କୋରିଓଗ୍ରାଫର୍ ଗୀତା କପୁର୍ ନିଜ ବିବାହକୁ ନେଇ କଲେ ଏକ ବଡ଼ ଖୁଲାସା…!

କୋରିଓଗ୍ରାଫର୍ ଗୀତା କପୁର୍ ନିଜ ବିବାହକୁ ନେଇ କଲେ ଏକ ବଡ଼ ଖୁଲାସା…!

ଆଜିକାଲି ସୋସିଆଲ୍ ମିଡିଆରେ ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର୍ ଗୀତା କପୁର୍ ବହୁତ ସକ୍ରିୟ ରହୁଛନ୍ତି । ଗୀତା ପ୍ରାୟ ପ୍ରତିଦିନ ନିଜ ସୁଟିଂ ଏବଂ ବ୍ୟକ୍ତିଗତ ଜୀବନର ଅପଡେଟ୍ ନିଜ ଫ୍ୟାନ୍ ମାନଙ୍କ ସହ ବାଣ୍ଟିଥାନ୍ତି । ବର୍ତ୍ତମାନ କିଛି ଦିନ ହେବ ଗୀତା କପୁରଙ୍କ ଫୋଟ ସୋସିଆଲ୍ ମିଡିଆ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ବାସ୍ତବରେ ଗୀତା କପୁର୍ କିଛି ଦିନ ତଳେ ନିଜର ଏକ ଫୋଟ ଇଂଷ୍ଟାଗ୍ରାମରେ ସେୟାର୍ କରିଥିଲେ ଯେଉଁଥିରେ ସେ ସିନ୍ଦୁର ପିନ୍ଧିଥିଲେ । ଏହି ଫୋଟ ସୋସିଆଲ୍ ମିଡିଆରେ ଅପଲୋଡ୍ ହେବା ମାତ୍ରେ ଏହା ଭାଇରାଲ୍ ହୋଇଥିଲା । ଏହି ଫୋଟ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଅନୁମାନ କରୁଥିଲେ ଯେ ତାଙ୍କର ପ୍ରିୟ ଗୀତା-ମା ଵୋଧହୁଏ ଲୁଚି ଲୁଚି ବିବାହ କରିନେଇଛନ୍ତି । ମିଡ଼ିଆରେ ମଧ୍ୟ ଏହି ଖବର ପ୍ରଚାର ହେବାକୁ ଲାଗିଲା ଯେ ଗୀତା କପୁର୍ ଗୁପ୍ତରେ ବିବାହ କରିଛନ୍ତି । ବର୍ତ୍ତମାନ କିନ୍ତୁ ଗୀତା କପୁର୍ ଏହି ସବୁ ଗୁଜବ ଉପରେ ପୂର୍ଣ୍ଣଛେଦ ଲଗାଇ ଫୋଟ ପଛରେ ଥିବା ବାସ୍ତବତାକୁ ପ୍ରକାଶ କରିଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫୋଟରେ ଗୀତା କପୁର୍ ଏକ ଲାଲ୍ ରଙ୍ଗର ଅନାରକଲି ଏବଂ ସିନ୍ଥିରେ ସିନ୍ଦୁର ପିନ୍ଧିଥିବାର ନଜର ଆସିଛନ୍ତି । ଗୀତା କପୁରଙ୍କର ଏହି ଲୁକ୍ ତାଙ୍କ ଫ୍ୟାନମାନେ ମଧ୍ୟ ପସନ୍ଦ କରିଥିଲେ କିନ୍ତୁ ସେ କପାଳରେ ଲଗାଇଥିବା ସିନ୍ଦୁରକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ ବର୍ତ୍ତମାନ ଗୀତା କପୁର୍ ନିଜ ପ୍ରଶଂସକଙ୍କୁ ସିନ୍ଦୁର ଲଗାଇବାର କାରଣ ଜଣାଇଛନ୍ତି ।

ଗୀତା କପୁର୍ ନିଜ ପ୍ରଶଂସକଙ୍କର ସମସ୍ତ ଦ୍ୱନ୍ଦ୍ୱକୁ ଦୂର କରି କହିଛନ୍ତି ଯେ, ‘ମୁଁ ବିବାହ କରି ନାହିଁ । ଯଦି ମୁଁ କେବେ ବିବାହ କରେ ତେବେ ମୁଁ ଏହାକୁ ଆଦୌ ଲୁଚାଇବି ନାହିଁ । କିନ୍ତୁ ମୁଁ ବର୍ତ୍ତମାନ କିପରି ବିବାହ କରିପାରିବି ? କିଛି ଦିନ ତଳେ ମୁଁ ମୋ ମା’ଙ୍କୁ ହରାଇଛି ଏବଂ ବର୍ତ୍ତମାନ ମୁଁ ବିବାହ ବିଷୟରେ ଆଦୌ ଚିନ୍ତା କରୁନାହିଁ ।’

ଗୀତା କପୁର୍ କପାଳରେ ସିନ୍ଦୁର ଲଗାଇବାର କାରଣ ସ୍ପଷ୍ଟ କରି କହିଛନ୍ତି ଯେ, ‘ଏହି ଫଟୋଗୁଡ଼ିକ ଡ୍ୟାନ୍ସ ରିଅଲିଟି ଶୋ ସୁପର୍ ଡାନ୍ସର୍ ସିଜିନ୍ ୪ର ଶୁଟିଂ ସମୟର ଅଟେ । ଏହି ଏପିସୋଡଟି ବଲିଉଡର ଚିର ସବୁଜ ଅଭିନେତ୍ରୀ ରେଖାଙ୍କ ପାଇଁ ଉତ୍ସର୍ଗୀକୃତ । ଆମକୁ ତାଙ୍କ ପରି ପ୍ରସ୍ତୁତ ହେବାର ଥିଲା । ସମସ୍ତ ଜାଣନ୍ତି ଯେ ମୁଁ ରେଖାଙ୍କର ଜଣେ ବଡ଼ ପ୍ରଶଂସକ ତେଣୁ ମୁଁ ତାଙ୍କ ପରି ସଜ ହେବାକୁ ସ୍ଥିର କଲି । ଯେହେତୁ ସେ ସିନ୍ଦୁର ଲଗାନ୍ତି, ମୁଁ ମଧ୍ୟ ସିନ୍ଦୁର ଲଗାଇଥିଲି । ଗୀତା କପୁରଙ୍କୁ ତାଙ୍କର ଏହି ଫୋଟ ଯୋଗୁଁ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ୍ ହେବାକୁ ପଡିଛି । ଜଣେ ୟୁଜର୍ ତାଙ୍କ ଫୋଟ ଉପରେ କମେଣ୍ଟ ଦେଇ କହିଛନ୍ତି ଯେ, ‘ଭଗବାନ୍ ଶିବଙ୍କୁ ପୂଜା କରିବା ପରେ ସିନ୍ଦୁର ଲଗାଇବାର ବିଧି କେଉଁଠାରେ ଅଛି ।’ ଏଥିସହିତ ଅନ୍ୟ ଜଣେ ୟୁଜର୍ କମେଣ୍ଟ କରିଛନ୍ତି ଯେ, ‘ଏପରି ସିନ୍ଦୁର ପଲଗାଇବା ଆଦୌ ଉଚିତ ନୁହେଁ ।’

ଯଦି ଗୀତା କପୁରଙ୍କ ୱାର୍କ ଫଣ୍ଟ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ସେ ସୁପର୍ ଡାନ୍ସର୍ ସିଜିନ୍ ୪ରେ ଜର୍ଜ ଅଛନ୍ତି । ଶୋ’ରେ ଗୀତା ମାଆଙ୍କୁ ପିଲାମାନଙ୍କଠାରୁ ବହୁତ ଭଲ ପାଇବା ମିଳୁଛି । ସୁପର୍ ଡାନ୍ସର୍ ସିଜିନ୍ ୪ରେ ଗୀତା କପୁରଙ୍କ ସହ ମଲାଇକା ଆରୋରା ଏବଂ ଅନୁରାଗ ବାସୁ ମଧ୍ୟ ଶୋ’ରେ ଜର୍ଜ ଅଛନ୍ତି । କ୍ୟାରିୟର୍ ବିଷୟରେ କହିବାକୁ ଗଲେ ଗୀତା ‘ତୁଝେ ୟାଦ୍ ନା ମେରୀ ଆୟୀ’, ‘ଗୋରି ଗୋରି’ ଭଳି ଗୀତରେ ନିଜର ନୃତ୍ୟର ଜଲୱା ବିସ୍ତାର କରିଛନ୍ତି । ଏହା ବ୍ୟତୀତ ଗୀତା ‘ଫିଜା’, ‘ଅଶୋକା’, ‘ସାଥିଆ’, ‘ହେ ବେବି’ ଏବଂ ‘ଆଲାଦ୍ଦିନ୍’ ଭଳି ଅନେକ ଚଳଚ୍ଚିତ୍ରରେ କୋରିଓଗ୍ରାଫି କରିଛନ୍ତି ।

Leave a Reply

Your email address will not be published. Required fields are marked *