କରୋନା ଭାଇରସ୍ ହେତୁ ସମଗ୍ର ଦୁନିଆ ପ୍ରଭାବିତ ହୋଇଛି ଏବଂ ଏହି ମହାମାରୀ ନିମନ୍ତେ ଦାୟୀ ଚୀନକୁ କୁହାଯାଉଛି । ଏହାକୁ ନେଇ ବର୍ତ୍ତମାନ ଚୀନ୍ ପ୍ରତି ସର୍ବତ୍ର କ୍ରୋଧର ବାତାବରଣ ଦେଖାଦେଇଛି । ଦୁନିଆର ଅନେକ କମ୍ପାନୀ ବର୍ତ୍ତମାନ ଚୀନ୍ ଠାରୁ ନିଜର କାରବାରକୁ ବିତାଡ଼ିତ କରୁଛନ୍ତି । ଏହି କମ୍ପାନୀ ଗୁଡିକୁ ବୁଡ଼ାଇବା ପାଇଁ ଭାରତ ଦ୍ୱାରା ନିକଟ ଅତୀତରେ କରାଯାଇଥିବା ପ୍ରୋତ୍ସାହନର ଘୋଷଣା ମଧ୍ୟ ନିଜର ପ୍ରଭାବ ଦେଖାଉଛି । ସେମସଙ୍ଗ ଇଲେକ୍ଟ୍ରୋନିକ୍ସ ଠାରୁ ଆରମ୍ଭ କରି ଆପଲ ପର୍ଯ୍ୟନ୍ତ ସଂଯୋଜନା ସହଭାଗୀ ମାନେ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ଦେଖାଉଛନ୍ତି । କହିରଖୁଛୁ କି ମାର୍ଚ୍ଚ ମାସରେ ମୋଦୀ ସରକାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ମାନଙ୍କ ପାଇଁ ଅନେକ ପ୍ରକାର ପ୍ରୋତ୍ସାହନ ଘୋଷଣା କରିଥିଲେ । ଏହାର ଫଳାଫଳ ଏହା ହେଉଛି କି ପାଖାପାଖି ୨୪ ଗୋଟି କମ୍ପାନୀ ଭାରତରେ ମୋବାଇଲ ଫୋନ କାରଖାନା ପ୍ରତିଷ୍ଠା ପାଇଁ ପ୍ରାୟ ୧.୫ ବିଲିୟନ ଡଲାର ନିବେଶ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।
୨୪ଟି କମ୍ପାନୀ କରିବେ ଭାରତରେ ନିବେଶ

ସେମସଙ୍ଗ ବ୍ୟତୀତ ଫାକ୍ସକାନ ନାମରେ ପ୍ରସିଦ୍ଧ କମ୍ପାନୀ Hon Hai Precision co, ୱିଷ୍ଟ୍ରାନ କର୍ପ (Wistron corp) ଏବଂ ପେଗାଟ୍ରାନ କର୍ପ (Pegatron corp) ଯେପରି କମ୍ପାନୀ ମାନେ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ ଆଗ୍ରହ ଦେଖାଇଛନ୍ତି । ଭାରତ ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ମଧ୍ୟ ଏହିପରି ଭାବେ ସମାନ ପ୍ରୋତ୍ସାହନ ( ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ ଯେଉଁ ମାନେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସେମାନଙ୍କର ବର୍ଦ୍ଧିତ ବିକ୍ରିର ୪ ରୁ ୬ ପ୍ରତିଶତ ଦେବାକୁ ସକ୍ଷମ ହୋଇଯିବେ)ର ଘୋଷଣା କରିଛନ୍ତି । ଏହା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହିପରି ଭାବେ ସମାନ ପ୍ରୋତ୍ସାହନ ଆଣିବାକୁ ଯୋଜନା ଅଛି । କହିରଖୁଛୁ କି ଏହି ଅନ୍ୟାନ୍ୟ କ୍ଷେତ୍ର ଗୁଡ଼ିକରେ ଅଟୋମୋବାଇଲ, ଟେକ୍ସଟାଇଲ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଅନ୍ତର୍ଭୁକ୍ତ ହୋଇପାରେ ।

ଆମେରିକା-ଚୀନ୍ ବାଣିଜ୍ୟ ତିକ୍ତତା ଏବଂ କରୋନା ମହାମାରୀ ମଧ୍ୟରେ କମ୍ପାନୀ ଗୁଡିକ ନିଜର ସକ୍ରିୟ ଯୋଗାଣ ଶୃଙ୍ଖଳାକୁ ବିବିଧ କରିବାର ରାସ୍ତା ଦେଖୁଛନ୍ତି । ତଥାପି ବ୍ୟବସାୟକୁ ଶସ୍ତା କରିବା ସତ୍ତ୍ୱେ ଭାରତକୁ ବଡ଼ ଉପାୟରେ ଏହାର ଲାଭ ହୋଇନାହିଁ । ଏହି କମ୍ପାନୀଗୁଡିକ ପାଇଁ ଭିଏତନାମ ବର୍ତ୍ତମାନ ସବୁଠାରୁ ପସନ୍ଦଯୋଗ୍ୟ ସ୍ଥାନ ହୋଇପାରିଛି । ଏହା ପରେ କମ୍ବୋଡିଆ, ମିଆଁମାର, ବାଂଲାଦେଶ ଏବଂ ଥାଈଲ୍ୟାଣ୍ଡ ପରି ଦେଶ ଗୁଡିକ କମ୍ପାନୀ ପାଇଁ ପସନ୍ଦଯୋଗ୍ୟ ସ୍ଥାନ ଅଟେ । କହିରଖୁଛୁ କି ନ୍ୟୁଜ୍ ଏଜେନ୍ସି ବ୍ଲୁମବର୍ଗ ଅନୁସାରେ, ନିକଟରେ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ପୀଏଲସୀ ଦ୍ୱାରା କରାଯାଇଥିବା ଗୋଟିଏ ସର୍ଭେରେ ଏହି ସମସ୍ତ ସୂଚନା ସାମ୍ନାକୁ ଆସିଛି ।
ହଜାରେ ଲୋକଙ୍କୁ ରୋଜଗାର ମିଳିବ

କହିରଖୁଛୁ କି ମୋଦୀ ସରକାର ଆଶା କରୁଛନ୍ତି କି କେବଳ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧୫୩ ବିଲିୟନ ଡଲାର ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ, ଯେଉଁଥିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଦୁଇ ପକ୍ଷରୁ ପାଖାପାଖି ପ୍ରାୟ ୧୦ ଲକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । କ୍ରେଡିଟ୍ ସୁଇସ୍ ଗ୍ରୁପର ବିଶ୍ଳେଷକ ମାନଙ୍କ ବିଶ୍ୱାସ ଅନୁସାରେ ଏହା ଦ୍ୱାରା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୫୫ ବିଲିୟନ ଡ଼ଲାର ଅତିରିକ୍ତ ନିବେଶ ଆସିବ ଯାହା ଦେଶର ଆର୍ଥିକ ଉତ୍ପାଦନକୁ ୦.୫ ପ୍ରତିଶତ ବୃଦ୍ଧି କରିବ ।

ଗୁରୁତ୍ତ୍ୱପୂର୍ଣ୍ଣ କଥା ଏହା ଯେ ମୋଦୀ ସରକାର ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଅର୍ଥନୀତିରେ ଉତ୍ପାଦନକୁ ୨୫ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି, ଯାହା ବର୍ତ୍ତମାନ ୧୫ ପ୍ରତିଶତ ଅଛି। ସରକାର ପୂର୍ବରୁ ହିଁ କର୍ପୋରେଟ ଟ୍ୟାକ୍ସରେ ଏହା କରିସାରିଛନ୍ତି ଯାହା ଏସିଆର ସବୁଠାରୁ କମ୍ ଅଟେ । ଏହାର ଉଦ୍ଦେଶ୍ୟ ହେଉଛି ଦେଶରେ ନୂତନ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା । କହିରଖୁଛୁ କି କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତିକୁ ଗଭୀର ଝଟକା ଲାଗିଛି । BofA ସିକ୍ୟୁରିଟିର ଜଣେ ବିଶ୍ଳେଷକ ଆମୀଶ ଶାହା ସର୍ବଶେଷ ପ୍ରୋତ୍ସାହନ ଯୋଜନା ଯାହା “ମେକ ଇନ ଇଣ୍ଡିଆରେ ଏକ ବଡ଼ ବିଜୟ ଅଟେ” ବିଷୟରେ କହିଛନ୍ତି । ଆମୀତ୍ ଶାହା ଶିଳ୍ପ, ସିମେଣ୍ଟ, ଫାର୍ମାସ୍ୟୁଟିକାଲ୍ସ, ଧାତୁ ଏବଂ ଲଜିଷ୍ଟିକ୍ସକୁ ଲାଭ ପାଇଁ ଦେଖିଥାନ୍ତି । କହିରଖୁଛୁ କି ଭାରତ ପ୍ରଥମେ ହିଁ ଚୀନର ଆପ୍ ଟିକ୍ ଟକ୍ ସମେତ ୫୯ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି ଏବଂ ବର୍ତ୍ତମାନ ଭାରତରେ ୨୪ଟି କମ୍ପାନୀର ମୋବାଇଲ ଫୋନ କାରଖାନା କରିବା ଦ୍ୱାରା ତାକୁ ବ୍ୟବସାୟରେ ଏକ ବଡ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ।