ଏକ ବଡ ଖବର: ସୁଶାନ୍ତ ସିଂହଙ୍କ ପିତାଙ୍କ ଦାବି ପରେ ସିବିଆଇକୁ ହସ୍ତାନ୍ତର କରାଯିବ ଏହି ମାମଲା ! ପ୍ରସ୍ତୁତିରେ ଲାଗିଛନ୍ତି ବିହାର ସରକାର ।

ଏକ ବଡ ଖବର: ସୁଶାନ୍ତ ସିଂହଙ୍କ ପିତାଙ୍କ ଦାବି ପରେ ସିବିଆଇକୁ ହସ୍ତାନ୍ତର କରାଯିବ ଏହି ମାମଲା ! ପ୍ରସ୍ତୁତିରେ ଲାଗିଛନ୍ତି ବିହାର ସରକାର ।

ସୁଶାନ୍ତ ସିଂହ ରାଜପୂତଙ୍କ ପିତା କେ.କେ ସିଂହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ, ନିଜ ପୁଅର ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି । ଖବର ଅନୁସାରେ ସୁଶାନ୍ତଙ୍କ ପିତା କେ.କେ ସିଂହ ନୀତୀଶ କୁମାରଙ୍କ ସହ କଥା ହୋଇଛନ୍ତି ଏବଂ ସୁଶାନ୍ତଙ୍କ ପିତା କହିଛନ୍ତି, ସୁଶାନ୍ତର ମୃତ୍ୟୁ ମାମଲାକୁ ସିବିଆଇ ତଦନ୍ତ ନିମନ୍ତେ ସିବିଆଇକୁ ହସ୍ତାନ୍ତର କରନ୍ତୁ । ସୁଶାନ୍ତଙ୍କ ପିତାଙ୍କ ପକ୍ଷରୁ ସିବିଆଇ ଯାଞ୍ଚ ଦାବି କରିବା ପରେ ନୀତୀଶ କୁମାର ବିହାର ଡିଜିପି ଗୁପ୍ତେଶ୍ଵର ପାଣ୍ଡେୟଙ୍କ ସହିତ କଥା ହୋଇଛନ୍ତି ଏବଂ ତାଙ୍କୁ ସିବିଆଇ ତଦନ୍ତ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ କିଛି ହିଁ ସମୟ ମଧ୍ୟରେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପାରିଶ କରାଯାଇପାରେ ।

Google

ଡିଜିପିଙ୍କ ସହିତ ସୁଶାନ୍ତଙ୍କ ପିତା କଥା ହୋଇଥିଲେ :

ସୁଶାନ୍ତ ସିଂହ ରାଜପୂତଙ୍କ ପିତା କେ.କେ ସିଂହ ଏହି ମାମଲାରେ ଡିଜିପି ଗୁପ୍ତେଶ୍ୱର ପାଣ୍ଡେୟଙ୍କ ସହିତ ମଧ୍ୟ କଥା ହୋଇଛନ୍ତି । ହସ୍ତଗତ ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସୁଦ୍ଧା ବିହାର ସରକାର ପକ୍ଷରୁ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଦିଆଯିବ । ସୁଶାନ୍ତ ସିଂହ ମାମଲାର ସିବିଆଇ ତଦନ୍ତକୁ ନେଇ ବିହାରର ସମର୍ଥକ ଏବଂ ବିରୋଧୀ ଉଭୟ ଦଳ ଗୋଟିଏ ସାଥିରେ ନଜର ଆସିଛନ୍ତି ଏବଂ ଏହି ଦୁଇ ଦଳ ମାମଲାର ସିବିଆଇ ତଦନ୍ତ ଦାବି କରୁଛନ୍ତି । ସୁଶାନ୍ତ ସିଂହ ରାଜପୂତଙ୍କ ମୃତ୍ୟୁ ମାମଲାରେ ଏଲଜେପି (LJP)ର ରାଷ୍ଟ୍ରୀୟ ସଭାପତି ଚିରାଗ ପାସୱାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଚିଠି ଲେଖିଛନ୍ତି ଏବଂ ତାଙ୍କୁ କହିଛନ୍ତି ଯେ, ସେ ଏହି ଘଟଣାର ସିବିଆଇ ତଦନ୍ତ କରାନ୍ତୁ ।

କାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ :

ରିୟା ଚକ୍ରବର୍ତ୍ତୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ବିହାରରୁ ମୁମ୍ବାଇକୁ ସ୍ଥାନାନ୍ତର କରିବା ପାଇଁ ଏକ ପିଟିସନ ଦାଖଲ କରାଯାଇଛି । ଯାହା ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୫ ତାରିଖରେ ଶୁଣାଣି କରାଯିବ । ଏପରି କୁହାଯାଉଛି ଯେ, ବିହାର ପୋଲିସ ଶୁଣାଣି ପୂର୍ବରୁ ହିଁ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପାରିଶ କରିପାରେ ।

Google

ସୁଶାନ୍ତଙ୍କ ପିତା କେ.କେ ସିଂହ ନିଜ ପୁଅର ମୃତ୍ୟୁ ସହ ଜଡିତ ଏକ ଏଫଆଇଆର (FIR) ପାଟନାରେ ଦାଖଲ କରିଛନ୍ତି । ଯାହାପରେ ବିହାର ପୋଲିସ ମୁମ୍ବାଇକୁ ଯାଇ ଏହି ମାମଲାର ତଦନ୍ତ କରୁଛି । କିନ୍ତୁ ମୁମ୍ବାଇ ପୋଲିସ ପକ୍ଷରୁ ବିହାର ପୋଲିସକୁ ଉପଯୁକ୍ତ ସହଯୋଗ ମିଳୁ ନାହିଁ । ଯେଉଁଥି କାରଣ ପାଇଁ ସେମାନେ ଏହି ମାମଲାର ସଠିକ ଅନୁସନ୍ଧାନ କରିପାରୁ ନାହାଁନ୍ତି । ଏହିପରି ପରିସ୍ଥିତିରେ ବିହାର ସରକାର ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ସପକ୍ଷରେ ଅଛନ୍ତି । କାରଣ ଯେଉଁପରି ଭାବେ ମୁମ୍ବାଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି; ସେଥିରେ ବିହାର ପୋଲିସ ଖୁସି ନାହିଁ ।

Google

ବିହାରର ଡିଜିପି ଗୁପ୍ତେଶ୍ଵର ପାଣ୍ଡେୟଙ୍କ ଅନୁସାରେ ମୁମ୍ବାଇ ପୋଲିସ ଏହି ମାମଲାର ସଠିକ୍ ତଦନ୍ତ କରୁନାହିଁ ଏବଂ ଏହି ମାମଲାର ତଦନ୍ତ ପ୍ରତ୍ୟେକ ଦିଗରୁ କରାଯାଉନାହିଁ । ବିହାରର ଡିଜିପି ଗୁପ୍ତେଶ୍ୱର ପାଣ୍ଡେୟଙ୍କ କହିବା ଅନୁସାରେ ସୁଶାନ୍ତଙ୍କ ଖାତାରୁ ବହୁତ କୋଟି ଟଙ୍କା ଉଠା ଯାଇଛି । କିନ୍ତୁ ଏହାର ତଦନ୍ତ ମୁମ୍ବାଇ ପୋଲିସ ପକ୍ଷରୁ କରାଯାଉନାହିଁ ।

Google

ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଏହି ବିବାଦକୁ ଦେଖି ସୁଶାନ୍ତଙ୍କ ପିତା ସିବିଆଇ ତଦନ୍ତ ଦାବି କରିଛନ୍ତି । ଆପଣଙ୍କୁ ଜଣାଇ ରଖୁଛୁ ଯେ, ସୁଶାନ୍ତ ଜୁନ୍ ମାସରେ ଆତ୍ମହତ୍ୟା କରିଥିଲେ । ଏହାପର ଠାରୁ ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ କରିଆସୁଥିଲା । କିନ୍ତୁ ମୁମ୍ବାଇ ପୋଲିସ ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଏଫଆଇଆର (FIR) ମଧ୍ୟ ପଞ୍ଜୀକୃତ କରିନାହିଁ । ମୁମ୍ବାଇ ପୋଲିସଙ୍କ ଏହିପରି ତଦନ୍ତରେ ସୁଶାନ୍ତଙ୍କ ପରିବାର ବର୍ଗ ଅସନ୍ତୁଷ୍ଟ ଥିଲେ ।

Leave a Reply

Your email address will not be published. Required fields are marked *