ଆମେରିକାକୁ ସବୁ ସ୍ଥାନରୁ ଘେରାଉ କରିବା ପାଇଁ ଚୀନ ଆରମ୍ଭ କଲା ଷଡ଼ଯନ୍ତ୍ର ! ବର୍ତ୍ତମାନ ଏଠାରେ ପ୍ରସ୍ତୁତ ହେଉଛି ମିଲିଟାରୀ ୱେସ !

ଆମେରିକାକୁ ସବୁ ସ୍ଥାନରୁ ଘେରାଉ କରିବା ପାଇଁ ଚୀନ ଆରମ୍ଭ କଲା ଷଡ଼ଯନ୍ତ୍ର ! ବର୍ତ୍ତମାନ ଏଠାରେ ପ୍ରସ୍ତୁତ ହେଉଛି ମିଲିଟାରୀ ୱେସ !

ସମଗ୍ର ବିଶ୍ୱକୁ କରୋନା ଭାଇରସ ଭଳି ସାଙ୍ଘାତିକ ରୋଗରେ ଆକ୍ରାନ୍ତ କରାଇଥିବା ଚୀନ ବର୍ତ୍ତମାନ ନିଜର ଅସଭ୍ୟ କାର୍ଯ୍ୟକଳାପ ଗୁଡିକୁ ସମ୍ପାଦନ କରୁଛି । ଗୋଟିଏ ପକ୍ଷରେ ଯେତେବେଳେ ସମଗ୍ର ବିଶ୍ୱ ଏହି ମହାମାରୀର ଧ୍ୱଂସଲୀଳା ସହ୍ୟ କରୁଛି ତ ଅନ୍ୟପକ୍ଷରେ ଏଥିରୁ ବଞ୍ଚିବାର ଉପାୟ ମଧ୍ୟ ଖୋଜୁଛି । ଏହି ଭାଇରସର ଲାଭ ଉଠାଇ ଚୀନ ନିଜ ଷଡ଼ଯନ୍ତ୍ର ସଫଳ କରିବାରେ ଲାଗିଛି । ବାସ୍ତବରେ, ଏହି ସମୟରେ ଚୀନ୍ ପ୍ରଶାନ୍ତ ମହାସାଗରରେ ନିଜର ନୂତନ ରଣନୀତିର ବାଟ ନେଇ କିରିବାଟିରେ ନିଜର ଦୂତାବାସ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏଠାରେ ଚୀନ ଏମ୍ବେସିକୁ ଆରମ୍ଭ କରିବା ପାଇଁ ଭାଇରସ ଶେଷ ହେବା ପର୍ଯ୍ୟନ୍ତ ମଧ୍ୟ ଅପେକ୍ଷା କରିଲା ନାହିଁ ।

ବାସ୍ତବରେ ବର୍ତ୍ତମାନ ଏହି କଥାର ଅନୁମାନ କରାଯାଉଛି ଯେ, ଚୀନ ପକ୍ଷରୁ ଖୁବଶୀଘ୍ର ଏଠାରେ ଚୀନ ସେନା ନେବଲ୍ ବେସ୍ ପ୍ରସ୍ତୁତ କରିପାରନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ନିକଟରେ ହୋଇଥିବା କିରିବାତିରେ ରାଷ୍ଟ୍ରପତି ନିର୍ବାଚନରେ ପୁଣିଥରେ ଟେନେଟି ମମାଉ ବିଜୟ ହାସଲ କରିଛନ୍ତି । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ, ରାଷ୍ଟ୍ରପତି ଟେନେଟି ମମାଉ ଚୀନର ସମର୍ଥକ ଅଟନ୍ତି । ସୂଚନା ଅନୁଯାୟୀ ବେଜିଙ୍ଗ ଯାତ୍ରା ସମୟରେ ରାଷ୍ଟ୍ରପତି ଟେନେଟି ମମାଉ ଓ ଚୀନର ରାଷ୍ଟ୍ରପତି ଶୀ ଜିନପିଙ୍ଗ ମଧ୍ୟରେ ଏମ୍ବେସି ଖୋଲିବା ଉପରେ ସହମତି ଦେଇଥିଲେ । କିଛି ରିପୋର୍ଟ ଅନୁସାରେ ଏହି ସୂଚନା ମିଳିଛି ଯେ, ୧.୧୬ ଲକ୍ଷରୁ ଅଧିକ ଲୋକ ବାସ କରୁଥିବା ଏହି ଦେଶକୁ ଚୀନର କୋଟି କୋଟି ଡଲାର ଋଣ ପ୍ରଦାନ କରିଛି । ଚୀନର ଏହିପରି ଷଢଯନ୍ତ୍ରରେ କେବଳ ଏହି ଦେଶ ନୁହେଁ ବରଂ ନିଜର ଅନେକ ପଡ଼ୋଶୀ ରାଷ୍ଟ୍ରକୁ ମଧ୍ୟ ନିଜ ଷଢଯନ୍ତ୍ରର ଜାଲରେ ଛନ୍ଦି ସାରିଛି । ଏହା ଚୀନର ଏକ ନୂତନ ଷଡ଼ଯନ୍ତ୍ର ଅଟେ, ଯାହା ଜରିଆରେ ତା ଦେଶର ଉନ୍ନତି ହେବ ।

ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ, କରୋନା ଭାଇରସ ଓ ଦକ୍ଷିଣ “ଚାଇନା-ସି”କୁ ନେଇ ଆମେରିକା ଚୀନ ମଧ୍ୟରେ ଚିନ୍ତା ଜାରି ରହିଛି । ଆମେରିକା ପକ୍ଷରୁ ଅନେକ ଥର ଏହି ବୟାନ ମଧ୍ୟ ଦିଆଯାଇଛି ଯେ, ଚୀନର ସମସ୍ତ ଷଡ଼ଯନ୍ତ୍ରର ଉଚିତ ଉତ୍ତର ଦେବା ପାଇଁ ଆମେରିକା ଏସିଆରେ ନିଜ ସେନାର ସଂଖ୍ୟା ବୃଦ୍ଧି କରାଉଛି ।

ଯଦି ଚୀନ ଓ ଆମେରିକା ମଧ୍ୟରେ ଅବସ୍ଥା ଆହୁରି ଖରାପ ହେଉଛି, ତେବେ ପ୍ରଶାନ୍ତ ମହାସାଗରରେ ଆମେରିକାର ସୈନିକଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିବ । ବୋଧହୁଏ ଏହି କାରଣ ଯୋଗୁଁ ଆମେରିକାକୁ ସବୁ ସ୍ଥାନରୁ ଘେରିବା ପାଇଁ ଚୀନ ପ୍ରଶାନ୍ତ ମହାସାଗରରେ ନିଜର ସୈନ୍ୟ ଶକ୍ତି ବୃଦ୍ଧି କରୁଛି ।

ଏହା ବ୍ୟତୀତ ଯେପରି ଭାବେ କୁହାଯାଉଛି ଯେ, ଚୀନ କିରିବାତିରେ ନିଜର ନେବଲ୍ ୱେସ ତିଆରି କରିପାରନ୍ତି । ଯଦି ଏହା ସମ୍ଭବ ହୁଏ, ତେବେ ଅଷ୍ଟ୍ରେଲିଆ ଓ ଚୀନ ମଧ୍ୟରେ ଦୁରତ୍ୱ ଓ ଭୁଲ୍ ବୁଝାମଣା ସୃଷ୍ଟି ହୋଇଯିବ । ଅଷ୍ଟ୍ରେଲିଆରେ କରୋନା ସଂକ୍ରମଣ ହେବାର କାରଣ ଚୀନ ବୋଲି କୁହାଯାଉଛି । ଏତଦବ୍ୟତୀତ କିରିବାତିର ସମସ୍ତ ଆବଶ୍ୟକ ସାମଗ୍ରୀକୁ ଅଷ୍ଟ୍ରେଲିଆ ପୂରଣ କରିଥାଏ । କିନ୍ତୁ ଅଷ୍ଟ୍ରେଲିଆ ଓ ଚୀନ ମଧ୍ୟରେ ଚାଲୁଥିବା ବିବାଦ ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ ଏବଂ ଚୀନ ଅଷ୍ଟ୍ରେଲିଆରୁ ଆସୁଥିବା ଅନେକ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି । ଆହୁରି ମଧ୍ୟ ଚୀନର ହେକ୍କର୍ ଅଷ୍ଟ୍ରେଲିଆର କିଛି ୱେବସାଇଟ୍ ଉପରେ ଦୃଷ୍ଟି ରଖିଛନ୍ତି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ, ଚୀନ ନିଜ ଦେଶର ନାଗରିକଙ୍କୁ ଅଷ୍ଟ୍ରେଲିଆ ଯାତ୍ରାରେ ନ ଯିବା ପାଇଁ ପରାମର୍ଶ ଦେଇଛି ।

Google

କୁହାଯାଉଛି ଯେ, ପ୍ରଶାନ୍ତ ମହାସାଗରରେ ଥିବା ଏହି ଛୋଟ ଦେଶକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଚୀନ ଏବେଠାରୁ ନୁହେଁ ବରଂ ୨୦୦୬ ମସିହା ଠାରୁ ଚେଷ୍ଟା କରୁଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଚଳିତ ବର୍ଷ ତତ୍କାଳୀନ ଚୀନ ରାଷ୍ଟ୍ରପତି ବେନ୍ ଜିୟାବାଓ କିରିବାତି ଦ୍ୱୀପ ଦେଶକୁ ଯାତ୍ରା କରିଥିଲେ । କରୋନା ଭାଇରସ ମହାମାରୀ ଅବସ୍ଥାରେ ମଧ୍ୟ ଚୀନ ଏଠାରେ ଡ଼ୋନେସନ ଡିପ୍ଲୋମେସି ଉପାୟ ଜରିଆରେ ଲାଭ ହାସଲ କରିବା ପାଇଁ ଚେଷ୍ଟା କରୁଛି । ବର୍ତ୍ତମାନ ଭାରି ମାତ୍ରାରେ ଚୀନ ଏହି ଦେଶକୁ ମାସ୍କ, ପିପିଇ କିଟ୍, ଔଷଧ ଓ ସର୍ଜିକଲ୍ ମାସ୍କ ଯୋଗାଇ ଦେଉଛି ।

Leave a Reply

Your email address will not be published. Required fields are marked *