୍ରାମକୁ ଯାଇପାରିଲି ନାହିଁ, କାରଣ ସେହି ସମୟରେ ମୁଁ ବହୁତ ବ୍ୟସ୍ତ ଥିଲି । ମୋ ପତ୍ନୀ ଫିଲ୍ମଫେୟର ଆୱାର୍ଡ ପ୍ରୋଗ୍ରାମରେ ଉପସ୍ଥିତ ଥିଲେ ଏବଂ ବାରମ୍ବାର ଫୋନରେ ମୋର ତାଙ୍କ ସହିତ କଥାବାର୍ତ୍ତା ଚାଲିଥିଲା । ପ୍ରକୃତରେ ଆଜି ମୁଁ ମୋ ଝିଅ ଅନନ୍ୟା ଉପରେ ଗର୍ବିତ । ”

ଯେତେବେଳେ ଚଂକି ପାଣ୍ଡେଙ୍କୁ ତାଙ୍କ ପତ୍ନୀ ଭାବନା ଏବଂ ଝିଅ ଅନନ୍ୟାଙ୍କ ବିଷୟରେ ପ୍ରଶ୍ନ କରାଗଲା ଯେ ସେ ତାଙ୍କ ବିଷୟରେ କଣ କହିବାକୁ ଚାହୁଁଛନ୍ତି, ସେତେବେଳେ ସେ ଉତ୍ତର ଦେଇଥିଲେ ଯେ ” ମୁଁ ଦେଖିଲି ଯେ ଅନନ୍ୟାକୁ ଯେତେବେଳେ ଆୱାର୍ଡ ଦିଆଯାଉଥିଲା ସେତେବେଳେ ମୋ ପତ୍ନୀ ଖୁସିରେ ଅନନ୍ୟାକୁ ଆଲିଙ୍ଗନ କରି ନେଲେ ଏବଂ ତାକୁ ଚୁମ୍ବନ ଦେଇଥିଲେ ।

ମୋ ପତ୍ନୀ ମଧ୍ୟ ଏହି ଆୱାର୍ଡ ପାଇଁ ବହୁତ ଉତ୍ସାହିତ ଥିଲେ । ମୋତେ ଆଜି ପର୍ଯ୍ୟନ୍ତ କେବେ ଫିଲ୍ମଫେୟର ଆୱାର୍ଡ ମିଳିନାହିଁ କିନ୍ତୁ ମୋ ଝିଅ ନିଜର ଏହି ଅଳ୍ପ ଦିନର କ୍ୟାରିଅରରେ ଏହି ଆୱାର୍ଡକୁ ହାସଲ କରିବା ପାଇଁ କଠିନ ପରିଶ୍ରମ କରିଛି । ଅନନ୍ୟା ଆଇନା ସାମ୍ନାରେ ଯାଇ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରିଥାଏ ଏବଂ ଯାହା ଦ୍ଵାରା ତାକୁ ତାହାର ପରିଶ୍ରମର ଫଳ ସ୍ବରୂପ ଆଜି ତାକୁ ଫିଲ୍ମଫେୟର ଆୱାର୍ଡ ରୂପରେ ମିଳିଲା । ” ଅନନ୍ୟା ପାଣ୍ଡେଙ୍କୁ ବେଷ୍ଟ ଫିଲ୍ମଫେୟର ଆୱାର୍ଡ ମିଳିବା ଦ୍ଵାରା ତାଙ୍କ ପିତା ଚଂକି ପାଣ୍ଡେଙ୍କ ଖୁସି କହିଲେ ନସରେ । ନିଜ ଝିଅର ଏତେ ବଡ଼ ସଫଳତାରେ ଚଂକି ପାଣ୍ଡେ ବହୁତ ଖୁସି ଅଛନ୍ତି ।

Be the first to comment

Leave a Reply

Your email address will not be published.


*