ସୁଶାନ୍ତ ସିଂହ ରାଜପୁତଙ୍କ କେସରେ CBI ତଦନ୍ତ ହେବା ନିଶ୍ଚିତ । ଗୃହମନ୍ତ୍ରୀ ଅମିତ ଶାହ ଦେଇଛନ୍ତି ନିର୍ଦ୍ଦେଶ ।

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ CBI ତଦନ୍ତ ହେବା ନିଶ୍ଚିତ । ଗୃହମନ୍ତ୍ରୀ ଅମିତ ଶାହ ଦେଇଛନ୍ତି ନିର୍ଦ୍ଦେଶ ।

ବଲିଉଡ଼ର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କେସକୁ ପୋଲିସ୍ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନ କରିପାରିନାହିଁ । ମୁମ୍ବାଇ ପୋଲିସ୍ ଏହି ମାମଲାରେ ୩୦ରୁ ଅଧିକ ଲୋକଙ୍କୁ ପଚରା ଉଚୁରା କରି ସାରିଛି ଏବଂ ଏଥିରୁ ମିଳିଥିବା ତଥ୍ୟ ଅନୁସାରେ ପୋଲିସ୍ ଏହି ଘଟଣାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟା ମାନି ଚାଲିଛି । ପୁଣି ଅନ୍ୟ ପକ୍ଷରେ ତାଙ୍କ ପ୍ରସଂସକଙ୍କ ସମେତ ବଲିଉଡ଼ର ଅନେକ ବିଶିଷ୍ଟ ବ୍ୟକ୍ତି ଏହାକୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହିଛନ୍ତି । ସମଗ୍ର ଦେଶରେ ସୁଶାନ୍ତଙ୍କ ଶୁଭଚିନ୍ତକ ଏବଂ ପ୍ରଶଂସକ ଏହି କଥାର ଦାବି କରିଛନ୍ତି ଯେ ଏହି ମାମଲାର CBI ତଦନ୍ତ କରାଯାଉ ।

newstrend

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଅମିତ ଶାହ ଉଠାଇଲେ ବଡ଼ ପଦକ୍ଷେପ :-

ସମଗ୍ର ଦେଶରେ ଉଠୁଥିବା CBI ତଦନ୍ତର ଦାବି ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ପଦକ୍ଷେପ ଉଠାଇଛନ୍ତି । ଏବଂ ଏହି କେସକୁ CBIକୁ ହସ୍ତାନ୍ତର କରିବାକୁ ସମ୍ବନ୍ଧୀତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ବିହାରର ପୂର୍ବ ସାଂସଦ ପପ୍ପୁ ଯାଦବ ଗୃହମନ୍ତ୍ରୀଙ୍କୁ ପତ୍ର ଲେଖି CBI ତଦନ୍ତ ପାଇଁ ଦାବି କରିଥିଲେ । ପପ୍ପୁ ଯାଦବଙ୍କ ଏହି ଦାବିକୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ସୁଶାନ୍ତ ଆତ୍ମହତ୍ୟା କେସର ଅନୁସନ୍ଧାନକୁ ଆଗକୁ ବଢ଼ାଇବା ପାଇଁ ସମ୍ବନ୍ଧୀତ ବିଭାଗକୁ ଆଦେଶ ଦେଇଛନ୍ତି ।

newstrend

ଏହି କଥାର ସୂଚନା ପୂର୍ବ ସାଂସଦ ପପ୍ପୁ ଯାଦବ ନିଜର ଟ୍ଵିଟର ଆକାଉଣ୍ଟରେ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ ଅମିତ ଶାହ ସାର୍ ଯଦି ଆପଣ ଚାହିଁବେ ତେବେ ସୁଶାନ୍ତ ସିଂହ ମାମଲାରେ CBI ତଦନ୍ତ ହୋଇପାରିବ । ଏହାକୁ ଅଣଦେଖା କରନ୍ତୁ ନାହିଁ । ବିହାରର ଗୌରବ ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦିଗ୍ଧ ମୃତ୍ୟୁର CBI ତଦନ୍ତ ପାଇଁ କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କୁ ପତ୍ର ଲେଖି ନିବେଦନ କରିଥିଲେ । ସେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପତ୍ର ଅଗ୍ରସାରିତ କରି ଦେଇଥିଲେ । ‘

ରିୟା ଚକ୍ରବର୍ତ୍ତୀ ମଧ୍ୟ ଗୃହମନ୍ତ୍ରୀଙ୍କୁ CBI ତଦନ୍ତ ପାଇଁ ଅନୁରୋଧ କରିଥିଲେ :-

ଅନ୍ୟ ପକ୍ଷରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଗୃହମନ୍ତ୍ରୀଙ୍କୁ ଏହି ମାମଲାର CBI ତଦନ୍ତ ପାଇଁ ନିବେଦନ କରିଛନ୍ତି । ରିୟା ଗୃହମନ୍ତ୍ରୀଙ୍କୁ ଟେଗ୍ କରି ବାରମ୍ବାର ଦୁଇଟି ଟ୍ଵିଟ୍ କରିଛନ୍ତି ଏବଂ ନିଜ କଥା କହିଛନ୍ତି । ରିୟା ନିଜର ପ୍ରଥମ ଟ୍ଵିଟରେ ଲେଖିଛନ୍ତି ଯେ ଅମିତ ଶାହ ସାର୍ ମୁଁ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକ ହୋଇଯାଇଛି । ନ୍ୟାୟ ପାଇଁ ମୁଁ ଆପଣଙ୍କୁ ହାତଯୋଡ଼ି ଅନୁରୋଧ କରୁଛି ଯେ ଏହି ମାମଲାରେ CBI ତଦନ୍ତ କରାଯାଉ ।

ନିଜର ଆଗାମୀ ଟ୍ଵିଟରେ ରିୟା ଲେଖିଛନ୍ତି ଯେ ମୁଁ ହାତଯୋଡ଼ି ଆପଣଙ୍କୁ ବିନତି କରୁଛି ଯେ ଏହି ମାମଲାର CBI ତଦନ୍ତ କରାଯାଉ । ମୁଁ କେବଳ ଏତିକି ଚାହୁଁଛି ଯେ ତାହା କେଉଁ ଔଷଧ ଥିଲା, ଯାହାଦ୍ଵାରା ସୁଶାନ୍ତ ଆତ୍ମହତ୍ୟା କରିଦେଲେ ।

ସୁବ୍ରମଣ୍ୟମ ସ୍ଵାମୀ ମଧ୍ୟ ଚାହଁନ୍ତି CBI ତଦନ୍ତ :-

newstrend

ସୋସିଆଲ ମିଡିଆରେ ସୁଶାନ୍ତ ସିଂହ ରାଜପୁତଙ୍କର CBI ତଦନ୍ତର ଦାବି ବାରମ୍ବାର ଚାଲିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ମନ୍ତ୍ରୀ ସୁବ୍ରମଣ୍ୟମ ସ୍ଵାମୀ ମଧ୍ୟ ଏହି ମାମଲାର ଗମ୍ଭୀରତାକୁ ବୁଝି ଏକ ଓକିଲ ନିଯୁକ୍ତ କରିଛନ୍ତି । ସୁବ୍ରମଣ୍ୟମ ସ୍ଵାମୀଙ୍କ ଦ୍ଵାରା ନିଯୁକ୍ତ କରାଯାଇଥିବା ଓକିଲ ଏହି ସମ୍ପୂର୍ଣ୍ଣ ମାମଲାକୁ CBIକୁ ହସ୍ତାନ୍ତର କରିବାକୁ ସମସ୍ତ ଜରୁରୀ କାର୍ଯ୍ୟ ସମ୍ପୂର୍ଣ୍ଣ କରୁଛନ୍ତି । ଏହି ଓକିଲ ଜଣକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ପତ୍ର ଲେଖି ଏହି ମାମଲା ଦିଗକୁ ଧ୍ୟାନ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଛନ୍ତି ।

newstrend

ବଲିଉଡ଼ର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ଦ୍ୱିପ୍ରହରରେ ମୁମ୍ବାଇର ବାନ୍ଦ୍ରାରେ ନିଜ ପ୍ଲାଟରେ ହଠାତ୍ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ସମ୍ପୂର୍ଣ୍ଣ ଦେଶକୁ ସ୍ତବ୍ଧ କରିଦେଇଥିଲା । ସମସ୍ତଙ୍କ ମନରେ ଏହି କଥା ଚାଲିଥିଲା ଯେ ପ୍ରକୃତରେ ସୁଶାନ୍ତ ସିଂହ ଏତେ ବଡ଼ ପଦକ୍ଷେପ କାହିଁକି ନେଲେ ? ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ । ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଯେଉଁଠି ପୋଲିସ୍ ଏହି କେସ ସମ୍ବନ୍ଧୀତ ୩୦ ଜଣ ଲୋକଙ୍କୁ ପଚରାଉଚୁରା କରି ସାରିଛି । ଏଥିମଧ୍ୟରେ ଏହି ଖବର ଆସୁଛି ଯେ ମୁମ୍ବାଇ ପୋଲିସ୍ ଏହି କେସର ଫାଇନାଲ ରିପୋର୍ଟ ଦେଇ କେସକୁ ଆତ୍ମହତ୍ୟା ବୋଲ ଘୋଷଣା କରିପାରେ ।

Leave a Reply

Your email address will not be published. Required fields are marked *