ଧରାପଡ଼ିଲେ କାନପୁର କାଣ୍ଡର ଦ୍ରୋହୀ । ପୋଲିସରେ ରହି ବଦମାସ ବିକାସ ଦୁବେଙ୍କ ପାଇଁ ଗୁପ୍ତ ତଥ୍ୟ ଦେଉଥିଲେ ଏହି ଅଧିକାରୀ !

ଧରାପଡ଼ିଲେ କାନପୁର କାଣ୍ଡର ଦ୍ରୋହୀ । ପୋଲିସରେ ରହି ବଦମାସ ବିକାସ ଦୁବେଙ୍କ ପାଇଁ ଗୁପ୍ତ ତଥ୍ୟ ଦେଉଥିଲେ ଏହି ଅଧିକାରୀ !

କାନପୁରର ବିକରୂ ଗ୍ରାମ ମୁଠଭେଡ଼ କାଣ୍ଡରେ ଚୌବେପୁର ଥାନାର ଏସଓ ବିନୟ ତିୱାରୀ ଏବଂ ଇନ୍ସପେକ୍ଟର କେ.କେ ଶର୍ମାଙ୍କ ସମ୍ମିଳିତ ଥିବାର ମିଳିଛି ଏବଂ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଛି । ପୋଲିସ୍ ନିଜର ଯାଞ୍ଚରେ ପାଇଛି ଯେ ଏନକାଉଣ୍ଟର ଆରମ୍ଭ ହେବା ମାତ୍ରେ ହିଁ ଏହି ଦୁଇଜଣ ସେହି ସ୍ଥାନରୁ ଖସି ଯାଇଥିଲେ ଏବଂ ବିକାଶ ଦୁବେଙ୍କ ସହିତ ମିଶି ଯାଇଥିଲେ ।

google

ପୋଲିସ୍ ଏହି ଦୁହିଁଙ୍କୁ ବୁଧବାର ଦିନ ଗିରଫ କରିଛି । ଶୁକ୍ରବାର ଦିନ ହୋଇଥିବା ଏହି ଘଟଣା ପରଠାରୁ ବିନୟ ତିୱାରୀଙ୍କୁ ସସପେଣ୍ଡ କରିଦିଆଯାଇଥିଲା ଏବଂ ପଚରାଉଚୁରା ପାଇଁ ତାଙ୍କୁ କଷ୍ଟଡିରେ ନିଆଯାଇଥିଲା । ପୁଣି ବର୍ତ୍ତମାନ ପୋଲିସ୍ ବିନୟ ତିୱାରୀ ଏବଂ ଇନ୍ସପେକ୍ଟର କେ.କେ ଶର୍ମାଙ୍କୁ ଗିରଫ କରିଛି । କାନପୁର ରେଞ୍ଜର ଆଇଜୀ ମୋହିତ ଅଗ୍ରୱାଲ କହିଛନ୍ତି ଯେ ଵିନୟ ତିୱାରୀ ଏବଂ ଶର୍ମା ଦୁହେଁ ମୁଠଭେଡ଼ ସମୟରେ ବିକରୂ ଗ୍ରାମରେ ଉପସ୍ଥିତ ଥିଲେ । କିନ୍ତୁ ଏନକାଉଣ୍ଟର ଆରମ୍ଭ ହେବା ମାତ୍ରେ ସେମାନେ ସେଠାରୁ ଖସି ପଳାଇଥିଲେ ।

ଏହି ଦୁଇଜଣ ହିଁ ରେଡ଼ର ସୂଚନା ଦେଇଥିଲେ :-

newstrend

ଏସଏସପୀ ଦିନେଶ ପ୍ରଭୁଙ୍କ ଅନୁସାରେ ବିନୟ ତିୱାରୀ ଏବଂ କେ.କେ ଶର୍ମା ହିଁ ବିକାଶ ଦୁବେଙ୍କୁ ପୋଲିସ୍ ଚଢାଉର ସୂଚନା ଦେଇଥିଲେ । ଯେଉଁ କରାଣରୁ ବିକାଶ ନିଜର ଲୋକଙ୍କୁ ଜମା କରି ପୋଲିସ୍ ଉପରେ ଆକ୍ରମଣ କରିଥିଲେ । ପୋଲିସ୍ ଯାଞ୍ଚରେ ଏହା ମଧ୍ୟ ପାଇଥିଲେ ଯେ ଯେତେବେଳେ ବିକାଶଙ୍କୁ ରେଡ୍ ବିଷୟରେ ସୂଚନା ମିଳିଲା ସେତେବେଳେ ସେ କେ.କେ ଶର୍ମାଙ୍କୁ ଫୋନ କରି ଧମକ୍ ଦେଇଥିଲେ ଏବଂ ପୋଲିସ୍ ଟିମକୁ ଗ୍ରାମକୁ ଆସିବା ପାଇଁ ନଦେବାକୁ କହିଥିଲେ ।

ଡିଆଇଜୀଙ୍କୁ ମଧ୍ୟ କରାଗଲା ବଦଳି :-

newstrend

ଏହି ମାମଲାର ଯାଞ୍ଚ କରୁଥିବା ଏସଟିଏଫର ଡ଼ିଆଇଜୀ ଅନନ୍ତ ତ୍ରିପାଠୀଙ୍କୁ ମଧ୍ୟ ବଦଳି କରିଦିଆଗଲା । ତେବେ କାନପୁରର ସଂଘର୍ଷରେ ଶହୀଦ୍ ହୋଇଥିବା ଡିଏସପି ଦେବେନ୍ଦ୍ର ମିତ୍ର, ଡିଆଇଜୀ ଅନନ୍ତ ଦେବ ତ୍ରିପାଠୀଙ୍କୁ ଚିଠି ଲେଖି ବିନୟ ତିୱାରୀ ଏବଂ ବିକାଶ ତିୱାରୀଙ୍କ ବନ୍ଧୁ ମାନଙ୍କ ବିଷୟରେ କହିଥିଲେ । ପତ୍ରରେ ଦେବେନ୍ଦ୍ର ମିତ୍ର ଡିଆଇଜୀଙ୍କୁ କହିଥିଲେ ଯେ ଏସଓ ତିୱାରୀ ଗେଙ୍ଗଷ୍ଟାର ବିକାଶ ଦୁବେକୁ ରକ୍ଷା କରେ ତେଣୁ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହି ପତ୍ର ଡିଆଇଜୀଙ୍କୁ ମାର୍ଚ୍ଚ ମାସରେ ଲେଖା ଯାଇଥିଲା । କିନ୍ତୁ ଡିଆଇଜୀ ଅନନ୍ତ ଦେବ ଏହି ପତ୍ରକୁ ଅଣଦେଖା କରିଦେଇଥିଲେ । ଏବଂ ବର୍ତ୍ତମାନ ସେହି ପତ୍ରଟି ପୋଲିସ୍ ରେକର୍ଡରେ ମିଳୁନାହିଁ । ଏହିଭଳି ପରିସ୍ଥିତିରେ ଡିଆଇଜୀ ଅନନ୍ତ ଦେବ ତ୍ରିପାଠୀଙ୍କ ଉପରେ ମଧ୍ୟ ସନ୍ଦେହ କରାଯାଇପାରେ । ଏବଂ ମଙ୍ଗଳବାର ଦିନ ଡିଆଇଜୀ ଅନନ୍ତ ଦେବ ତ୍ରିପାଠୀ ଏହି କେସକୁ ହଟାଇ ପିଏସି ପଠାଇ ଦିଆଯାଇଛି ।

ଏପର୍ଯ୍ୟନ୍ତ ଫେରାର ଅଛନ୍ତି ବିକାଶ ଦୁବେ :-

newstrend

ବିକାଶ ଦୁବେକୁ ନିକଟରେ ଫରିଦାବାଦର ଏକ ହୋଟେଲରେ ଦେଖାଯାଇଥିଲା । ଯେଉଁଠାକୁ ସେ ତାଙ୍କ ସାଙ୍ଗ ମାନଙ୍କ ସହିତ ମିଶିବାକୁ ଆସିଥିଲା । କିନ୍ତୁ ପୋଲିସ୍ ସେଠାରେ ପହଂଚିବା ପୂର୍ବରୁ ବିକାଶ ଏକ ଅଟୋରେ ବସି ପଳାଇଥିଲା । ପୋଲିସର ତଥ୍ୟ ଅନୁସାରେ ଶୁକ୍ରବାର ଦିନ କାନପୁରରେ ଆଠଜଣ ପୋଲିସ୍ କର୍ମଚାରୀଙ୍କୁ ହତ୍ୟା କରିବା ପରେ ବିକାଶ ଦୁବେ ପଳାଇଯାଇ ଫରିଦାବାଦର ସେକ୍ଟର ୮୭ର ସମ୍ପର୍କୀୟ ଶ୍ରବଣଙ୍କ ଘରକୁ ଯାଇଥିଲା । ସେ ପ୍ରଥମେ ହୋଟେଲରେ ରୁମ୍ ନେବାକୁ ଚେଷ୍ଟା କରିଥିଲା କିନ୍ତୁ ତାହାର ଆଇଡିରେ ଫୋଟଟି ଅସ୍ପଷ୍ଟ ଥିବାରୁ ତାକୁ ରୁମ୍ ମିଳିପାରି ନଥିଲା । ଏବଂ ଯେଉଁ ସମ୍ପର୍କୀୟଙ୍କ ଘରେ ସେ ରହିଥିଲା ପୋଲିସ୍ ତାଙ୍କୁ ତାହାର ପୁଅ ଅଂକୁର ଏବଂ ପ୍ରଭାତଙ୍କୁ ମଧ୍ୟ ଗିରଫ କରିଥିଲା । ଏମାନଙ୍କ ଠାରୁ ୪ଟି ପିସ୍ତଲ ଜବତ ହୋଇଥିଲା । ଯେଉଁ ଗୁଡ଼ିକ ମଧ୍ୟରୁ ୨ଟି ଉତ୍ତରପ୍ରଦେଶ ପୋଲିସର ଅଟେ । ସେହିଠାରେ ବର୍ତ୍ତମାନ ୟୁପିର ପୋଲିସ୍ ବିକାଶଙ୍କ ଉପରେ ପୁରସ୍କାର ରାଶିକୁ ୨.୫ ଲକ୍ଷରୁ ବଢ଼ାଇ ୫ ଲକ୍ଷ କରିଦେଇଛି ।

Leave a Reply

Your email address will not be published. Required fields are marked *