ନିଜ ପସନ୍ଦର କୌଣସି ଗୋଟିଏ ଫୁଲ ଚୟନ କରନ୍ତୁ ! ନିଜର ସବୁଠାରୁ ଗମ୍ଭୀର ରହସ୍ୟ ଜାଣନ୍ତୁ…

ନିଜ ପସନ୍ଦର କୌଣସି ଗୋଟିଏ ଫୁଲ ଚୟନ କରନ୍ତୁ ! ନିଜର ସବୁଠାରୁ ଗମ୍ଭୀର ରହସ୍ୟ ଜାଣନ୍ତୁ…

ପ୍ରକୃତିର ସବୁଠାରୁ ସୁନ୍ଦର ରଚନା ଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଫୁଲ । ରଙ୍ଗ ବେରଙ୍ଗର ଫୁଲ, ମନକୁ ବହୁତ ଶାନ୍ତି ପ୍ରଦାନ କରିଥାଏ ଏବଂ ବେରଙ୍ଗ ଜୀବନରେ ରଙ୍ଗ ଭରିବାର କାମ ମଧ୍ୟ କରିଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ଫୁଲ ପସନ୍ଦ ଥାଏ । ଆପଣଙ୍କୁ କହିରଖୁଛୁ ଯେ ଏହି ଫୁଲର ପସନ୍ଦ ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ନିର୍ଭର କରିଥାଏ । ଆମେ ଆପଣଙ୍କୁ ୪ଟି ଫୁଲର ଅଲଗା ଫୋଟ ଦେଖାଇବୁ ଯେଉଁଥିରୁ ଆପଣଙ୍କୁ ନିଜ ମନ ପସନ୍ଦର ଫୁଲ ବାଛିବାର ଅଛି । ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ଦିଆଯିବ । ତାପରେ ଆମେ ଆପଣଙ୍କୁ ସେହି ଫୋଟରୁ କହିବୁ ଯେ ଆପଣଙ୍କ ବ୍ୟକ୍ତିତ୍ୱ ସହିତ ଜଡ଼ିତ କିଛି ଖାସ୍ କଥା । ତେଣୁ ଚାଲନ୍ତୁ ଚୟନ କରିବା ନିଜ ପସନ୍ଦର ଫୁଲ ।

ସୂର୍ଯ୍ୟମୁଖୀ ଫୁଲ :-

ଯଦି ଆପଣ ପ୍ରଥମ ଫୁଲ ଅର୍ଥାତ ସୂର୍ଯ୍ୟମୁଖୀ କୁ ଚୟନ କରିଛନ୍ତି ତେବେ ଆପଣ ଅତ୍ୟନ୍ତ ସକାରାତ୍ମକ ଏବଂ ଆଶାବାଦୀ ଚିନ୍ତାଧାରାର ବ୍ୟକ୍ତି ଅଟନ୍ତି । ନା ଆପଣ ନିଜ ଜୀବନରେ ସବୁବେଳେ ଖୁସିରେ ରୁହନ୍ତି ବରଂ ନିଜ ଚତୁଃପାର୍ଶ୍ଵକୁ ମଧ୍ୟ ସବୁବେଳେ ଖୁସି ବନାଇ ପାରନ୍ତି । ଆପଣଙ୍କ ଚେହେରାର ହସ ସବୁବେଳେ ବଜାୟ ରହିଥାଏ । ପୁଣି ତାହା ଯେତେ ବଡ଼ ସମସ୍ୟା ହୋଇଥାଉ ନା କାହିଁକି ଆପଣ ସବୁବେଳେ ଖୁସିରେ ରହନ୍ତି ।

ଗୋଲାପ ଫୁଲ :-

ଯଦି ଆପଣ ଗୋଲାପ ଫୁଲ ବାଛିଛନ୍ତି ତେବେ ଭାବି ନିଅନ୍ତୁ ଯେ ଆପଣ ଏବଂ ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟ ମାନଙ୍କ ତୁଳନାରେ ଖୁବ୍ ଅଧିକ ଆକର୍ଷଣୀୟ ଅଟେ । ଯେଉଁ ଲୋକେମାନେ ଆପଣଙ୍କର ଖୁବ୍ ନିକଟତର ହୋଇଥାନ୍ତି ସେମାନେ ଆପଣଙ୍କ ମଧ୍ୟରେ ଲୁଚି ରହିଥିବା ନକରାତ୍ମକ ଏବଂ ସକାରାତ୍ମକ ରହସ୍ୟକୁ ଭଲଭାବରେ ବୁଝି ଯାଆନ୍ତି । ଆପଣଙ୍କୁ ଦ୍ୱି-ପ୍ରକାରର ଜୀବନ ବଞ୍ଚିବା ପସନ୍ଦ ନୁହେଁ । ତଥାପି ଆପଣ ଅଧିକ ସାମାଜିକ ଏବଂ ସାହସୀ ବ୍ୟକ୍ତି ଅଟନ୍ତି । ଲୋକଙ୍କୁ ଭଲ ପାଇବା ଏବଂ ତାଙ୍କର ଯତ୍ନ ନେବା ବେଶ୍ ଭଲ ଭାବରେ ଜାଣିଛନ୍ତି ।

କୁମୁଦିନୀ ଫୁଲ :-

ଯଦି ଆପଣ ତୃତୀୟ ଫୁଲ ଅର୍ଥାତ କୁମୁଦିନୀ ଫୁଲ ଚୟନ କରିଛନ୍ତି । ତେବେ ଆପଣ ଖୁବ୍ ସ୍ପଷ୍ଟବାଦୀ ବ୍ୟକ୍ତି ଅଟନ୍ତି ଏବଂ ନିଜର ଲକ୍ଷକୁ ପ୍ରାପ୍ତ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଥିବା ଲୋକଙ୍କ ମଧ୍ୟରୁ ଜଣେ ଅଟନ୍ତି । ଆପଣ ନିଜର ସବୁ କାମକୁ ଅନ୍ତରିକତାର ସହିତ କରନ୍ତି । ଆପଣ ଅଧିକ ଆତ୍ମବିଶ୍ୱାସୀ ଏବଂ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି । ଆପଣଙ୍କର ପ୍ରଥମ ପ୍ରାଥମିକତା ପରିବାର ଅଟେ ।

ପଦ୍ମ ଫୁଲ :-

ଯଦି ଆପଣ ଚତୁର୍ଥ ଫୁଲ ଅର୍ଥାତ୍ ପଦ୍ମ ଫୁଲ ଚୟନ କରିଛନ୍ତି ତେବେ ଆପଣ ଜଣେ ଏପରି ବ୍ୟକ୍ତି ଅଟନ୍ତି ଯିଏ ଅନ୍ୟର ମଙ୍ଗଳ କଥା ଚିନ୍ତା କରନ୍ତି ଏବଂ ସବୁବେଳେ ଲୋକ ଗହଣରେ ରହିବାକୁ ପସନ୍ଦ କରନ୍ତି । ଅର୍ଥାତ୍ ଏପରି ଲୋକ ସବୁବେଳେ ଚାହାଁନ୍ତି ଯେ ସବୁ ସମୟରେ ଆପଣଙ୍କ ବନ୍ଧୁ, ସମ୍ପର୍କୀୟ ଏବଂ ସହକର୍ମୀ ନିଜର ସାଥିରେ ରୁହନ୍ତୁ । ଏପରି ଏଥିପାଇଁ ଭାବିଥାନ୍ତି କାରଣ ଆପଣଙ୍କ ବ୍ୟବହାର ଅନ୍ୟ ମାନଙ୍କ ପ୍ରତି ଖୁବ୍ ମିତ୍ରତାପୂର୍ଣ୍ଣ ଏବଂ ସଙ୍ଗମପ୍ରିୟ ଅଟେ ।

Leave a Reply

Your email address will not be published. Required fields are marked *