ଯାହା ହେଉ ନା କାହିଁକି, ଭୁଲରେ ମଧ୍ୟ ନିଜ ଜୀବନର ଏହି ୨ଟି କଥା କାହାକୁ କୁହନ୍ତୁ ନାହିଁ । ନଚେତ ପରିସ୍ଥିତି ଆପଣଙ୍କ…

ଆଚାର୍ଯ୍ୟ ଚାଣକ୍ୟ ପାଟଳି ପୁତ୍ର (ଯାହା ବର୍ତ୍ତମାନ ପାଟଣା ନାମରେ ପରିଚିତ)ର ମହାନ ବିଦ୍ୱାନ ଥିଲେ । ଚାଣକ୍ୟଙ୍କୁ ତାଙ୍କର ନ୍ୟାୟପ୍ରିୟ ଆଚରଣ ପାଇଁ ସେ ପ୍ରସିଦ୍ଧ ଅଟନ୍ତି । ଏତେ ବଡ଼ ସାମ୍ରାଜ୍ୟର ମନ୍ତ୍ରୀ ହେବା ସତ୍ତ୍ୱେ ମଧ୍ୟ ସେ ଏକ ସାଧାରଣ କୁଟିଆରେ ବାସ କରୁଥିଲେ । ତାଙ୍କ ଜୀବନ ଅତ୍ୟନ୍ତ ସାଧାରଣ ଥିଲା । ଚାଣକ୍ୟ ନିଜର ଜୀବନରେ ମିଳିଥିବା ଅନୁଭବକୁ ଚାଣକ୍ୟ ନୀତିରେ ଉପସ୍ଥାପନ କରିଥିଲେ । ଯଦି କୌଣସି ବ୍ୟକ୍ତି ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ଗୁଡିକ ନିଜ ଜୀବନରେ ପ୍ରୟାଗ କରେ, ତେବେ ବ୍ୟକ୍ତିର ସାର୍ଥକ ହୋଇପାରିବ ।

Google

ଆମ ଜୀବନରେ ଏପରି ଅନେକ ବିଷୟ ରହିଛି ଯାହା ଆମକୁ ଅସୁବିଧାରେ ପକାଇଥାଏ । ଆଜିର ଏହି ଖବରରେ ଆମେ ଆପଣମାନଙ୍କୁ ସେହି ୨ଟି କଥା ବିଷୟରେ ଜଣାଇବୁ, ଯାହାକୁ ଆପଣ କାହା ସହିତ ମଧ୍ୟ ସେୟାର କରିବା ଉଚିତ ନୁହେଁ । ଚାଣକ୍ୟଙ୍କ ଅନୁଯାୟୀ ଯଦି ଆପଣ ଏପରି କରିବେ, ତେବେ ଆପଣଙ୍କୁ ପଶ୍ଚାତାଭ କରିବାକୁ ପଡିପାରେ । ତେବେ ଚାଲନ୍ତୁ ଏହା ବିଷୟରେ ବିସ୍ତାର ପୂର୍ବକ ଜାଣିବା ।

ଭୁଲରେ ମଧ୍ୟ ସେୟାର କରନ୍ତୁ ନାହିଁ ଏହି ୨ଟି କଥା :

୧. ସବୁଠାରୁ ଭୟ କରୁଥିବା ଜିନିଷ :

ସମସ୍ତ ବ୍ୟକ୍ତି ନିଜ ଜୀବନରେ କୌଣସି ନା କୌଣସି ବିଷୟକୁ ନେଇ ଭୟ ଲାଗିଥାଏ, ସେହି ବିଷୟଟି ବ୍ୟକ୍ତିଗତ ହୋଇପାରେ କିମ୍ବା ପାରିବାରିକ ମଧ୍ୟ ହୋଇପାରେ । ଆପଣଙ୍କୁ ଯେଉଁ ଜିନିଷରୁ ଭୟ ଲାଗିଥାଏ, କୃପା କରି ଏହା ବିଷୟରେ କାହାକୁ ମଧ୍ୟ କୁହନ୍ତୁ ନାହିଁ । ଯଦି ଏହି ବିଷୟକୁ ନେଇ ନିଜ ଆତ୍ମୀୟ ବା ନିଜ ଘନିଷ୍ଟ ବନ୍ଧୁଙ୍କୁ କହିବେ, ତେବେ ହୁଏତ ଆପଣଙ୍କ ଏହି ଭୟକୁ ସେମାନେ ଆପଣଙ୍କ ଦୁର୍ବଳତା ଭାବି ଭବିଷ୍ୟତରେ ଆପଣ ଠାରୁ ଲାଭ ଉଠାଇବାକୁ ଚେଷ୍ଟା ନିଶ୍ଚୟ କରିବେ ।

୨. ଶରୀରର ରୋଗ :

ବେଳେବେଳେ ଶରୀରରେ ଛୋଟ ଛୋଟ ରୋଗ ହୋଇଥାଏ । କିନ୍ତୁ ଆମକୁ ଭୁଲରେ ମଧ୍ୟ ଏହି ରୋଗ ବିଷୟରେ କାହାକୁ କହିବ ଉଚିତ ନୁହେଁ । ଯଦି ରୋଗ ବିଷୟରେ କେବଳ ଡାକ୍ତରଙ୍କୁ ହିଁ କୁହନ୍ତୁ । ଡାକ୍ତରଙ୍କ ବ୍ଯତୀତ ଅନ୍ୟ କାହାକୁ ଏହା ବିଷୟରେ କୁହନ୍ତୁ ନାହିଁ । କାହିଁକି ନା ସମସ୍ତ ମନୁଷ୍ୟର ଚିନ୍ତାଧାରା ସମାନ ନ ଥାଏ । ସମାଜରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ବର୍ତ୍ତମାନ ସମୟରେ ମଧ୍ୟ ୬କୁ ୯ ବୋଲି ପ୍ରଚାର କରନ୍ତି । ଅର୍ଥାତ ତିଳକୁ ତାଳ କରନ୍ତି ।

google

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଶେୟାର କରିବାକୁ ଭୁଲିବେ ନାହିଁ ।

Be the first to comment

Leave a Reply

Your email address will not be published.


*