SBI Account ଅଛି କି ? ତେବେ ଏହାକୁ ନିଶ୍ଚୟ ପଢନ୍ତୁ ! ଆଗାମୀ ମାସରୁ ବଦଳିଯିବ, ଏଟିଏମରୁ ଟଙ୍କା ଉଠାଇବା ଓ ଚେକ୍-ବୁକ୍ ସମ୍ବନ୍ଧୀୟ ଏହିସବୁ ନିୟମ…

SBI Account ଅଛି କି ? ତେବେ ଏହାକୁ ନିଶ୍ଚୟ ପଢନ୍ତୁ ! ଆଗାମୀ ମାସରୁ ବଦଳିଯିବ, ଏଟିଏମରୁ ଟଙ୍କା ଉଠାଇବା ଓ ଚେକ୍-ବୁକ୍ ସମ୍ବନ୍ଧୀୟ ଏହିସବୁ ନିୟମ…

ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଏଟିଏମ୍ ଓ ବ୍ୟାଙ୍କ ବ୍ରାଞ୍ଚରୁ ଟଙ୍କା ଉଠାଇବା ସର୍ଭିସ୍ ଚାର୍ଜରେ କିଛିଟା ପରିବର୍ତ୍ତନ କରିଛି ।

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ “ଭାରତୀୟ ଷ୍ଟେଟ୍ ବ୍ୟାଙ୍କ” । SBI ନିଜ ଏଟିଏମ ଓ ବ୍ୟାଙ୍କ ବ୍ରାଞ୍ଚରୁ ନଗଦ ବାହାର କରିବା ସର୍ଭିସ ଚାର୍ଜରେ କିଛିଟା ପରିବର୍ତ୍ତନ ଆଣିଛି । ଏସବିଆଇ ୱେବସାଇଟ ଅନୁସାରେ, ନୂତନ ଚାର୍ଜ ଚେକବୁକ, ଟ୍ରାନ୍ସଫର ଓ ଅନ୍ୟ ନନ୍-ଫାଇନେନେସିଆଲ୍ ଟ୍ରାଞ୍ଜେକ୍ସନ୍ ଉପରେ ଲାଗୁହେବ । ନୂତନ ସର୍ଭିସ ଚାର୍ଜ ୧ ଜୁଲାଇ, ୨୦୨୧ରୁ ଏସବିଆଇ ବେସିକ ଶେଭିଂସ ବ୍ୟାଙ୍କ ଡ଼ିପୋଜିଟ ଖାତାଧାରକଙ୍କ ଉପରେ ଲାଗୁ ହେବ ।

ଆପଣଙ୍କୁ ଜଣାଇଦେଉଛୁ ଯେ ଏସବିଆଇ BSBD ଖାତା, ଯାହାକୁ ଜିରୋ ବେଲେନ୍ସ ଖାତା ରୂପେ ଜଣାଯାଏ, ତାହା ମୁଖ୍ୟ ରୂପେରେ ସମାଜର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବ୍ୟାଙ୍କ ଜିରୋ ବେଲେନ୍ସ ଖାତାରେ ରେଗୁଲାର ସେଭିଂଗସ୍ ବ୍ୟାଙ୍କ ଆକାଉଣ୍ଟ ଭଳି ସୁଧ ଦିଏ ।

ଏସବିଆଇ ବ୍ରାଞ୍ଚରୁ ଟଙ୍କା ଉଠାଇବା :

ଏସବିଆଇ BSBD ଖାତା ଧାରକଙ୍କୁ ଚାରୋଟି ଫ୍ରି କେସ୍ ବିଡ୍ର ଟ୍ରାଞ୍ଜେକ୍ସନର ସୁବିଧା ଦିଏ । ଏଥିରେ ବ୍ରାଞ୍ଚ ସହିତ ଏକ ବ୍ୟାଙ୍କ ଏଟିଏମରେ କରାଯାଇଥିବା ଆଦାନପ୍ରଦାନ ସାମିଲ ରହିଛି । ଫ୍ରି ଲିମିଟ ସମାପ୍ତ ହେବାପରେ ବିଡ୍ର ଟ୍ରାଞ୍ଜେକ୍ସନକୁ ନେଇ ବ୍ୟାଙ୍କ ଗ୍ରାହକଙ୍କ ଉପରେ ଚାର୍ଜ ଲଗାଇଥାଏ । ବ୍ୟାଙ୍କ ଶାଖା କିମ୍ବା ଏଟିଏମରୁ ନଗଦ ଉଠାଇବାରେ ବ୍ୟାଙ୍କ ୧୫ ଟଙ୍କାର GST ନେଇଥାଏ ।

SBI ATMରୁ ଟଙ୍କା ଉଠାଇବା :

ଏସବିଆଇ ୱେବସାଇଟ ଅନୁଯାୟୀ, BSBD ଖାତା ଧାରକଙ୍କୁ ପ୍ରତି ମାସରେ ଏଟିଏମ ଓ ବ୍ୟାଙ୍କ ବ୍ରାଞ୍ଚ ସମେତ ଚାରୋଟି ଉଠାଣ ନିମନ୍ତେ ସୁବିଧା ପ୍ରଦାନ କରିଥାଏ । ବ୍ୟାଙ୍କ ଫ୍ରି ଲିମିଟ ପରେ ସମସ୍ତ ଟ୍ରାଞ୍ଜେକ୍ସନ ପାଇଁ ୧୫ ଟଙ୍କା ପ୍ଲସ ଜିଏସ୍ଟି ଚାର୍ଜ ଲାଗୁ କରାଯିବ ।

ଚେକ୍-ବୁକ୍ ଚାର୍ଜ :

SBIର BSBD ଆକାଉଣ୍ଟଧାରୀଙ୍କୁ ଗୋଟିଏ ଆର୍ଥିକ ବର୍ଷରେ ୧୦ଟି ଚେକ୍ ମାଗଣା ଦେବ । ୧୦ଟି ଚେକ୍ ଥିବା ଚେକ୍-ବୁକ୍ ପାଇଁ ୪୦ ଟଙ୍କା ସହ GST ଚାର୍ଜ କରାଯିବ । ୨୫ଟି ଚେକ୍ ଥିବା ଚେକବୁକ ପାଇଁ ୭୫ ଟଙ୍କା ସହ GST ଚାର୍ଜ କରାଯିବ । ଆପାଦକାଳୀନ ଚେକବୁକ ପାଇଁ, ୧୦ ଦିନ ଛୁଟି ପାଇଁ ୫୦ ଟଙ୍କା ସହ GST ଦେବାକୁ ପଡ଼ିବ । ଯଦିଓ, ବୃଦ୍ଧ ବୟସ୍କଙ୍କୁ ଚେକବୁକରେ ନୂତନ ସର୍ଭିସ ଚାର୍ଜ ଛାଡ ଦିଆଯିବ ।

ଏସବିଆଇ ଓ ନନ-ଏସବିଆଇ ବ୍ୟାଙ୍କ ବ୍ରାଞ୍ଚରେ ବିଏସବିଡ଼ି ଖାତା ଧାରକଙ୍କ ଦ୍ଵାରା ନନ୍ ଫାଇନେନେସିଆଲ ଟ୍ରାଞ୍ଜେକ୍ସନ ଉପରେ କୌଣସି ଚାର୍ଜ ଲାଗିବ ନାହିଁ । ଲେଡ଼ର୍ଶ ମାନେ କହିଛନ୍ତି ଯେ ଏହି ଖାତା ଧାରକଙ୍କ ପାଇଁ ବ୍ରାଞ୍ଚ ଏବଂ ବୈକଳ୍ପିକ ଚ୍ୟାନେଲରେ ଟ୍ରାନ୍ସଫର ଟ୍ରାଞ୍ଜେକ୍ସନ ମଧ୍ୟ ମାଗଣା ହେବ ।

ବଦଳିଲା ଏସବିଆଇ କେସ୍ ବାହାରିବା ନିୟମ :

କରୋନା ଭାଇରସ ସଂକ୍ରମଣ କାରଣରୁ ଏସବିଆଇ ନିଜ ଗ୍ରାହକଙ୍କୁ ଆରାମ ଦେଇ କେସ୍ ବାହାର କରିବା ସୀମା ବୃଦ୍ଧି କରାଯାଇଛି । ଗ୍ରାହକ ନିଜର ସେଭିଂ ଖାତାରୁ ଦ୍ୱିତୀୟ ବ୍ରାଞ୍ଚକୁ ଯାଇ ବିଡ୍ର ଫାର୍ମ ଜରିଆରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବାହାର କରିପାରିବା ।

ଚେକ ଜରିଆରେ ବର୍ତ୍ତମାନ ଦ୍ୱିତୀୟ ବ୍ରାଞ୍ଚରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାହାର କରିପାରିବା । ଥର୍ଡ ପାର୍ଟି (ଯାହାକୁ ଚେକ ଜାରି କରିଛନ୍ତି) କେସ୍ ବାହାର କରିବା ସୀମା ବୃଦ୍ଧି କରି ୫୦ ହଜାର ଟଙ୍କା କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *