ଚାଣକ୍ୟ ନୀତି : ଅସୁବିଧା ସମୟରେ ଏହିସବୁ କଥାକୁ ରଖନ୍ତୁ ଧ୍ୟାନ ! ଖୁବ୍ ସହଜରେ ସମସ୍ତ ଜଟିଳ ପରିସ୍ଥିତିକୁ କରିପାରିବେ ଦୂର…

ଚାଣକ୍ୟ ନୀତି : ଅସୁବିଧା ସମୟରେ ଏହିସବୁ କଥାକୁ ରଖନ୍ତୁ ଧ୍ୟାନ ! ଖୁବ୍ ସହଜରେ ସମସ୍ତ ଜଟିଳ ପରିସ୍ଥିତିକୁ କରିପାରିବେ ଦୂର…

ଏ ସଂସାରରେ ସମସ୍ତ ମନୁଷ୍ୟ ଜୀବନରେ ଅନେକଗୁଡ଼ିଏ ପରିସ୍ଥିତି ଉତ୍ପନ ହୋଇଥାଏ । ଏପରି କୌଣସି ମନୁଷ୍ୟ ନାହାଁନ୍ତି ଯାହାଙ୍କ ଜୀବନ ଏକ ସମାନ ବ୍ୟତୀତ ହେବ । ଯେତେବେଳେ ବ୍ୟକ୍ତି ଜୀବନରେ ଖୁସି ଥାଏ ତେବେ ତାହାକୁ କୌଣସି ଚିନ୍ତା ରହେ ନାହିଁ କିନ୍ତୁ ଜୀବନରେ ଯେପରି ପରିସ୍ଥିତି ଉତ୍ପନ ହେବାକୁ ଲାଗେ, ବ୍ୟକ୍ତି ବିଚଳିତ ହୋଇ ଉଠନ୍ତି ଏବଂ ନିଜ ଚିନ୍ତାକୁ ଦୂର କରିବା ଉପାୟ ଖୋଜନ୍ତି । ଯଦି ଆପଣ ମଧ୍ୟ ଜୀବନର ଚିନ୍ତାକୁ ସହଜରେ ଦୂର କରିବା ପାଇଁ ଚାହଁନ୍ତି ତେବେ ଏମିତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆପଣଙ୍କ କାମରେ ଆସିପାରେ । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଏପରି ଅନେକ ମାର୍ଗ କହିଛନ୍ତି ଯାହା ସାହାଯ୍ୟରେ ବ୍ୟକ୍ତି ନିଜ ଜୀବନକୁ ସଫଳ ରୂପାୟନ କରିପାରିବ ଏବଂ ସମସ୍ତ ଜଟିଳତାକୁ ଖୁବ୍ ସହଜରେ ଏଡ଼ାଇ ପାରିବ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ୍ ଅର୍ଥଶାସ୍ତ୍ରୀ ଏବଂ ଶ୍ରେଷ୍ଠ ବିଦ୍ୱାନ ଥିଲେ । ଆଚାର୍ଯ୍ୟ ଚାଣକ୍ୟ ଅର୍ଥଶାସ୍ତ୍ରର ଜ୍ଞାନୀ ଥିଲେ, ଯାହା ଫଳରେ ତାଙ୍କୁ କୌଟିଲ୍ୟ ମଧ୍ୟ କୁହାଯାଏ । ତାଙ୍କୁ ରାଜନୀତି ଓ କୂଟନୀତିରେ ମହାରଥ ହାସଲ ହୋଇଛି । ସେ ନିଜ ନୀତି ବଳରେ ନିଜ ଶତ୍ରୁ ଘନାନନ୍ଦଙ୍କୁ ନାଶ କରିଥିଲେ ଏବଂ ଚନ୍ଦ୍ରଗୁପ୍ତ ମୋର୍ଯ୍ୟକୁ ଏକ ସାଧାରଣ ବାଳକରୁ ମୋର୍ଯ୍ୟ ବଂଶର ଶାସକ କରିଥିଲେ ।

ଆଚାର୍ଯ୍ୟ ଚାଣକ୍ୟ ଦ୍ୱାରା କୁହାଯାଇଥିବା ନୀତି ଗୁଡ଼ିକ ଆଜିକାର ସମୟରେ ମଧ୍ୟ ଲୋକଙ୍କ ଜୀବନ ଉପରେ ଲାଗୁ ହୋଇଥାଏ । ନୀତି ଶାସ୍ତ୍ରରେ କୁହାଯାଇଥିବା କଥାକୁ ଯଦି ବ୍ୟକ୍ତି ପାଳନ କରେ ତେବେ ଏଥିରୁ ନିଜ ଜୀବନର ବହୁତଗୁଡିଏ ଅସୁବିଧାରୁ ମୁକ୍ତି ମିଳିଥାଏ । ଆଚାର୍ଯ୍ୟ ଚାଣକ୍ୟ ନୀତି ଶାସ୍ତ୍ରରେ କିଛି ମହତ୍ତ୍ୱପୂର୍ଣ୍ଣ କଥା ବିଷୟରେ କହିଥିଲେ, ଯାହାଙ୍କୁ ଯଦି ଧ୍ୟାନ ରଖାଯାଏ ତେବେ ବିପରୀତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ । ତେବେ ଚାଲନ୍ତୁ ଜାଣିବା ଚାଣକ୍ୟ ନୀତି ଏହା ବିଷୟରେ କଣ କୁହନ୍ତି ।

ଖରାପ ସମୟରେ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ବଜାୟ ରଖନ୍ତୁ

ଅଧିକାଂଶ ସମୟରେ ଦେଖାଯାଏ ଯେ ଲୋକଙ୍କ ଜୀବନରେ ଯେତେବେଳେ ମଧ୍ୟ ଖରାପ ସମୟ ଆସେ ସେତେବେଳେ ସେମାନେ ଧୈର୍ଯ୍ୟ ହରାଇ ବସନ୍ତି ଏବଂ ଆତ୍ମବିଶ୍ୱାସରେ ମଧ୍ୟ ଅଭାବ ଦେଖାଯାଏ କିନ୍ତୁ ଏଠାରେ ଆଚାର୍ଯ୍ୟ ଚାଣକ୍ୟଙ୍କ ଏପରି କହିବା ଯେ ବ୍ୟକ୍ତିକୁ ଖରାପ ସମୟରେ ନିଜ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସକୁ ହରାଇବା ଆଦୌ ଉଚିତ ନୁହେଁ । ଯଦି କୌଣସି ବ୍ୟକ୍ତି ପାଖରେ ଏହି ଦୁଇଟି ଗୁଣ ରହିଥାଏ ତେବେ ଏହି ବିଷମ ପରିସ୍ଥିତିରୁ ବାହାରିବାରେ ସକ୍ଷମ ହୋଇପାରିବେ । ଆପଣଙ୍କୁ ସୁଚାଇଦେଉଛୁ ଯେ ଆଚାର୍ଯ୍ୟ ଚାଣକ୍ୟ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ବଳରେ ନିଜ ଶତ୍ରୁକୁ ପରାଜିତ କରିଥିଲେ । ବିଷମ ପରିସ୍ଥିତିରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟ ନିଜର ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ହରେଇ ନଥିଲେ ।

ସମସ୍ତଙ୍କୁ ଧ୍ୟାନ ରଖନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଏହା ବିଷୟରେ କହିଥିଲେ ଯେ ସମସ୍ତ ପରିସ୍ଥିତିରେ ମନୁଷ୍ୟଙ୍କୁ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଜରୁରୀ କାରଣ ଯଦି କେବେ ଜୀବନରେ ବିପରୀତ ପରିସ୍ଥିତି ଉତ୍ପନ ହୋଇଯାଏ ତେବେ ବ୍ୟକ୍ତି ମାନସିକ ଓ ଶାରୀରିକ ରୂପେ ସ୍ୱାସ୍ଥ୍ୟ ହେବା ବହୁତ ଆବଶ୍ୟକ ଅଟେ । ଯଦି ସ୍ୱାସ୍ଥ୍ୟର ଧ୍ୟାନ ରଖାନଯାଏ ତେବେ ଏହି କାରଣରୁ ଅସୁବିଧା ସମୟରେ ସମସ୍ୟା ଆହୁରି ବଢ଼ିବାକୁ ଲାଗେ ।

ଧନ ସଞ୍ଚୟ କରି ରଖିବା ଉଚିତ

ଆଚାର୍ଯ୍ୟ ଚାଣକ୍ୟ ଏଠାରେ ଏହା କହିବାକୁ ଚାହଁନ୍ତି ଯେ ମନୁଷ୍ୟକୁ ନିଜ ଜୀବନରେ ଧନ ସଞ୍ଚୟ କରିବା ଅଭ୍ୟାସ କରିନେବା ଉଚିତ କାରଣ ବିପଦ ସମୟରେ ସଞ୍ଚୟ କରାଯାଇଥିବା ଧନ କାମରେ ଆସେ । ଯେଉଁ ବ୍ୟକ୍ତି ଧନ ସଞ୍ଚୟ କରି ରଖେ, ଖରାପ ସମୟ ଆସିଲେ ସେ ତାହାକୁ ଖୁବ୍ ସହଜରେ ପାର କରିଯାନ୍ତି । ଯଦି ଧନର ଅଭାବ ଅଛି ତେବେ ବ୍ୟକ୍ତିକୁ ବିପରୀତ ପରିସ୍ଥିତି ସହ ଲଢ଼ିବାରେ ବହୁତ କଠିନ ପରିଶ୍ରମ କରିବାକୁ ପଡ଼େ ।

Leave a Reply

Your email address will not be published. Required fields are marked *