ମାନବତା ବିରୁଦ୍ଧରେ ଷଡଯନ୍ତ୍ର- ଚୀନ୍ ଏବଂ ପାକିସ୍ତାନ ଭାରତ ବିରୁଦ୍ଧରେ ଜୈବିକ ଯୁଦ୍ଧର ରଚିଛନ୍ତି ଷଡ଼ଯନ୍ତ୍ର ! ତିନି ବର୍ଷ ପାଇଁ କରିଛନ୍ତି ଗୁପ୍ତ ଚୁକ୍ତି ।

ମାନବତା ବିରୁଦ୍ଧରେ ଷଡଯନ୍ତ୍ର- ଚୀନ୍ ଏବଂ ପାକିସ୍ତାନ ଭାରତ ବିରୁଦ୍ଧରେ ଜୈବିକ ଯୁଦ୍ଧର ରଚିଛନ୍ତି ଷଡ଼ଯନ୍ତ୍ର ! ତିନି ବର୍ଷ ପାଇଁ କରିଛନ୍ତି ଗୁପ୍ତ ଚୁକ୍ତି ।

* ଗୋଟିଏ ରିପୋର୍ଟରେ ଦାବି କରାଯାଇଛି କି ଚୀନ୍ ଏବଂ ପାକିସ୍ତାନ ବ୍ୟତିତ ପାଶ୍ଚାତ୍ୟ ଦେଶ ମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚିଛି ।

* ଦାବି ଶକ୍ତିଶାଳୀ ଏଥିପାଇଁ ନଜର ଆସୁଛି କାରଣ କରୋନା ଭାଇରସ୍ ବିଷୟରେ କୁହାଯାଇଛି କି ତାହା ଚୀନର ଊହାନ ଲ୍ୟାବରୁ ବାହାରିଛି ।

ଚୀନ୍ ଏବଂ ପାକିସ୍ତାନ ମିଳିତ ଭାବେ ଭାରତ ଏବଂ ପାଶ୍ଚାତ୍ୟ ଦେଶ ମାନଙ୍କ ବିରୁଦ୍ଧରେ ବିୟୋଲୋଜିକାଲ ୱାରଫେୟର ଅର୍ଥାତ ଜୈବିକ ଯୁଦ୍ଧର ଷଡ଼ଯନ୍ତ୍ର କରୁଛନ୍ତି । ଦୁଇ ଦେଶ ଏଥିପାଇଁ ତିନି ବର୍ଷର ଗୁପ୍ତ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଦାବି ଏକ ରିପୋର୍ଟରେ କରାଯାଇଛି । ଏଥିରେ କୁହାଯାଇଛି କି, ଏନ୍ଥ୍ରେକ୍ସ ପରି ଏକ ଭୟଙ୍କର ଭାଇରସ୍ ଉପରେ କାମ କରିବାକୁ ହେବ । ଏହି ବିଷୟରେ ଗୁପ୍ତ ସୂଚନା ମିଳିଯାଇଛି । ରିପୋର୍ଟରେ କରାଯାଇଥିବା ଦାବି ଶକ୍ତିଶାଳୀ ନଜର ଆସୁଛି । ବାସ୍ତବରେ, କିଛି ଦିନ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ କି କରୋନା ଭାଇରସ୍ ଚୀନର ଊହାନ ଲ୍ୟାବରୁ ଆସିଛି ଏବଂ ଆମେରିକା ପାଖରେ ଏହାର ପ୍ରମାଣ ରହିଛି ।

Google

କାହାର ଦାବି

ଏହି ରିପୋର୍ଟ କ୍ଲାଜୋନ୍ ନାମକ ଏକ ୟୁନିଟ୍ ଗୁପ୍ତଚର ସୂତ୍ର ନିକଟରୁ ପ୍ରକାଶ କରିଛି । ସୁରକ୍ଷା ବିଶେଷଜ୍ଞ ଏନ୍ଥୋନୀ କ୍ଲାନ୍ ଏହା ଉପରେ ପ୍ରବନ୍ଧ ଲେଖିଛନ୍ତି । ନ୍ୟୁଜ୍ ଏଜେନ୍ସି ଏହାକୁ ସାର୍ବଜନୀନରେ ପ୍ରକାଶ କରିଛି ।

ରିପୋର୍ଟରେ କଣ ଅଛି

Google

ଏହା ମୁତାବକ, ଊହାନଙ୍କ ଯେଉଁ ଲ୍ୟାବରୁ କରୋନା ଭାଇରସ୍ ବାହାରିଥିବାର ଆମେରିକା ଦାବି କରୁଛି, ସେ ପାକିସ୍ତାନ ସହିତ ମିଶି ଜୈବିକ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । ଟାର୍ଗେଟରେ ଭାରତ ବ୍ୟତୀତ ପାଶ୍ଚାତ୍ୟ ଦେଶଗୁଡିକ ଯେପରି ଆମେରିକା ରହିଛି । ଏହି ଦେଶଗୁଡିକୁ ସଂକ୍ରାମକ ରୋଗ ପାଇଁ ଟାର୍ଗେଟ କରାଯିବ । ଅନୁସନ୍ଧାନରେ ହେବାକୁ ଥୁବା ଖର୍ଚ୍ଚ ଚୀନର ଊହାନ ଲ୍ୟାବ୍ ବହନ କରିବ ।

ଜୈବିକ ଅସ୍ତ୍ରର ଷଡଯନ୍ତ୍ର

Google

ରିପୋର୍ଟରେ ଏକ ଗୁପ୍ତଚର ସୂତ୍ରରୁ ପ୍ରକାଶ କରାଯାଇଛି କି, ଏନ୍ଥ୍ରେକ୍ସ ପରି ଭାଇରସର ଅସ୍ତ୍ର ରୂପେ ବ୍ୟବହାର କରିବାର ବିପଦ ରହିଛି । ଏହା ଉପରେ ପାକିସ୍ତାନ ଏବଂ ଚୀନ୍ ତିନି ବର୍ଷର ଗୁପ୍ତ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଜୈବିକ ଅସ୍ତ୍ର ପ୍ରସ୍ତୁତ କରାଯିବ । ଏଥିପାଇଁ ଜରୁରୀ ଥିବା ମୃତ୍ତିକା ସମ୍ବନ୍ଧୀୟ ପରୀକ୍ଷା (ମୃତ୍ତିକା ନମୁନା ପରୀକ୍ଷା) କରିଦିଆଯାଇଛି । ଚୀନ୍ ପାକିସ୍ତାନର ଵୈଜ୍ଞାନିକମାନଙ୍କୁ ଏହି ବିଷୟରେ ତଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି ।

ପାକିସ୍ତାନର କାନ୍ଧରେ ଚୀନର ବନ୍ଧୁକ

ଗୁପ୍ତଚର ସୂତ୍ର ଅନୁଯାୟୀ, ଚୀନ୍ ପାକିସ୍ତାନକୁ ବ୍ୟବହାର କରି ଭାରତ ବିରୋଧରେ ଷଡଯନ୍ତ୍ର ରଚିଛି । ବିଶେଷ କଥା ଏହା ଯେ, ଭାରତ ଏବଂ ପାଶ୍ଚାତ୍ୟ ଦେଶର ଗୁପ୍ତଚର ଏଜେନ୍ସିମାନଙ୍କୁ ଏହି ବିଷୟରେ ସୂଚନା ମିଳିଯାଇଛି । ଚୀନ୍ ନିଜ ସହ ଏହି ଷଡଯନ୍ତ୍ର ପରିଣାମ ଦେବାକୁ ଚାହୁଁନାହିଁ । ତେଣୁ ସେ ଷଡଯନ୍ତ୍ର ସହ ଜଡିତ ଏହି ପରୀକ୍ଷା ପାକିସ୍ତାନ ମାଟିରେ କରିବାକୁ ଯୋଜନା କରିଛି । ଭୟଙ୍କରର ବିଷୟ ଏହା ଯେ ପାକିସ୍ତାନର ଲ୍ୟାବରେ ଭାଇରସ୍ ଆଉଟବ୍ରେକ୍ ଅର୍ଥାତ ଏହା ବାହାରକୁ ଆସିବା ପରେ ରୋକିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ।

Leave a Reply

Your email address will not be published. Required fields are marked *