ପସନ୍ଦ କରନ୍ତୁ ନିଜର ଜନ୍ମବାର ଏବଂ ଜାଣନ୍ତୁ ନିଜର ଚରିତ୍ର ଓ ସ୍ୱଭାବ ବିଷୟରେ !

ପସନ୍ଦ କରନ୍ତୁ ନିଜର ଜନ୍ମବାର ଏବଂ ଜାଣନ୍ତୁ ନିଜର ଚରିତ୍ର ଓ ସ୍ୱଭାବ ବିଷୟରେ !

ବନ୍ଧୁଗଣ ଆମେ ଆଜିର ଏହି ଆର୍ଟିକିଲରେ ଜାଣିବା କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତି କେଉଁ ସ୍ୱଭାବର ଅଟନ୍ତି ? ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ । ତେବେ ଆସନ୍ତୁ ଆରମ୍ଭ କରିବା କେଉଁ ବାରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ସ୍ଵଭାବ କଣ । ଆପଣ ମଧ୍ୟ କେଉଁ ବାରରେ ଜନ୍ମ ହୋଇଥିଲେ ଏହି ‘ଅର୍ଟିକେଲ୍’ରୁ ଆପଣଙ୍କ ବିଷୟରେ ଜାଣିପାରିବେ । ବନ୍ଧୁଗଣ ବିଭିନ୍ନ ବାରରେ ଜନ୍ମ ହୋଇଥିବା ମନୁଷ୍ୟଙ୍କ ଭିନ୍ନ ଭିନ୍ନ ପ୍ରକାରର ଚାଲି ଚଳନ ଏବଂ ଆଚାର,ଵ୍ୟଵହାର,ବିଦ୍ୟା,ବୁଦ୍ଧି ଜ୍ଞାନୀ ଏବଂ କ୍ରୋଧି ଇତ୍ୟାଦି ହୋଇଥିବାର ଜଣାଯାଏ ।

କେଉଁ ବାରରେ ଜନ୍ମ ହେଲେ ଆପଣଙ୍କ ସ୍ୱଭାବ କିପରି ହୋଇଥାଏ ଆସନ୍ତୁ ଜାଣିବା ।

ପ୍ରଥମ ବାର:- ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତି କ୍ରୋଧି ଏବଂ ଅଭିମାନି ହୋଇଥାଏ । ଏହା ସହିତ ସେ କାମାତୁର ମଧ୍ୟ ହୋଇଥାଏ । ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ରୀତି କ୍ରୀଡାରେ ପାରଙ୍ଗମ ହୋଇଥାଏ ଏବଂ ସେ ସ୍ତ୍ରୀକୁ ସବୁବେଳେ ଖୁସିରେ ରଖିବାରେ ସଫଳ ମଧ୍ୟ ହୋଇଥାଏ । ସେହି ବ୍ୟକ୍ତି ମିଷ୍ଟ ଭାଷାରେ ସମସ୍ତିଙ୍କୁ ମୁଗ୍ଧ କରିବା ସହିତ ଭ୍ରମଣ ପ୍ରିୟ, ଧାର୍ମିକ ତଥା ଭକ୍ତି ପ୍ରିୟ ହୋଇଥାଏ ।

ଦ୍ୱିତୀୟ ବାର:- ସୋମବାରରେ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଛନ୍ତି ସେମାନେ ମୁଖ୍ୟତଃ ଅଳସୁଆ ଅଟନ୍ତି ଏବଂ ସେମାନେ ପ୍ରିୟ ଭାଷା ଏବଂ ଭୋଗବିଳାସୀ ମଧ୍ୟ ଅଟନ୍ତି । ସେମାନେ ଏହା ସହିତ ରୀତି କାର୍ଯ୍ୟରେ ଉତେଜିତ ମଧ୍ୟ ଅଟନ୍ତି । ସେମାନେ ନିଜ ସ୍ତ୍ରୀକୁ ଶାନ୍ତି ଏବଂ ସୁଖ ମଧ୍ୟ ପ୍ରଦାନ କରିଥାନ୍ତି । ସେମାନେ ନ୍ୟାୟ ପରାୟଣତା ଏବଂ ଶାନ୍ତ ସ୍ୱଭାବର ହୋଇଥାନ୍ତି ।

ତୃତୀୟ ବାର:-ମଙ୍ଗଳବାରରେ ଯେଉଁ ବ୍ୟକ୍ତି ଜନ୍ମଗ୍ରହଣ କରିଥାନ୍ତି ସେମାନେ ସହାସି ସ୍ୱଭାବର ଅଟନ୍ତି ଏବଂ ସେମାନେ ଚଞ୍ଚଳମତି ଅଟନ୍ତି ଓ ଶତ୍ରୁ ବରୋଧୀ ଅଟନ୍ତି । ସେମାନେ ବହୁତ ଶୀଘ୍ର ରାଗିଯାଇଥାନ୍ତି । ଏହା ସହିତ ସେମାନେ ବିଦ୍ୟା ପ୍ରବଣ ।କାର୍ଯ୍ୟକରିବାରେ କୌଶଳି । ରୀତି ସୁଖରେ ସୁଖୀ ତଥା ଚିନ୍ତାଶୀଳ ହୋଇଥାନ୍ତି ।

ଚତୁର୍ଥ ବାର:-ବୁଧବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଗଭୀର ଚିନ୍ତାରେ ଚିନ୍ତାଶୀଳ,ନ୍ୟାୟବନ୍ତ ଏବଂ ଗୁଣି ହୋଇଥାନ୍ତି । ସେମାନେ ବହୁତ ଚତୁର ହୋଇଥାନ୍ତି ଏବଂ ସେମାନଙ୍କୁ ଧର୍ମ କାର୍ଯ୍ୟ କରିବାକୁ ଭଲ ଲାଗିଥାଏ । ଏହାସହିତ ସେମାନେ ଭୋଗବିଳାଶି ପ୍ରିୟ ମଧ୍ୟ ହୋଇଥାନ୍ତି ଏବଂ ସେମାନେ ଅନେକ ମହିଳା ଏବଂ ପୁରୁଷଙ୍କ ସହିତ ସମ୍ପର୍କ ରଖିଥାନ୍ତି ।

ପଞ୍ଚମବାର:-ଗୁରୁବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁଗୁଣର ଅଧିକାରୀ ହୋଇଥାନ୍ତି । ବୁଦ୍ଧିବିଦ୍ୟାରେ ବିଚକ୍ଷଣ ହେବାସହିତ ଭଲ ସ୍ୱଭାବର ହୋଇଥାନ୍ତି । ଏମାନେ ଶାସ୍ତ୍ର ଧାର୍ମିକରେ ପାରଙ୍ଗମ ହୋଇଥାନ୍ତି । କ୍ଷମାର ଗୁଣ ଏମାନଙ୍କ ମଧ୍ୟରେ ଭରପୁର ରହିଥାଏ ।

ଷଷ୍ଠବାର:-ଶୁକ୍ରବାରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ଅର୍ଥାତ୍ ଯେଉଁ ବ୍ୟକ୍ତି ଶୁକ୍ରବାର ଦିନ ଜନ୍ମଗ୍ରହଣ କରିଥାନ୍ତି ସେହି ବ୍ୟକ୍ତି ନୀତିନିୟମକୁ ଆଖି ଆଗରେ ରଖି ଚଳିବାକୁ ଚେଷ୍ଟା କରନ୍ତି । ସେ ପରୋପକାରୀ, ଭ୍ରମଣ ପ୍ରିୟ ଏବଂ କାମ ବିଳାଶୀ ହୋଇଥାନ୍ତି ।

ସପ୍ତମବାର:-ଶନିବାର ଦିନ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି କ୍ଷଣକୋପି ଏବଂ ଚଞ୍ଚଳବର୍ତ୍ତି ଅଟନ୍ତି । ସେମାନେ ବୋହୁତ ଅହଙ୍କାରୀ ଏବଂ ତାମସିକ ବିଦ୍ୟାରେ ପ୍ରବୀଣ ହୋଇଥାନ୍ତି ଓ ପରଧନ ଉପରେ ସର୍ବଦା ଲୋଭ ତଥା ରଖିଥାନ୍ତି ।

ଆଶା କରୁଛୁ ଅନୁଛେଦଟି ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *