ସ୍କିନ୍ ଇନଫେକ୍ସନ୍ ଏବଂ ଅନେକ ଗୁଡିଏ ରୋଗ ପାଇଁ କର୍ପୁର ଅଟେ ରାମବାଣ ଉପାୟ ସଦୃଶ୍ୟ ! ଆସନ୍ତୁ ଜାଣିବା କର୍ପୁରର ବିଭିନ୍ନ ଔଷଧୀୟ ଗୁଣ…

ସ୍କିନ୍ ଇନଫେକ୍ସନ୍ ଏବଂ ଅନେକ ଗୁଡିଏ ରୋଗ ପାଇଁ କର୍ପୁର ଅଟେ ରାମବାଣ ଉପାୟ ସଦୃଶ୍ୟ ! ଆସନ୍ତୁ ଜାଣିବା କର୍ପୁରର ବିଭିନ୍ନ ଔଷଧୀୟ ଗୁଣ…

ଆମେ ସମସ୍ତେ ଜାଣିଛେ ଯେ ସମସ୍ତ ଶୁଭ କାର୍ଯ୍ୟରେ କର୍ପୁର ବ୍ୟବହୃତ ହୋଇଥାଏ । କର୍ପୁରର ଏପରି ଅନେକ ପ୍ରାକୃତିକ ଔଷଧୀୟ ଗୁଣ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସୂଚନାଯୋଗ୍ୟ ଯେ କର୍ପୁର, କର୍ପୁର ଗଛର ଛାଲିରୁ ପ୍ରସ୍ତୁତ ହୋଇଥାଏ । କର୍ପୁର ଗଛ ସଦା ସର୍ବଦା ସବୁଜ ରହିଥାଏ ଏବଂ ଏହାର ଅଭିବୃଦ୍ଧି ବହୁତ ଦ୍ରୁତ ଗତିରେ ହୁଏ । କର୍ପୁର ତେଲ ବ୍ୟବହାର କଲେ ଅନେକ ଶାରୀରିକ ସମସ୍ୟାରୁ ଆରାମ ମିଳିଥାଏ । କର୍ପୁରରେ ଟେରପିନ୍ ଥାଏ ଯାହା ଆମକୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆସ୍ୱସ୍ତି ଦେଇଥାଏ ।

ଆଜି ଏହି ଆର୍ଟିକିଲ୍ ମାଧ୍ୟମରେ ଆମେ ଆପଣଙ୍କୁ କହିବୁ କର୍ପୁର ବ୍ୟବହାର କରି ଆପଣ କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା କରିପାରିବେ । ଯଦି ଆପଣ କର୍ପୁର ବ୍ୟବହାର କରିବାର ଲାଭ ବିଷୟରେ ଜାଣିବେ ତେବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

କେଶ ପାଇଁ କର୍ପୁର

ଯଦି କୌଣସି ବ୍ୟକ୍ତିଙ୍କର ଅତ୍ୟଧିକ କେଶ ଝଡୁଥାଏ, କେଶ ଦୁର୍ବଳ ହୋଇଯାଇଥାଏ କିମ୍ବା ରୂପି ସମସ୍ୟା ହେଉଥାଏ ତେବେ କର୍ପୁର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ନଡ଼ିଆ ତେଲରେ କର୍ପୁରକୁ ମିଶାଇ ଏହି ମିଶ୍ରଣକୁ କେଶରେ ଲଗାନ୍ତୁ । ଏହା ଦ୍ୱାରା ଆପଣଙ୍କୁ ରୂପିରୁ ମୁକ୍ତି ମିଳିବ, ଆପଣଙ୍କ କେଶ ଶକ୍ତିଶାଳୀ ହେବ ଏବଂ କେଶ ଝଡ଼ିବା ବନ୍ଦ ହୋଇଯିବ ।

ଗଣ୍ଠି ଯନ୍ତ୍ରଣା ପାଇଁ କର୍ପୁର

ଯଦି ଗଣ୍ଠି ଯନ୍ତ୍ରଣା ପାଇଁ ଆପଣ କଷ୍ଟ ଭୋଗୁଛନ୍ତି ତେବେ ଆପଣ କର୍ପୁର ବ୍ୟବହାର କରନ୍ତୁ । ଏଥିପାଇଁ ନଡ଼ିଆ ତେଲକୁ ଗରମ କରି ସେଥିରେ କର୍ପୁର ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ପ୍ରତିଦିନ ଗଣ୍ଠିରେ ମସାଜ୍ କରନ୍ତୁ ଏହା ଦ୍ୱାରା ଆପଣଙ୍କୁ ଖୁବ୍ ଶୀଘ୍ର ଆରାମ ମିଳିବ ।

ଗୋଇଠି ଫଟା ପାଇଁ କର୍ପୁର

ଯଦି ଆପଣଙ୍କ ଗୋଇଠି ଫାଟିଯାଇଥାଏ ତେବେ ଆପଣ କର୍ପୁର ବ୍ୟବହାର କରିପାରିବେ । ଏକ ବାଲ୍ଟିରେ ଗରମ ପାଣି ନେଇ ସେଥିରେ ୧୦ ରୁ ୧୨ଟି କର୍ପୁର ପକାଇଦିଅନ୍ତୁ । ଏହାପରେ ୧୦-୧୫ ମିନିଟ୍ ଯାଏ ଏଥିରେ ଗୋଡ ବୁଡାଇ ରଖନ୍ତୁ । ଏହା କରିବା ଦ୍ୱାରା ଗୋଇଠି ନରମ ହେବ ଏବଂ ଫାଟ ମଧ୍ୟ ଖୁବ୍ ଶୀଘ୍ର ଭଲ ହୋଇଯିବ । ଏହା ଏକ ବହୁତ ଭଲ ଘରୋଇ ଉପଚାର ଅଟେ ।

ବ୍ରଣ ପାଇଁ କର୍ପୁର

ଯଦି କୌଣସି ବ୍ୟକ୍ତିଙ୍କର ବ୍ରଣ ସମସ୍ୟା ଥାଏ ତେବେ ସେ କର୍ପୁର ବ୍ୟବହାର କରିବା ଉଚିତ । କର୍ପୁରରେ ଆଣ୍ଟିବ୍ୟାକ୍ଟେରିଆଲ୍ ପ୍ରପର୍ଟି ଥାଏ ବ୍ରଣ ଜନିତ ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ । ଅଏଲି ସ୍କିନ୍ ଯୁକ୍ତ ଲୋକଙ୍କ ପାଇଁ କର୍ପୁର ଅତ୍ୟନ୍ତ ଲାଭଦାୟକ ଅଟେ । ଏକ କପ୍ ନଡ଼ିଆ ତେଲରେ ଦୁଇଟି କର୍ପୁର ମିଶାନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ ଦେଖିବେ ଖୁବ୍ ଶୀଘ୍ର ବ୍ରଣ ଭଲ ହୋଇଯିବ ।

କୁଣ୍ଡେଇ ହେବା ଏବଂ ଜଳାପୋଡା ପାଇଁ କର୍ପୁର

ଯଦି କୌଣସି ବ୍ୟକ୍ତିଙ୍କର ଚର୍ମ କୁଣ୍ଡେଇ ହେବା ଏବଂ ଜଳାପୋଡା ଭଳି ସମସ୍ୟା ଥାଏ ତେବେ କର୍ପୁର ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇପାରିବ । କର୍ପୁରରେ ଏସେନସିଆଲ୍ ଅଏଲ୍ ଥାଏ ଯାହା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି ଏସେନସିଆଲ୍ ଅଏଲ୍ ଆମ ଚର୍ମ ଦ୍ୱାରା ସହଜରେ ଶୋଷିତ ହୁଏ ଯାହା ଚର୍ମକୁ ଶୀତଳତା ପ୍ରଦାନ କରିଥାଏ । ଯଦି ଆପଣଙ୍କର ଚର୍ମ କୁଣ୍ଡେଇ ହେଉଛି କିମ୍ବା ଜଳାପୋଡା ହେଉଛି ତେବେ ଏକ କପ୍ ନଡ଼ିଆ ତେଲରେ ଏକ ଚାମଚ ଗୁଣ୍ଡ କର୍ପୁର ମିଶାନ୍ତୁ ଏବଂ ଏହାକୁ ଜଳାପୋଡା ସ୍ଥାନରେ ବ୍ୟବହାର କରନ୍ତୁ ଦେଖିବେ ଆରାମ ମିଳିବ ।

Leave a Reply

Your email address will not be published. Required fields are marked *