ଭାରତ – ଚୀନ୍ ମଧ୍ୟରେ ଜାରି ସୀମା ଗତିରୋଧ ବର୍ତ୍ତମାନ ଧୀରେ ଧୀରେ ଶାନ୍ତ ହେବାରେ ନଜର ଆସିଛି । ଏହିସବୁ ମଧ୍ୟରେ ଚୀନ୍ ତରଫରୁ ଗୁରୁବାର ଦିନ ଏକ ମନ୍ତବ୍ୟ ଜାରି କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ଚୀନୀ ଏବଂ ଭାରତୀୟ ସୈନିକ ଗଲୱାନ୍ ଘାଟୀ ଏବଂ ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା ପାଖରେ ଅଛନ୍ତି ଏବଂ ଆଉ ବାକି ସୈନ୍ୟ ପଛକୁ ଯାଇଛନ୍ତି । ଏହି ସ୍ଥାନ ମାନଙ୍କରେ ବର୍ତ୍ତମାନ ଏହି ଦୁଇ ଦେଶ ମଧ୍ୟରେ ସ୍ଥିତି ନିୟନ୍ତ୍ରଣରେ ଥିବାର ନଜର ଆସିଛି । ଗୋଟିଏ ପଟେ ଚୀନ୍ ତରଫରୁ ଏପରି ମନ୍ତବ୍ୟ ଦିଆଯାଇଛି ଅନ୍ୟ ପକ୍ଷରେ ସେଠାକାର ସରକାରୀ ମିଡିଆ ଦୃଢ଼ ସ୍ଵଭାବ ଦେଖାଇବାରେ ଲାଗି ପଡିଛନ୍ତି । ଏପରିକି ଚୀନର ସରକାରୀ ମିଡିଆ ଭାରତୀୟ ସେନାକୁ ଚୁକ୍ତିନାମା ନଭାଙ୍ଗିବାକୁ ଏବଂ LAC ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେବାରେ ଲାଗିପଡ଼ିଛନ୍ତି ।

ମନ୍ତବ୍ୟ ଦେବା ସମୟରେ ଚୀନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଝାଓ ଲିଜିଆନ କହିଛନ୍ତି ଯେ ପୂର୍ବ ଲଦାଖରେ ବିରୋଧ ଥିବା ହୋଟ ସ୍ପ୍ରିଂଗରୁ ଚୀନ୍ ସେନା ନିଜର ଅସ୍ଥାୟୀ ସଂରଚନାକୁ ମଧ୍ୟ ସେଠାରୁ ହଟାଇ ଦେଇଛନ୍ତି । ଏହାସହିତ ହିଁ ଅନ୍ୟ ବାକି ସମସ୍ତ ସୈନିକଙ୍କୁ ମଧ୍ୟ ସେଠାରୁ ପଛକୁ ଯିବାକୁ କୁହାଯାଇଥିଲା ତେଣୁ ଏହି ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । କିନ୍ତୁ ଅନ୍ୟ ପକ୍ଷରେ ଚୀନର ସରକାରୀ ଖବରକାଗଜ ଚାଇନା ଡେଲୀ ଦ୍ଵାରା ଏହା ଲେଖାଯାଇଛି ଯେ ଭାରତୀୟ ସେନାଙ୍କୁ ଏହି ସମୟରେ ଚୁକ୍ତିନାମାର ସମ୍ମାନ କରିବା ଉଚିତ ଯାହା ଗଲୱାନ୍ ଘାଟୀକୁ ନେଇ ହୋଇଥିଲା । ଯଦି ଏପରି ନହୁଏ ତେବେ ଏହାର ଖରାପ ପରିଣାମ ଭୋଗିବାକୁ ପଡ଼ିପାରେ ।
#FMsays Chinese and Indian border troops have been disengaged thanks to commander-level meetings, Foreign Ministry spokesman Zhao Lijian said, adding that the overall situation at the border area remains stable and is moving towards relaxation. #India pic.twitter.com/4HjpDrRiPg
— China Daily (@ChinaDaily) July 9, 2020
ଯେଉଁଠି ଝାଓ କହିଛନ୍ତି ଯେ ,’ କମାଣ୍ଡର ସ୍ତରୀୟ ହୋଇଥିବା ବାର୍ତ୍ତା ପରେ ଉଭୟ ସୈନ୍ୟଙ୍କ ମଧ୍ୟରେ ଯେଉଁ ବୁଝାମଣା ହୋଇଛି ତାହା ଉପରେ ଧ୍ୟାନ ଦେଇ ଚୀନ୍ ଏବଂ ଭାରତ ସୀମାରେ ସୈନିକମାନେ ଗଲୱାନନ୍ ଘାଟୀ ଠାରୁ ଆରମ୍ଭ କରି ବାକି ସମସ୍ତ ଅଞ୍ଚଳରେ ଫ୍ରଣ୍ଟ ସୀମାରୁ ପଛକୁ ଯିବା ପାଇଁ ପ୍ରଭାବୀ ପଦକ୍ଷେପ ନେଇଛନ୍ତି । ଏପରିକି ବର୍ତ୍ତମାନ ସୀମାରେ ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ସ୍ଥିତି ପୂର୍ବ ଅପେକ୍ଷା ଶାନ୍ତ ରହିଛି ।
#Opinion: While it is easy to fan nationalist fever for political gains during a border dispute, politicians in #India must also realize how it may cause damage to its own national interests.
— China Daily (@ChinaDaily) July 9, 2020
ଏହାପରେ ମଧ୍ୟ ସେଠାକାର ମିଡିଆ ବାରମ୍ବାର ଭାରତକୁ ଇସାରା ଯୋଗେ ଧମକ୍ ଦେବାରେ ଲାଗିପଡ଼ିଛି । କିନ୍ତୁ ଏହି ବିଷୟରେ ସୂଚନା ପ୍ରଦାନକାରୀଙ୍କ କହିବା କଥା ଯେ ଏହା ଚୀନର ଅନ୍ୟ ଏକ ରଣନୀତିର ଷଡ଼ଯନ୍ତ୍ର ଅଟେ । ଯେଉଁଠି ଅଧିକାଂଶ ବିଷୟ ଉପରେ ଚୀନର ଅଧିକାରୀକ ପ୍ରବକ୍ତାଙ୍କ ସ୍ଵଭାବ ଶାନ୍ତ ରହିଛି ଅନ୍ୟ ପକ୍ଷରେ ଚୀନର ସରକାରୀ ମିଡିଆ ଏହି ସମୟରେ ବାରମ୍ବାର ଧମକ୍ ଏବଂ ଚେତାବନୀ ସ୍ଵଭାବର ହୋଇଛି । ଏହି ନୂତନ ରଣନୀତି ଅନୁସାରେ ଚୀନ୍ ଏହା ମଧ୍ୟ ସୂଚାଉଛି ଯେ ସେ କଣ କରିପାରେ ଏବଂ ସେ ଶାନ୍ତି ମଧ୍ୟ ଚାହୁଁଛି ।