କଣ କେବେ ଭାରତ ଏବଂ ଚୀନ୍ ବନ୍ଧୁ ହୋଇ ପାରିବେ ? ବିଦେଶ ମନ୍ତ୍ରୀ ଜୟଶଙ୍କର ଦେଇଛନ୍ତି ଏହାର ଉତ୍ତର…

କଣ କେବେ ଭାରତ ଏବଂ ଚୀନ୍ ବନ୍ଧୁ ହୋଇ ପାରିବେ ? ବିଦେଶ ମନ୍ତ୍ରୀ ଜୟଶଙ୍କର ଦେଇଛନ୍ତି ଏହାର ଉତ୍ତର…

ବର୍ତ୍ତମାନ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ସମ୍ପୂର୍ଣ୍ଣ ଭାବରେ ବିବାଦ ପୂର୍ଣ୍ଣ ରହିଛି । ଏହିପରି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଶନିବାର ଦିନ କହିଥିଲେ ଯେ ଆକାର ଏବଂ ପ୍ରଭାବକୁ ନଜରରେ ରଖି ଭାରତ – ଚୀନ୍ ଉପରେ ଦୁନିଆର ଅନେକ କିଛି ନିର୍ଭରଶୀଳ ରହିଛି । ସେ କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ସମ୍ବନ୍ଧର ଭବିଷ୍ୟ ” କୌଣସି ପ୍ରକାରେ ସମତୁଲ୍ୟତା କିମ୍ବା ବୁଝାମଣା ” ଉପରେ ପହଂଚିବା ଉପରେ ହିଁ ନିର୍ଭର କରିଥାଏ । CBI ଶିଖର ସମ୍ମେଳନରେ ଅନଲାଇନ ବାର୍ତ୍ତା ଜରିଆରେ ଜୟଶଙ୍କର କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ” ସମସ୍ୟା ମାନ ” ରହିଛି ଯାହା ” ଭଲଭାବରେ ପରିଭାସିତ ” ହେଉଛି । ସେ ଏକ ପ୍ରଶ୍ନର ଏହି ଉତ୍ତର ମଧ୍ୟ ଦେଇଥିଲେ ଯେ ଯେଉଁଭଳି ଭାବରେ ଫ୍ରାନ୍ସ ଏବଂ ଜର୍ମାନୀ ନିଜର ଅତୀତକୁ ଛାଡ଼ି ନୂଆଁ ସମ୍ବନ୍ଧ ସ୍ଥାପିତ କରିଛନ୍ତି ସେହିଭଳି ଭାବରେ ଆଗାମୀ ୧୦ – ୨୦ ବର୍ଷ ମଧ୍ୟରେ ଚୀନ୍ ଏବଂ ଭାରତ ପରସ୍ପରର ବନ୍ଧୁ ହୋଇ ପାରନ୍ତି ।

google

ଜୟଶଙ୍କର ସିଧାସଳଖ ଉତ୍ତର ଦେଇନାହାନ୍ତି ବରଂ ସଂକ୍ଷିପ୍ତ ରୂପରେ ସେ ଏହି ସମ୍ବନ୍ଧକୁ ଐତିହାସିକ ସ୍ୱରୂପ କହିଛନ୍ତି । ସେ କହିଛନ୍ତି ଯେ , ” ଆମେ ଚୀନର ପଡ଼ୋଶୀ । ଚୀନ୍ ପ୍ରଥମରୁ ହିଁ ଦୁନିଆର ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ଅଟେ । ଆମେ ଦିନେ ନା ଦିନେ ନିଶ୍ଚିତ ଭାବରେ ତୃତୀୟ ବଡ଼ ବ୍ୟବସ୍ଥା ହେବୁ । ଆମେ ଜନସଂଖ୍ୟା ରୂପରେ ପ୍ରାୟ ଅଦ୍ୱିତୀୟ ଦେଶ ଅଟୁ । ଆମେ କେବକ ଦୁଇଟି ଦେଶ ଅଟୁ ଯେଉଁଠି ଜନସଂଖ୍ୟା ଏକ ଅରବରୁ ଅଧିକ ଅଟେ । ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଆମ ସମସ୍ୟା ମଧ୍ୟ ସେତେବେଳେ ଆରମ୍ଭ ହୋଇଥିଲା ଯେଉଁ ସମୟରେ ୟୁରୋପୀୟ ସମସ୍ୟା ଆରମ୍ଭ ହୋଇଥିଲା । ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ରାଜନୀତିରେ ଉଭୟ ଦେଶକୁ ନିଜ ନିଜର ମଜବୁତ ଉପାୟରେ ଉନ୍ନତି କରିବାର ସମୟରେ ମଧ୍ୟ ଅଧିକ ପାର୍ଥକ୍ୟ ନାହିଁ । ସେ କହିଛନ୍ତି ଯେ ମୋ ଅନୁସାରେ ଦୁଇ ଦେଶ ମଧ୍ୟରେ କୌଣସି ପ୍ରକାରର ସମାନତା କିମ୍ବା ପାର୍ଥକ୍ୟ ପର୍ଯ୍ୟନ୍ତ ପହଂଚିବା ବହୁତ ଜରୁରୀ ଅଟେ ।

google

ଭାରତର ବିଦେଶ ନୀତି ବିଷୟରେ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଦେଶ ଉଚିତ ଏବଂ ସମାନତାର ଦୁନିଆ ପାଇଁ ପ୍ରୟାସ କରିବ କାରଣ ଅନ୍ତରାଷ୍ଟ୍ରୀୟ ନିୟମ ଏବଂ ମାପଦଣ୍ଡ ର ଓକିଲାତି ନକରିଲେ ହିଁ ” ଜଙ୍ଗଲ ରାଜ ” ହୋଇପାରିବ । ସେ କହିଛନ୍ତି ଯେ ଯଦି ଆମେ କାନୁନ୍ ଏବଂ ମାପଦଣ୍ଡ ଉପରେ ଆଧାରିତ ବିଶ୍ୱର ଓକିଲାତି ନକରୁ ତେବେ ” ନିଶ୍ଚିତ ରୂପରେ ଜଙ୍ଗଲର କାନୁନ୍ ହେବ । ” ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଭଗବାନ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କ ସନ୍ଦେଶକୁ ବର୍ତ୍ତମାନ ପୁରା ଦୁନିଆରେ ମାନ୍ୟତା ମିଳିଥାଏ । ଜୟଶଙ୍କର କହିଛନ୍ତି ଯେ ‘ ହୁଏତ ପୂର୍ବରୁ ସୈନ୍ୟ ଏବଂ ଆର୍ଥିକ କ୍ଷମତା ଵିଶ୍ଵୟିକ ଶକ୍ତିର ପ୍ରତୀକ ଥିଲା କିନ୍ତୁ ଏବେ ପ୍ରଦ୍ୟୋଗୀକ ଏବଂ ସମ୍ପର୍କ ଶକ୍ତି ଦିଗରେ ପ୍ରଭାବର ନୂଆଁ ମାପଦଣ୍ଡ ହେବାକୁ ଯାଉଛୁ ।

Leave a Reply

Your email address will not be published. Required fields are marked *