ଏହି ୬ଟି ଜିନିଷକୁ କାନରେ ପକାନ୍ତୁ ଏବଂ ତୁରନ୍ତ କାନ ବିନ୍ଧାରୁ ମୁକ୍ତି ପାଅନ୍ତୁ !

ଏହି ୬ଟି ଜିନିଷକୁ କାନରେ ପକାନ୍ତୁ ଏବଂ ତୁରନ୍ତ କାନ ବିନ୍ଧାରୁ ମୁକ୍ତି ପାଅନ୍ତୁ !

ଆମେ ଆମ ଶରୀରର ଯେତେ ଯତ୍ନ ନେବା ଆମ ଶରୀର ସେତେ ସୁସ୍ଥ ରହିବ । ସାଧାରଣତ ଆମେ ନିଜ ଚେହେରା, ହାତ, ପାଦ ଇତ୍ୟାଦିର ସୌନ୍ଦର୍ଯ୍ୟ ଏବଂ ପରିଷ୍କାରତା ପ୍ରତି ଯତ୍ନବାନ ହୋଇଥାଉ କିନ୍ତୁ କାନ ପ୍ରତି ଆମର ଆଦୌ ଯତ୍ନ ନଥାଏ । ଏହି କାରଣରୁ ଅନେକ ଥର କାନରେ ଯନ୍ତ୍ରଣା ହୁଏ ।

ମଇଳା ବା ଗଇ ଜମା ହେଲେ କିମ୍ବା କାନରେ ପାଣି ପଶିଗଲେ କାନ ଯନ୍ତ୍ରଣା ହୋଇଥାଏ । ଯଦି ଆପଣ ମଧ୍ୟ କାନ ଯନ୍ତ୍ରଣା ଜନିତ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ତେବେ କିଛି ଘରୋଇ ଉପଚାର ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଅଲିଭ୍ ଅଏଲ୍ : କାନ ଯନ୍ତ୍ରଣା ପାଇଁ ଅଲିଭ୍ ତେଲ ରାମବାଣ ଭଳି କାମ କରେ । ଏହାକୁ କାନରେ ପକାଇଲେ ତୁରନ୍ତ ଯନ୍ତ୍ରଣା ଭଲ ହୋଇଯାଏ । କାନ ଯନ୍ତ୍ରଣା ପାଇଁ ଏହା ଏକ ଉତ୍ତମ ଔଷଧ ଅଟେ । ଏହା ଦ୍ୱାରା କାନଯନ୍ତ୍ରଣା ଭଲ ହୋଇଯାଏ ।

କଦଳୀ ପୁଆ ରସ : ଯଦି ଆପଣଙ୍କର ଅତ୍ୟଧିକ କାନ ଯନ୍ତ୍ରଣା ଅନୁଭବ ହେଉଥାଏ ତେବେ କଦଳୀ ପୁଆର ରସ ପକାଇଲେ ଆପଣଙ୍କୁ ଆରାମ ମିଳିବ । କଦଳୀ ପୁଆରୁ ରସ ବାହାର କରି କାନରେ ପକାଇବା ଦ୍ୱାରା ବହୁତ ଆରାମ ମିଳିଥାଏ ।

ଜୁଆଣି ଏବଂ ସୋରିଷ ତେଲ : ଯେତେବେଳେ ବି ଆପଣଙ୍କ କାନରେ ଯନ୍ତ୍ରଣା ହେଉଛି ସମାନ ପରିମାଣର ଜୁଆଣୀ ଏବଂ ସୋରିଷ ତେଲକୁ ମିଶାଇ କାନରେ ପକାନ୍ତୁ । ଏହା ଆପଣଙ୍କୁ କାନ ଯନ୍ତ୍ରଣାରୁ ତୁରନ୍ତ ଆରାମ ଦେବ ।

ବେବି ଅଏଲ୍ : ଯଦି ଆପଣ କାନ ଯନ୍ତ୍ରଣାରୁ ତୁରନ୍ତ ଆରାମ ପାଇବାକୁ ଚାହାଁନ୍ତି ତେବେ କାନରେ ବେବି ଅଏଲ୍ ପକାନ୍ତୁ ।

ପିଆଜ: ଯଦି ଆପଣଙ୍କର ଅଧିକ କାନ ଯନ୍ତ୍ରଣା ହେଉଥାଏ ତେବେ ଏହି ଉପାୟ ଅନୁସରଣ କରନ୍ତୁ । ଏକ ପିଆଜକୁ କାଟି ଏକ ପତଳା ପରିଷ୍କାର କପଡ଼ାରେ ବାନ୍ଧିଦିଅନ୍ତୁ । ଏବେ ଏହି ପୁଟୁଳିକୁ କାନ ଉପରେ ରଖନ୍ତୁ । ଏଥିରୁ ଆପଣଙ୍କୁ ଆରାମ ମିଳିବ ।

ରସୁଣ: ପିଆଜ ପରି ରସୁଣ ମଧ୍ୟ କାନ ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଦୁଇଟି ରସୁଣ ପାଖୁଡା ସୋରିଷ ତେଲରେ ପକାଇ ଗରମ କରନ୍ତୁ । ଏବେ ଏହି ତେଲକୁ କାନରେ ପକାନ୍ତୁ ଆପଣଙ୍କୁ ଶୀଘ୍ର ଆରାମ ମିଳିବ ।

ମନେରଖନ୍ତୁ ଯେ ଏହି ଉପାୟଗୁଡ଼ିକ ଇଣ୍ଟରନେଟରେ ଉପଲବ୍ଧ ସୂଚନା ଉପରେ ଆଧାରିତ । ସେଗୁଡିକୁ ଆପଣେଇବା ପୂର୍ବରୁ କାନ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।

Leave a Reply

Your email address will not be published. Required fields are marked *