ମହାଦେବଙ୍କ କୃପାରୁ ଆଜି ଏହି ଛଅଟି ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ଶୁଭ ଖବର ମିଳିବ ।

ମହାଦେବଙ୍କ କୃପାରୁ ଆଜି ଏହି ଛଅଟି ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ଶୁଭ ଖବର ମିଳିବ ।

୨୯.୧୧.୨୦୨୧ ରାଶିଫଳ

ରାଶିଫଳ ହିନ୍ଦୁ ଧର୍ମର ଏହିପରି ଏକ ବିଧି ଅଟେ ଯାହା ମାଧ୍ୟମରେ ଭବିଷ୍ୟତବାଣୀ କରାଯାଇଥାଏ । ରାଶିଫଳ ମାଧ୍ୟମରେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ସମ୍ପର୍କରେ ସୂଚନା ମିଳିଥାଏ । ରାଶିଫଳର ନିର୍ମାଣ ଗ୍ରହର ଗୋଚର ଏବଂ ନକ୍ଷେତ୍ରର ଚଳନ ଆଧାରରେ କରାଯାଇଥାଏ । ଗ୍ରହନକ୍ଷେତ୍ରର ଚଳନରେ ମିଳୁଥିବା ଶୁଭ ଅଶୁଭ ଫଳ ହିଁ ରାଶିଫଳ କୁହାଯାଏ । ପ୍ରତିଦିନ ଗ୍ରହର ସ୍ଥିତି ଅନୁସାରେ ଗ୍ରହ ସହ ଜଡିତ ଜାତକର ଜୀବନରେ ଘଟୁଥିବା ଘଟଣା ଭିନ୍ନ ଭିନ୍ନ ହୋଇଥାଏ । ଆସନ୍ତୁ ଜାଣିବେ ଆଜିର ଏହି ଲେଖା ମାଧ୍ୟମରେ ଆପଣଙ୍କ ରାଶିଫଳ ।

ମେଷ ରାଶି

ଆଜି ଆପଣଙ୍କୁ ବ୍ୟବସାୟରେ ଲାଭ ହେବ । ମାତାପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ଆଜି ଆପଣଙ୍କୁ କୌଣସି ସୁଯୋଗ ମିଳିବ ଯାହା ଆପଣଙ୍କ ଭବିଷ୍ୟତ ନିର୍ଦ୍ଧାରିତ କରିବ । କାର୍ଯ୍ୟକ୍ଷେତ୍ରରେ ବିବାଦ ଉପୁଜି ପାରେ । ନିଜର ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କ ଭେଟ ହୋଇପାରେ ଯାହାଫଳରେ ଆପଣଙ୍କୁ ଭବିଷ୍ୟତରେ ଲାଭ ହୋଇପାରେ ।

ବୃଷଭ ରାଶି

ଆଜିର ଦିନଟି ଆପଣଙ୍କ ପାଇଁ ଖୁସି ନେଇ ଆସିବ । ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ । ଅଜଣା ବ୍ୟକ୍ତିଙ୍କ ସହାୟତାରେ ଆପଣଙ୍କ କାର୍ଯ୍ୟ ସମ୍ପର୍ଣ୍ଣ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି ।

ମିଥୁନ ରାଶି

<imgsrc=”https://enews16.com/wcontent/uploads/2021/11/images-16.jpeg” alt=”” width=”461″ height=”346″ class=”aligncenter size-full wp-image-55420″ />

ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଆକସ୍ମିକ ଧନ ଲାଭ ହେବା କାରଣରୁ ମନ ପ୍ରଫୁଲିତ ରହିବ । କାର୍ଯ୍ୟକ୍ଷେତ୍ରରେ ସହଯୋଗ ମିଳିବା କାରଣରୁ ଦିନଟି ଭଲରେ କଟିବ । ପ୍ରେମ ସମ୍ପର୍କରେ ସୁଧାର ଆସିବ । ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ ।

କର୍କଟ ରାଶି

କର୍କଟ ରାଶିର ବ୍ୟକ୍ତି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଆଜିର ଦିନରେ ଅଧିକ ଖର୍ଚ୍ଚ ହୋଇଯିବା କାରଣରୁ ମନ ଉଦାସ ରହିବ କିନ୍ତୁ ଆକସ୍ମିକ ଅର୍ଥ ଲାଭରୁ ଆପଣଙ୍କ ଦିନଟି ଶୁଭରେ କଟିବ । କୌଣସି ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି । ଧର୍ମ କାର୍ଯ୍ୟରେ ଆପଣଙ୍କ ରୁଚି ବୃଦ୍ଧି ହେବ । ଶିବ ମନ୍ଦିର ଯାଇ ଶିବଙ୍କୁ ବେଲପତ୍ର ଅର୍ପଣ କରନ୍ତୁ ଦିନଟି ଭଲରେ କଟିବ ।

ସିଂହ ରାଶି

ନୂତନ ଜମି କ୍ରୟ କରିବାର ଆଶା ମନରେ ଜାଗ୍ରତ ହେବ । ସନ୍ତାନଙ୍କ ତରଫରୁ ଚିନ୍ତା ମୁକ୍ତ ହେବେ । ସୁଖଦ ଯାତ୍ରା କରିବେ ଯାହାଫଳରେ ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ରହିଛି । ମିତ୍ରଙ୍କ ସହ ଯାତ୍ରା କରିବା ଫଳରେ ମନ ପ୍ରଫୁଲିତ ରହିବ । ଯାତ୍ରାରେ ଧନ ଲାଭର ସମ୍ଭାବନା ରହିଛି ।

କନ୍ୟା ରାଶି

ଶଶୁରଘର ପକ୍ଷରୁ କୌଣସି ଶୁଭ ଖବର ପ୍ରାପ୍ତି ହେବାର ଯୋଗ ରହିଛି । ପାରିବାରିକ ଚିନ୍ତା ଦୂରେଇ ଯିବା ସହ ଶୁଭ ଖବର ପ୍ରାପ୍ତି ହେବ । ବାଣିଜ୍ୟରେ ଲାଭ ହେବାର ସମ୍ଭାବନା ରହିଛି । ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ । ଛାତ୍ରଛାତ୍ରୀଙ୍କୁ ଆଶାଜନକ ଫଳ ପ୍ରାପ୍ତି ହେବାର ସମ୍ଭାବନା ରହିଛି ।

ତୁଳା ରାଶି

ରହିଯାଇଥିବା କାର୍ଯ୍ୟ ଆଜି ଶେଷ ହେବାର ସମ୍ଭାବନା ରହିଛି । ଚଳଅଚଳ ସମ୍ପତ୍ତିରେ ଲାଭ ହେବାର ସମ୍ଭାବନା ରହିଛି । ଲୋକଙ୍କ ସହ ଭଲ ସମ୍ପର୍କ ରହିଥିବା କାରଣରୁ ଆପଣଙ୍କୁ ଅର୍ଥ ଲାଭର ସଂକେତ ମିଳିବ । ଆକସ୍ମିକ ଅର୍ଥଲାଭର ସୂଚନା ମିଳିବା କାରଣରୁ ମନ ପ୍ରଫୁଲ୍ଲିତ ରହିବ ।

ବିଛା ରାଶି

ମାନ ସଂମ୍ମାନରେ ବୃଦ୍ଧି ହେବା କାରଣରୁ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ । ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୁଦୃଢ ରହିବ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଆପଣ ଯୋଗ ଦେଇପାରନ୍ତି । ପ୍ରତିଟି ଦିଗରୁ ଶୁଭଖବର ପ୍ରାପ୍ତି ହେବ । ମିତ୍ରଙ୍କ ସହାୟତାରେ ଦୂର ସ୍ଥାନକୁ ଯାତ୍ରା କରିବେ ଯାହାଫଳରେ ଆପଣଙ୍କୁ ଧନ ଲାଭ ହୋଇପାରେ ।

ଧନୁ ରାଶି

ଆଜି ଆପଣଙ୍କୁ ବ୍ୟବସାୟରେ ଅର୍ଥଲାଭର ସୂଚନା ମିଳିବ । ନିଜ ନିଜ କର୍ମକ୍ଷେତ୍ରରେ ଆଶା ରୂପକ ଲାଭ ହେବ । ବନ୍ଧୁଙ୍କ ସହାୟତାରେ ବାଣିଜ୍ୟରେ ଉନ୍ନତି ଦେଖାଦେବ । ପିତୃକ ସମ୍ପତ୍ତିରେ ଲାଗିରହିଥିବା କଳହରେ ଅନ୍ତ ଦେଖାଦେବ । ପତ୍ନୀଙ୍କ ତରଫରୁ ସୁଖ ଖବର ମିଳିବା କାରଣରୁ ମନ ପ୍ରସନ୍ନ ରହିବ ।

ମକର ରାଶି

ଏହି ରାଶିର ବ୍ୟକ୍ତିଙ୍କୁ ଆଜି ବିଶେଷ ଲାଭ ପ୍ରାପ୍ତି ହେବ । ମକର ରାଶିର ବ୍ୟକ୍ତି ଆଜି ଯେଉଁ ମଧ୍ୟ କାର୍ଯ୍ୟରେ ହାତ ଦେଲେ ବିନା ବାଧାବିଘ୍ନରେ ସେମାନଙ୍କ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯିବ । ପୈତୃକ ସମ୍ପତ୍ତିରେ ଲାଗିରହିଥିବା କଳହର ଅନ୍ତ ଘଟିବା କାରଣରୁ ମନ ପ୍ରଫୁଲ୍ଲିତ ରହିବ । ସମ୍ପର୍କୀୟଙ୍କ ତରଫରୁ ଶୁଭ ଖବର ପ୍ରାପ୍ତି ହୋଇପାରେ ।

କୁମ୍ଭ ରାଶି

ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବା କାରଣରୁ ମନ ପ୍ରଫୁଲ୍ଲିତ ରହିବ । ଆକସ୍ମିକ ଧନ ଲାଭର ସୂଚନା ମିଳିବ । ଯାତ୍ରା କରିବା ସମୟରେ ସାଵଧାନତା ଅବଲମ୍ବନ କରନ୍ତୁ । ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ରହିବ । କର୍ମକ୍ଷେତ୍ରରୁ ଆର୍ଥିକ ଲାଭ ହେବାର ସୂଚନା ମିଳିବ । ମାତୃଙ୍କ ତରଫରୁ ଆପଣଙ୍କୁ ପୂର୍ଣ୍ଣ ସହଯୋଗ ମିଳିବା କାରଣରୁ ବିନା ବାଧାବିଘ୍ନରେ ଆପଣଙ୍କ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଯିବ ।

ମୀନ ରାଶି

ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବଜାୟ ରହିବ । କୌଣସି ବ୍ୟକ୍ତିଙ୍କ ପ୍ରତି ଆପଣଙ୍କ ବିଚାରଧାରାରେ ପରିବର୍ତ୍ତନ ଦେଖାଦେବ । କାର୍ଯ୍ୟାଳୟରେ ନିଜର କାର୍ଯ୍ୟ ଠିକ ସମୟରେ ସମ୍ପୂର୍ଣ୍ଣ କରିବା ଫଳରେ ପ୍ରଶଂସା ମିଳିବ । ଜୀବନସାଥୀଙ୍କ ସହଯୋଗରେ ଦିନଟି ଭଲରେ କଟିବ । ସନ୍ତାନଙ୍କ ପାଇଁ ଲାଗିରହିଥିବା ବାଦବିବାଦର ଅନ୍ତ ଘଟିବା ଫଳରେ ମନ ପ୍ରଫୁଲ୍ଲିତ ରହିବ ।

Leave a Reply

Your email address will not be published. Required fields are marked *