୨୩ ବର୍ଷର ଏହି ପୁରୁଣା ଫୋଟରେ ଆପଣଙ୍କ ପ୍ରିୟ ହାସ୍ୟ ଅଭିନେତାଙ୍କୁ ଚିହ୍ନି ପାରୁଛନ୍ତି କି ?

୨୩ ବର୍ଷର ଏହି ପୁରୁଣା ଫୋଟରେ ଆପଣଙ୍କ ପ୍ରିୟ ହାସ୍ୟ ଅଭିନେତାଙ୍କୁ ଚିହ୍ନି ପାରୁଛନ୍ତି କି ?

ଚିତ୍ତବିନୋଦନ ଇଣ୍ଡଷ୍ଟ୍ରିରେ କପିଲ୍ ଶର୍ମା ନିଜର ମଜାଳିଆ ଚରିତ୍ର ପାଇଁ ବେଶ୍ ଜଣାଶୁଣା ଅଟନ୍ତି । କିନ୍ତୁ ବର୍ତ୍ତମାନ “ଦି କପିଲ୍ ଶର୍ମା” ଶୋ’ର ପ୍ରସାରଣ ହେଉ ନାହିଁ । କରୋନା ମହାମାରୀ ହେତୁ ବର୍ତ୍ତମାନ ମୁମ୍ବାଇରେ କୌଣସି ମଧ୍ୟ ଶୋ ଏବଂ ଚଳଚ୍ଚିତ୍ରର ସୁଟିଂ ହେଉ ନାହିଁ । ଏହିପରି ପରିସ୍ଥିତିରେ କପିଲ୍ ବର୍ତ୍ତମାନ ନିଜ ପରିବାର ସହିତ ସମୟ ଅତିବାହିତ କରୁଛନ୍ତି । ଆପଣଙ୍କୁ କହିରଖୁଛୁ କି ଗତ ଫେବୃୟାରୀ ମାସରେ କପିଲଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା, ସେହି ଦିନ ଠାରୁ ସେ ନିଜ ଶୋ’ରୁ କିଛି ସମୟ ପାଇଁ ବିରତି ନେଇଥିଲେ । ନିକଟ ଅତୀତରେ କପିଲ୍ ନିଜ ଇନଷ୍ଟାଗ୍ରାମରେ ଏକ ବହୁତ ପୁରୁଣା ଫୋଟ୍ ସେୟାର୍ କରିଛନ୍ତି । ପ୍ରଶଂସକ ମାନଙ୍କ ସାମ୍ନାକୁ ଆସିଥିବା ଏହି ଫୋଟରେ କପିଲ ଶର୍ମାଙ୍କୁ ଚିହ୍ନିବା ବହୁତ କଷ୍ଟକର ଅଟେ । କପିଲ୍ ଫୋଟ ଟିକୁ ସେୟାର୍ କରିବା ସହିତ ଏହା ଏକ ୨୩ ବର୍ଷ ପୁରୁଣା ଫୋଟ ବୋଲି କହିଛନ୍ତି ।

କପିଲ୍ ଶର୍ମା ଫୋଟ ସେୟାର୍ କରିବା ସହିତ ‘କ୍ୟାପଶନ୍’ରେ ଲେଖିଛନ୍ତି କି- ମୋତେ ବର୍ତ୍ତମାନ ମୋ ୨୩ ବର୍ଷ ପୁରୁଣା ଫୋଟ ମିଳିଛି । ଶ୍ରୀ ନାନକ ବିଶ୍ୱବିଦ୍ୟାଳୟରେ ଆମ ନାଟକ “ଆଜାଦୀ” ପରିବେଷଣ ଶେଷ ହେବା ପରେ ଏହି ଫୋଟ ଉଠାଇଥିଲୁ । ମୁଁ ମୋ ସାଥି ମାନଙ୍କ ସହିତ ମୋ ଦାଢ଼ି ହଟାଇବା ପରେ ଫୋଟ ଉଠାଇ ଥିଲି ଏବଂ ଦାଢ଼ିର ଚିହ୍ନ ବର୍ତ୍ତମାନ ସୁଦ୍ଧା ମୋ ମୁହଁରେ ରହିଛି । ମୋ ପକେଟ୍ ସର୍ଵଦା ଖାଲି ରହୁଥିଲା । କିନ୍ତୁ ମୋ ମୁହଁରେ ହସ ସଦା ସର୍ବଦା ରହୁଥିଲା । ମୋର ଏହି ୨୩ ବର୍ଷ ପୁରୁଣା ଫୋଟ ଟିକୁ ଆପଣ ମାନଙ୍କ ମଧ୍ୟରେ ସେୟାର୍ କରିବାକୁ ମୁଁ ଇଚ୍ଛା ପ୍ରକାଶ କରିଥିଲି । ଆଶା କରୁଛି କି ଆପଣ ସମସ୍ତେ ସୁରକ୍ଷିତ ଥିବେ ।

କପିଲ୍ ଏହି ଫୋଟ ସେୟାର୍ କରିବା ସହିତ ତାଙ୍କୁ ଚିହ୍ନିବା ପାଇଁ ତାଙ୍କ ପ୍ରଶଂସକ ମାନଙ୍କୁ ଟାସ୍କ ଦେଇଥିଲେ । ଯଦି ଆପଣ ମଧ୍ୟ ଏହି ଫୋଟଟିରେ କପିଲଙ୍କୁ ଚିହ୍ନି ପାରୁ ନାହାଁନ୍ତି ତେବେ ଆପଣଙ୍କୁ କହିରଖୁଛୁ କି କପିଲ୍ ଏହି ଫୋଟର ମଝିରେ ଛିଡା ହୋଇଛନ୍ତି ଏବଂ ସେ ଧଳା ରଙ୍ଗର ସାର୍ଟ ପିନ୍ଧିଛନ୍ତି ।

କହିରଖୁଛୁ କି କପିଲଙ୍କ ଜନ୍ମ ୧୯୮୧ ମସିହା ଅପ୍ରେଲ୍ ମାସ ୨ ତାରିଖରେ ପଞ୍ଜାବ ଠାରେ ହୋଇଥିଲା । ତାଙ୍କ ପ୍ରକୃତ ନାମ ଶମଶେର୍ ସିଂ ଅଟେ । ଲଫର୍ ଚ୍ୟାଲେଞ୍ଜ-୩ରେ ବିଜୟଲାଭ କରି ସେ ଲାଇମଲାଇଟ୍ କୁ ଆସିଥିଲେ । ଲଫର୍ ଚ୍ୟାଲେଞ୍ଜ-୩ରେ ବିଜୟଲାଭ କରିବା ଦ୍ୱାରା ତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ମିଳିଥିଲା । ଏହା ବହୁତ କମ୍ ସଂଖ୍ୟକ ଲୋକଙ୍କୁ ଜ୍ଞାତ ଥିବ କି, ସେ ଏହି ଟଙ୍କାରେ ତାଙ୍କ ଭଉଣୀଙ୍କ ବିବାହ କରିଥିଲେ ।

କପିଲ୍ ହିନ୍ଦୀ କମେଡି ଶୋ’ ବ୍ୟତୀତ ଅନେକ ପଞ୍ଜାବୀ ଶୋ’ ମଧ୍ୟ କରିଛନ୍ତି । ସେ ୯ ଲଫର୍ ଶୋ’ର ବିଜେତା ହୋଇ ସାରିଛନ୍ତି । କପିଲଙ୍କ ନିଜସ୍ୱ ଏକ ଶୋ “ଦି କପିଲ୍ ଶର୍ମା” ଯାହା ଘରେ ଘରେ ପରିଚିତ ଅଟେ ।

ପ୍ରସିଦ୍ଧି ଲାଭ କରିବା ପରେ କପିଲଙ୍କ ଜୀବନରେ ଏହିପରି ମଧ୍ୟ ସମୟ ଆସିଥିଲା ଯେତେବେଳେ ତାଙ୍କର ଏହି ଶୋ’ ଫ୍ଲପ୍ ମଧ୍ୟ ହୋଇଥିଲା । ଏହାପରେ ସେ ମଦ୍ୟପ ହୋଇଯାଇଥିଲେ । ଏହିପରି କି ତାଙ୍କୁ ପୁନର୍ବାସ କେନ୍ଦ୍ରରେ ମଧ୍ୟ ଭର୍ତି କରାଇବାକୁ ପଡ଼ିଥିଲା । ଏହି ସମୟରେ ତାଙ୍କର ଓଜନ ମଧ୍ୟ ବହୁତ ବଢି ଯାଇଥିଲା ।

କପିଲ୍ କମେଡି ଶୋ’ ବ୍ୟତୀତ ଦୁଇଟି ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । କପିଲ୍ “କିସ୍ କିସ୍ କୋ ପ୍ୟାର୍ କରୁଁ” ଏବଂ “ଫିରଙ୍ଗୀ” ଚଳଚ୍ଚିତ୍ରରେ କାମ କରିଛନ୍ତି ।

କପିଲଙ୍କ ବ୍ୟଙ୍ଗ ସମୟ ହେତୁ ତାଙ୍କ ଶୋ’ ବହୁତ ହିଟ୍ ରହିଛି । ତାଙ୍କୁ ଫୋବର୍ସର ସବୁଠାରୁ ଧନୀ ଭାରତୀୟ ତାରକା ମାନଙ୍କ ତାଲିକାରେ ୧୭ ନମ୍ବର୍ ସ୍ଥାନରେ ରଖାଯାଇଥିଲା ।

କପିଲ୍ ନିଜ ଚଗଲାମୀ ହେତୁ ବହୁତ ପ୍ରସିଦ୍ଧ ଅଟନ୍ତି । ଥରେ ସେ ଏକ ଆୱାର୍ଡ ଶୋ’କୁ ହୋଷ୍ଟ କରିବା ନିମନ୍ତେ ୧.୨୫ କୋଟି ଟଙ୍କା ମାଗିଥିଲେ । ସେ ତାଙ୍କ ନିଜ ଶୋ’ରେ ମଧ୍ୟ ଅନେକ କଳାକାର ମାନଙ୍କୁ ବହୁତ ଅପେକ୍ଷା କରାଇଛନ୍ତି । ଏମାନଙ୍କ ମଧ୍ୟରେ ଅଜୟ ଦେବଗନ୍, ଶ୍ରଦ୍ଧା କପୂର୍, ସୋନାକ୍ଷୀ ସିହ୍ନା ଏବଂ ଶାହଋଖ୍ ଖାନ୍ ସାମିଲ୍ ଅଟନ୍ତି ।

Leave a Reply

Your email address will not be published. Required fields are marked *