ଅମ୍ଳଜାନ ମାତ୍ରା ହ୍ରାସ ପାଇଲେ କର୍ପୂର, ଲବଙ୍ଗ ଓ ଜୁଆଣୀ ଶୁଙ୍ଘିବା ହୋଇଥାଏ ଲାଭଦାୟକ ! ଜାଣନ୍ତୁ ଏହାର ସତ୍ୟତା…

ଅମ୍ଳଜାନ ମାତ୍ରା ହ୍ରାସ ପାଇଲେ କର୍ପୂର, ଲବଙ୍ଗ ଓ ଜୁଆଣୀ ଶୁଙ୍ଘିବା ହୋଇଥାଏ ଲାଭଦାୟକ ! ଜାଣନ୍ତୁ ଏହାର ସତ୍ୟତା…

କରୋନା ଭାଇରସ୍ ମହାମାରୀ ଯୋଗୁଁ ସାରା ଦେଶ ଲଢ଼ୁଛି ଏବଂ ୨୪ ଘଣ୍ଟାରେ ୩ ଲକ୍ଷ କରୋନାର ନୂତନ ମାମଲା ସାମନାକୁ ଆସୁଛି । କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସରକାର ଲୋକଙ୍କୁ ଘର ଭିତରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଏବଂ ମାସ୍କ ଲଗାଇ ରଖିବା ପାଇଁ କହୁଛନ୍ତି । ଏଥି ମଧ୍ୟରେ ଏକ ଦେଶୀ ଉପାୟ ମଧ୍ୟ ଭାଇରଲ୍ ହେଉଛି । ଯାହା ଫଳରେ ଲୋକଙ୍କୁ କର୍ପୂର, ଲବଙ୍ଗ, ଜୁଆଣି ଓ ନୀଳଗିରି ତେଲ ଶୁଙ୍ଘିବା ପାଇଁ କୁହାଯାଉଛି ।

ସୋସିଆଲ୍ ମିଡ଼ିଆ ପ୍ଲେଟଫର୍ମରେ ନିଜେ ମନ୍ତ୍ରୀ ମୁଖତାର ଅବାସ ନକହି ଏହି ଉପାୟ ସେୟାର୍ କରିଛନ୍ତି ଏବଂ ଲୋକଙ୍କୁ କହିଛନ୍ତି ଯେ ସେମାନେ ନିଜ ସହିତ କର୍ପୂର, ଲବଙ୍ଗ, ନୀଳଗିରି ତେଲ ଓ ଜୁଆଣି ରଖନ୍ତୁ । ସମୟ ସମୟରେ ଏହାକୁ ଶୁଙ୍ଘନ୍ତୁ । ଦାବି କରାଯାଉଛି ଯେ ଏହି ପୋଟଲିକୁ ଶୁଙ୍ଘିବା ଫଳରେ ନିଃଶ୍ଵାସ ନେବାରେ ଅସୁବିଧା ହେଉ ନାହିଁ ଏବଂ ଅମ୍ଳଜାନ ମାତ୍ରା ଶରୀରରେ ରହିଥାଏ ।

ମୁଖତାର ଅବାସ ନକହି ଫେସବୁକରେ ଏହାକୁ ‘ସ୍ୱାସ୍ଥ୍ୟ ପୁଟୁଲି’ର କେପ୍ସନ୍ ଦେଇଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି ଯେ, ‘କର୍ପୂର, ଲବଙ୍ଗ ଓ ଜୁଆଣୀର ମିଶ୍ରଣ ପ୍ରସ୍ତୁତ କରି ଏଥିରେ କିଛି ବୁନ୍ଦା ନୀଳଗିରି ତେଲକୁ ମିଶାଇ ଏପରି ପୁଟୁଲି ପ୍ରସ୍ତୁତ କରି ନିଅନ୍ତୁ ଏବଂ ନିଜର ଦିନଯାକର କାର୍ଯ୍ୟ ସମୟରେ ମଝି ମଝିରେ ଶୁଙ୍ଘନ୍ତୁ ଏହା ଅମ୍ଳଜାନ ମାତ୍ରା ବଜାୟ ରଖିବାରେ ସାହାଯ୍ୟ କରେ । ସେ ଆଗକୁ ଲେଖିଛନ୍ତି ଯେ ଅନେକଗୁଡ଼ିଏ ଆମ୍ବୁଲାନ୍ସ ମଧ୍ୟ ଏହି ପୁଟୁଲି ରଖୁଛନ୍ତି ।

କେତେ ସତ ଅଟେ ଏହି ଦାବି

ବର୍ତ୍ତମାନ ସୋସିଆଲ୍ ମିଡ଼ିଆ ପ୍ଲେଟଫର୍ମ ଯେପରିକି ୱାଟସପ୍, ଫେସବୁକ୍ ଓ ଟ୍ୱିଟରରେ ଏହି ପୁଟୁଲି ବିଷୟରେ ଆଲୋଚନା କରାଯାଇଛି ଏବଂ ଲୋକଙ୍କୁ କୁହାଯାଉଛି ଯେ ସେ ନିଜ ସହିତ ଏହି ପୁଟୁଲି ନିଶ୍ଚିତ ଭାବେ ରଖନ୍ତୁ ଏବଂ ସମୟ ସମୟରେ ଏହାକୁ ଶୁଙ୍ଘନ୍ତୁ । ଯଦିଓ ଏଥି ମଧ୍ୟରେ କିଛି ଲୋକ ଦାବି କରୁଛନ୍ତି ଯେ ଏହି ଉପାୟ ଘାତକ ହୋଇପାରେ ଏବଂ ଏହାକୁ ଶୁଙ୍ଘିବା ଫଳରେ ଅନ୍ୟ ରୋଗ ହୋଇପାରେ । ଏହି ଜିନିଷ ଉପରେ କିଛି ଅଧ୍ୟୟନ ମଧ୍ୟ କରାଯାଇଛି । ଯେଉଁଥିରୁ ଜଣାପଡିଛି ଯେ ଏହିସବୁ ଜିନିଷ କରୋନା ଭାଇରସ୍ ସହ କୌଣସି ସମ୍ପର୍କ ନାହିଁ ।

ବିଜ୍ଞାନ ଅନୁସାରେ କର୍ପୂର ଏକ ଜ୍ଵଳନଶୀଳ ଧଳା କ୍ରିଷ୍ଟଲୀୟ ପଦାର୍ଥ ଅଟେ । ଯେଉଁଥିରେ ତୀବ୍ର ସୁଗନ୍ଧ ରହିଥାଏ । କଷ୍ଟ ଓ କୁଣ୍ଡେଇବା ଦୂର କରିବାରେ ଏକ ଲାଭକାରୀ ଅଟେ । କର୍ପୂର ବନ୍ଦ ନାକକୁ ଖୋଲିଦିଏ । ଯାହା ଫଳରେ ଏହାର ପ୍ରୟୋଗ ଟିକିଏ ମାତ୍ରାରେ ଭିକ୍ସ ବେପୋରେବରେ ମଧ୍ୟ କରାଯାଏ । କିନ୍ତୁ ବନ୍ଦ ନାକ ଖୋଲିବାରେ କର୍ପୂର ଲାଭଦାୟକ ଅଟେ ନା ନାହିଁ ଏହା କୌଣସି ଅଧ୍ୟୟନରେ ଉପସ୍ଥିତ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦାବି ମଧ୍ୟ ସାବ୍ୟସ୍ତ ହୋଇନାହିଁ ଯେ ଏହାକୁ ଶୁଙ୍ଘିବା ଫଳରେ ଶରୀରରେ ଅମ୍ଳଜାନ ମାତ୍ରା ବୃଦ୍ଧି ହୋଇଥାଏ । ସେପଟେ କର୍ପୂରକୁ କ୍ଷତିକାରକ ବୋଲି କୁହାଯାଏ ।

ଆମେରିକୀୟ ଏସୋସିଏସନ୍ ଅଫ୍ ପାଇଜନ୍ କଣ୍ଟ୍ରୋଲ୍ ସେଣ୍ଟରର ରିପୋର୍ଟ ଅନୁଯାୟୀ, ୟୁଏସଏରେ କର୍ପୂର ବିଷର ପାଖାପାଖି ୯,୫୦୦ ମାମଲା ଥିଲା । ଯେଉଁଥିରୁ ୧୦ଟି ଲୋକଙ୍କ ଜୀବନ ବିପଦରେ ଥିଲା ଏବଂ କିଛି ଲୋକ ଏଥିପାଇଁ ଦିବ୍ୟାଙ୍ଗ ମଧ୍ୟ ହୋଇଯାଇଥିଲେ । ଏହି ଗବେଷଣା ୨୦୧୮ରେ କରାଯାଇଥିଲା । ଏଫଡ଼ିଏ ମଧ୍ୟ କର୍ପୂରକୁ ଘାତକ ମାନେ । ଏଥିରୁ ଶରୀରରେ ବିଷାକ୍ତତା ଉତ୍ପନ ହୋଇଥାଏ । ଯେଉଁଥିରୁ ସ୍ୱାସ୍ଥ୍ୟ ହାନି ହୋଇପାରେ ।

ଲବଙ୍ଗ, ଡାଲଚିନି, ଜାୟଫଳ ଓ ତୁଳସୀରେ ୟୋଗିକ ୟୁଜେନାଲ୍ ରହିଥାଏ । ଯାହା ଟକ୍ସିସିଟିର କାରଣ ଅଟେ । ଲବଙ୍ଗରୁ ଅମ୍ଳଜାନ ମାତ୍ରାକୁ ବୃଦ୍ଧି କରାଯାଇପାରେ । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସାବ୍ୟସ୍ତ ହୋଇନାହିଁ । ଏପରି ଜୁଆଣି ଓ ନୀଳଗିରି ତେଲକୁ ନେଇ ଏପରି କୌଣସି ଗବେଷଣା କରାଯାଇ ନାହିଁ । ଯେଉଁଥିରେ ଏହା ଦାବି କରାଯାଇଛି ଯେ ଅମ୍ଳଜାନ ମାତ୍ରାକୁ ବୃଦ୍ଧି କରିଥାଏ ।

Leave a Reply

Your email address will not be published. Required fields are marked *