ଚାଣକ୍ୟ ନୀତି :- ମଣିଷ ଚାହିଁ ମଧ୍ୟ ଏହି ୬ଟି ଦୁଃଖରୁ ବର୍ତ୍ତୀ ପାରିବ ନାହିଁ ! ଜୀବନ ସାରା ରହିଥାନ୍ତି ଦୁଃଖୀରେ…

ଚାଣକ୍ୟ ନୀତି :- ମଣିଷ ଚାହିଁ ମଧ୍ୟ ଏହି ୬ଟି ଦୁଃଖରୁ ବର୍ତ୍ତୀ ପାରିବ ନାହିଁ ! ଜୀବନ ସାରା ରହିଥାନ୍ତି ଦୁଃଖୀରେ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ସମୟର ମହାନ୍ ବିଦ୍ୱାନ ଥିଲେ । ନିଜ ଜୀବନର ଅନୁଭବ ଏବଂ ବୁଝାମଣା ଦ୍ୱାରା ସେ ଚାଣକ୍ୟ ନୀତି ତିଆରି କରିଥିଲେ । ଏହି ନୀତିରେ ପ୍ରତିଦିନର ଜୀବନ ସହ ଜଡିତ ଅନେକ ଆକର୍ଷଣୀୟ ସୂଚନା ଲେଖା ଯାଇଥିଲା । ଏଗୁଡିକ ମଧ୍ୟରୁ କିଛି ଆଜି ମଧ୍ୟ ସତ୍ୟ ପ୍ରମାଣିତ ହୋଇଥାଏ । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ବର୍ଣ୍ଣନା କରାଯାଇଥିବା ଏଭଳି ୬ଟି ଦୁଃଖ ବିଷୟରେ କହିବାକୁ ଯାଉଛୁ, ଯାହା ମଣିଷକୁ ନିଆଁ ଭଳି ଜୀବନ ସାରା ଜଳାଇଥାଏ । ଅର୍ଥାତ ଏହି ଦୁଃଖ କେବେ ମଧ୍ୟ ଶେଷ ହୁଏନାହିଁ ।

ଖରାପ ସ୍ଥାନରେ ବାସ:-

କୁହାଯାଏ ଯେ, ଆପଣଙ୍କ ଆଖପାଖ ସ୍ଥାନ ଆପଣଙ୍କ ମାନସିକ ପରିସ୍ଥିତି ଉପରେ ଗଭୀର ପ୍ରଭାବ ପକାଇଥାଏ । ଏଥିପାଇଁ ଯଦି କୌଣସି ବ୍ୟକ୍ତି ଏଭଳି ସ୍ଥାନରେ ରହିଥାଏ, ଯାହା ତାକୁ ପସନ୍ଦ ନୁହେଁ, ତେବେ ସେ ସଦା ସର୍ବଦା ଚାପରେ ରହିଥାଏ । ତା ମନରେ କ୍ରମାଗତ ଭାବରେ ନକରାତ୍ମକ ବିଚାର ଜନ୍ମ ନେଇଥାଏ । ଏଭଳି ସ୍ଥାନରେ ରହି ସେ ଚାହିଁ ମଧ୍ୟ ଖୁସିରେ ରହିପାରେନାହିଁ ।

କଳିଆଣି ସ୍ତ୍ରୀ:-

ଯେଉଁମହିଳାଙ୍କ ସ୍ଵଭାବ କଳିଆ ତଥା କର୍କଶ ହୋଇଥାଏ, ସେ ଜୀବନରେ କେବେବି ସୁଖରେ ରହିପାରିବେ ନାହିଁ । ଏହା କାରଣ ଅଟେ କି ଏହିଭଳି ମହିଳାମାନେ ଛୋଟ ଛୋଟ କଥାରେ ରାଗିଯାଆନ୍ତି । ସେ ଲଢେଇ କରିବା ବିନା ରହିପାରନ୍ତି ନାହିଁ । ତାଙ୍କ କାରଣରୁ ପରିବାରର ବାକି ସଦସ୍ୟ ମଧ୍ୟ ଚିନ୍ତିତ ରୁହନ୍ତି । ଏପରି ପରିସ୍ଥିତିରେ, ଏହି ମହିଳାମାନେ ସେମାନଙ୍କ ସହିତ ମଧ୍ୟ କଳି ଜାରି ରଖନ୍ତି ।

ନୀଚ୍ଚ ପରିବାରର ସେବା:-

ସମାଜରେ ଯେଉଁ ପରିବାରର ଇମେଜ୍ ଦୁଷ୍ଟ, କପଟୀ କିମ୍ବା ନୀଚ୍ଚ ପ୍ରକାରର ଅଟେ, ତାହାର ସେବା କରିବା ମଧ୍ୟ ଏକ ବହୁତ ବଡ଼ ଦୁଃଖ ହୋଇଥାଏ । ଏହାର କାରଣ ଅଟେକି ଏହି ପ୍ରକାରର ଲୋକ ସେବା କରେଇ ନିଅନ୍ତି କିନ୍ତୁ ଯେତେବେଳେ ତାହାର ମୂଲ୍ୟ ଦେବାର ସମୟ ଆସେ, ସେ ନାଟକ କରିଥାନ୍ତି ।

ଖରାପ ଖାଦ୍ୟ:-

ଯଦି କୌଣସି ବ୍ୟକ୍ତିଙ୍କୁ ସ୍ୱାଦହୀନ ଏବଂ ବିନା ପୁଷ୍ଟିକର ଖାଦ୍ୟ ବାରମ୍ବାର ଖାଇବାକୁ ପଡେ ତେବେ ଏହା ମଧ୍ୟ ଏକ ବଡ଼ ଦୁଃଖ ହୋଇଥାଏ । ଯେତେବେଳେ ବ୍ୟକ୍ତିଙ୍କ ପେଟ ଭଲରେ ଭରିଯାଏ, ସେତେବେଳେ ତାଙ୍କର ଅଲଗା କାମରେ ମନ ଲାଗିଥାଏ । ଖରାପ ଖାଦ୍ୟ ଏବଂ ଅସମ୍ପୂର୍ଣ୍ଣ ଭୋକ ଦିନକୁ ନଷ୍ଟ କରିଦିଏ ।

ମୂର୍ଖପୁଅ:-

ଯଦିଓ ପୁଅମାନେ ମାତାପିତାଙ୍କ ବୃଦ୍ଧାବସ୍ଥାର ସାହାରା ହୋଇଥାନ୍ତି, କିନ୍ତୁ ଏହି ପୁଅ ଯଦି ମୁର୍ଖ ହୋଇଯାଆନ୍ତି ତେବେ ଆଜୀବନ ପିତାମାତାଙ୍କ ଉପରେ ବୋଝ ହୋଇଯାଆନ୍ତି । ଏଭଳି ପରିସ୍ଥିତିରେ ମାତାପିତା ନିଜର ମୁର୍ଖ ପୁଅ କାରଣରୁ ସର୍ବଦା ଚିନ୍ତା ଏବଂ ଦୁଃଖରେ ରହିଥାନ୍ତି ।

ବିଧବା ଝିଅ:-

ଝିଅ ଯେତେବେଳେ ବିବାହ କରି ଶଶୁର ଘର ଯାଇଥାଏ, ସେତେବେଳେ ମାତା ପିତା ଖୁସି ହୋଇଥାନ୍ତି । କିନ୍ତୁ ଏହି ଝିଅ ଯଦି ବିଧବା ହୋଇଯାଏ ତେବେ କାନ୍ଦି କାନ୍ଦି ତାଙ୍କର ଖରାପ ଅବସ୍ଥା ହୋଇଯାଏ । ତା’ପରେ ତାଙ୍କୁ ବିଧବା ଝିଅର ଭବିଷ୍ୟତର ଚିନ୍ତା ଜୀବନସାରା ଅସ୍ତବ୍ୟସ୍ତ କରିଥାଏ ।

Leave a Reply

Your email address will not be published. Required fields are marked *