ଭକ୍ତଙ୍କ ମନକୁ ଲାଗିଲା ଆଘାତ : ବିନା ଭକ୍ତରେ ଆୟୋଜିତ ହେବ ପୁରୀରେ ରଥଯାତ୍ରା !

ଭକ୍ତଙ୍କ ମନକୁ ଲାଗିଲା ଆଘାତ : ବିନା ଭକ୍ତରେ ଆୟୋଜିତ ହେବ ପୁରୀରେ ରଥଯାତ୍ରା !

କରୋନା ସଙ୍କଟକାଳୀନ ସ୍ଥିତିରେ ଭକ୍ତଙ୍କ ମନକୁ ଲାଗିଲା ଆଘାତ ! ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ପଡୁଛି ମହାପ୍ରଭୁଙ୍କ ରଥଯାତ୍ରା । ଗତବର୍ଷ ଯେଉଁଭଳି ଭକ୍ତଙ୍କ ବିନା ରଥଯାତ୍ରା କରଯାଇଥିଲା ଠିକ ସେହିପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ପୁରୀରେ ଆୟୋଜିତ ହେବେ ରଥଯାତ୍ରା । ଏନେଇ ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିସନର୍ । ଏଠାରେ ଆପଣଙ୍କୁ ଗୋଟିଏ କଥା ଜଣାଇବାକୁ ଚାହୁଁଛୁ ଯେ, କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତି ହେବ । ଅନ୍ୟ ଜିଲ୍ଲାରେ ରଥଯାତ୍ରା ଅନୁଷ୍ଠିତ ହେବ ନୁହେଁ ।

କରୋନା ମହାମାରୀଙ୍କ ଏଇ ବିପଦଜନକ ସ୍ଥିତି ଓ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ବିନା ପୁରୀରେ ରଥଯାତ୍ରା ଆୟୋଜନ କରାଯିବ । ଅନ୍ୟସ୍ଥାନଗୁଡିକରେ ରଥଯାତ୍ରାକୁ ନେଇ କୌଣସି ପ୍ରକାର ସମାରୋହ କିମ୍ବା ରଥଯାତ୍ରାର ଆୟୋଜନ ହୋଇପାରିବ ନାହିଁ । ଏ ନେଇ ଏସଆରସି ପକ୍ଷରୁ ସୂଚନା ଦିଆଯାଇଛି । ପୁରୀରେ ଆୟୋଜିତ ରଥଯାତ୍ରାରେ କେବଳ ସେବାୟତମାନେ ହିଁ ଭାଗ ନେଇପାରିବେ କିନ୍ତୁ ଏଥିରେ ମଧ୍ୟ ଗୋଟିଏ ସର୍ତ୍ତ ରହିଛି ଯେ, ଯେଉଁ ସେବାୟତମାନେ ଦୁଇ ଥର ଟିକା ନେଇସାରିଥିବେ କିମ୍ବା ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିବ, ସେମାନେ ନୀତିକାନ୍ତିରେ ଭାଗ ନେଇପାରିବେ ।

କରୋନା କଟକଣା ଓ ସାମାଜିକ ଦୂରତାକୁ ବିଶେଷ ଦୃଷ୍ଟରେ ରଖି ଚଳିତ ବର୍ଷ ରଥଯାତ୍ରାକୁ ପାଳନ କରାଯିବ । ଚଳିତ ବର୍ଷ କେବଳ ୫୦୦ ସେବାୟତଙ୍କ ଦ୍ଵାରା ରଥଯାତ୍ରା ଆୟୋଜନ କରାଯିବ । ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ କର୍ଫ୍ୟୁ ଜାରି ରହିବା ସହ ପୁରୀକୁ ବସ୍‍, ଗାଡି ମୋଟର ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । ପୁରୀ ରଥଯାତ୍ରାର ସିଧାପ୍ରସାରଣ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ୱ ନେବେ । ରାଜ୍ୟର ଅନ୍ୟ ମନ୍ଦିରରେ କେବଳ ରୀତିନୀତି ଅନୁସାରେ ହିଁ ପୂଜାର୍ଚ୍ଚନା କରାଯିବ ।

Leave a Reply

Your email address will not be published. Required fields are marked *