ମାତ୍ର ଗୋଟିଏଥର ଏହାକୁ ବ୍ୟବହାର କରନ୍ତୁ ଏବଂ ଆଣ୍ଠୁ, ଅଣ୍ଟା ଓ ଗଣ୍ଠି ବିନ୍ଧାରୁ ତୁରନ୍ତ ମୁକ୍ତି ପଅନ୍ତୁ !

ମାତ୍ର ଗୋଟିଏଥର ଏହାକୁ ବ୍ୟବହାର କରନ୍ତୁ ଏବଂ ଆଣ୍ଠୁ, ଅଣ୍ଟା ଓ ଗଣ୍ଠି ବିନ୍ଧାରୁ ତୁରନ୍ତ ମୁକ୍ତି ପଅନ୍ତୁ !

ସମୟର ସ୍ରୋତରେ ମଣିଷ ନିଜ ପରିସ୍ଥିତି ସହ ଖାପଖୁଆଇ ଚଳିବାକୁ ବାଧ୍ୟ ହେଉଛି । ଆଜି ଏହି ଦୁନିଆରେ ମନୁଷ୍ୟ ଏତେ ବ୍ୟସ୍ତ ଯେ, ନିଃଶ୍ଵାସ ନେବାକୁ ମଧ୍ୟ ସମୟ ମିଳିନଥାଏ । ଯାହାଫଳରେ ନିଜ ଶରୀରର ଠିକ୍ ଭାବରେ ଯତ୍ନ ରଖିପାରେ ନାହିଁ । ଆଜି ଆମେ ଏହି ଅନୁଛେଦରେ ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ବିଷୟରେ ଆଲୋଚନା କରିବା । ସାଧାରଣତଃ ମଧ୍ୟମ ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ବୃଦ୍ଧ-ବୃଦ୍ଧାମାନେ ଆଣ୍ଠୁଗଣ୍ଠି ବିନ୍ଧାର ଶିକାର ହେଇଥାନ୍ତି । ତେଣୁ ଆମେ ଆଜିର ଏହି ଅନୁଛେଦରେ ଏପରି ଏକ ଉପଚାର ବିଷୟରେ ଆଲୋଚନା କରିବା ଯାହାର ବ୍ୟବହାର କିଛିଦିନ କରିବା ମାତ୍ରେ ତୁରନ୍ତ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଉପଶମ ମିଳିପାରିବ । କେବଳ ବୃଦ୍ଧବୃଦ୍ଧା ନୁହେଁ ବରଂ ଆଣ୍ଠୁଗଣ୍ଠି ବିନ୍ଧାର ଶିକାର ହେଉଥିବା ସମସ୍ତ ବ୍ୟକ୍ତି ବିଶେଷ ଏହି ଉପଚାର ବ୍ୟବହାର କରିବା ଦ୍ଵାରା ଦ୍ଵାରା ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ, ତାହା ବି ଖୁବ୍ କମ୍ ସମୟ ମଧ୍ୟରେ । ଆଜିକାଲି ସମସ୍ତ ବୟସର ଲୋକଙ୍କୁ ଆଣ୍ଠୁଗଣ୍ଠି ଭଳି ସମସ୍ୟା ଭୋଗିବାକୁ ପଡୁଛି ।

ଯଦି ଜଣେ ବ୍ୟକ୍ତି ଗୋଟେ ଜାଗାରେ ବସିଯାଉଛନ୍ତି ଆଉ ଉଠୀପାରୁନାହନ୍ତି ଯଦି ଉଠିଯାଉଛନ୍ତି ତ ଆଉ ବସିପାରୁନାହାନ୍ତି ଏଭଳି ଅନେକ ସମସ୍ୟା । ସେମାନଙ୍କୁ ବସିବାକୁ ବା ନଇଁବାକୁ କଷ୍ଟ ହେଉଅଛି । ଅଣ୍ଟା ବିନ୍ଧା, ଦୁର୍ବଳତା ବା ଥକା, କାନ୍ଧରେ କଷ୍ଟ, ଗୋଇଠୀରେ କଷ୍ଟ, ଶରୀରର ବିଭିନ୍ନ ଜାଗାରେ କଷ୍ଟ ଏମିତିକି କିଛି ଲୋକଙ୍କୁ ଆଙ୍ଗୁଳିରେ କଷ୍ଟ ଅନୁଭବ ହୋଇଥାଏ । ଅଧିକାଂଶ ଲୋକ ଭାବିଥାନ୍ତି ଆଣ୍ଠୁ ବିନ୍ଧାକୁ ଜଏଣ୍ଟ ପେନ୍ କୁହାଯାଇଥାଏ କିନ୍ତୁ କେବଳ ଆଣ୍ଠୁ ଗଣ୍ଠିରେ କଷ୍ଟ ଜଏଣ୍ଟ ପେନ୍ ନୁହେଁ, ଯେଉଁ ଯେଉଁ ଜାଗାରେ ହାଡ଼ ପରସ୍ପର ସହ ମିଶିଥାଏ ସେହି ଜାଗାକୁ ଗଣ୍ଠି ବା ଜଏଣ୍ଟ ବୋଲି କୁହାଯାଇଥାଏ ସେହି ସବୁ ଜାଗାରେ ଆମମାନଙ୍କୁ ଗଣ୍ଠି ବିନ୍ଧା ଭୋଗିବାକୁ ପଡ଼ିଥାଏ । ଆଜିକାଲି ପ୍ରାୟତଃ ସମସ୍ତଙ୍କ ଦେହରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି ।

ପୁରୁଣାରୁ ପୁରୁଣା ଆଣ୍ଠୁ ଗଣ୍ଠି ବିନ୍ଧା ଯାହା ଛାଡୁନାହିଁ, ଡେଙ୍ଗୁ ବା ଚିକେନଗୁନିଆ ହେବାପରେ ଲୋକଙ୍କୁ ଆଣ୍ଠୁ ଗଣ୍ଠି କଷ୍ଟ ହେବା ଆରମ୍ଭ ହୋଇଯାଏ । ଏମିତି ଅନେକ ସମସ୍ୟା ଏହାକୁ ସେବନ କରିବା ଦ୍ୱାରା ଭଲ ହୋଇପାରିବ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ଗ୍ଲାସ୍ ଗାଇକ୍ଷୀରକୁ ଭଲଭାବେ ଫୁଟାଇ ଗରମ କରି ରଖନ୍ତୁ, ଏହାପରେ ଆବଶ୍ୟକ ହଳଦୀ ଗୁଣ୍ଡ ଯଦି ଆମେ ଖଣ୍ଡ ହଳଦୀର ଗୁଣ୍ଡ ବ୍ୟବହାର କରିବା ତାହା ଅଧିକ ଲାଭଦାୟକ ହେବ । ଏବେ ସେହି ଏକ ଚାମଚ ହଳଦୀ ଗୁଣ୍ଡକୁ ଫୁଟାଇରଖିଥିବା ଗରମ କ୍ଷୀରରେ ମିଶାଇବା । ଏବେ ଦେଶୀ ଗାଈଘିଅ ଏକ ଚାମଚ୍ ସେହି ଗରମ କ୍ଷୀରରେ ମିଶାଇ ଭଲ ଭାବରେ ଗୋଳାଇ ଦେବା । ଏବେ ଏହାକୁ ଗୋଟେ ଗ୍ଲାସରୁ ଅନ୍ୟ ଗ୍ଲାସକୁ ବାରମ୍ବାର ଓଜାଡ଼ି ଭଲ ଭାବେ ଫେଣ୍ଟି ଦେବା । ଏବେ ଏହାକୁ ସେବନ କରିପାରିବା ।

ମାତ୍ର ସେବନ କଲାବେଳେ ଧ୍ୟାନ ରଖିବା କି ଆମେ ଏହାକୁ ଠିଆ ହୋଇ ସେବନ କରିବା । କେବେବି ଏହାକୁ ବସିକି ସେବନ କରିବ ନାହିଁ । ଏହାକୁ କିଛିଦିନ ସେବନ କରିବା ଦ୍ୱାରା ଆମ ହାଡ଼ରେ ସରିଯାଇଥିବା ଗିରି ପୁଣିଥରେ ଭରିବାକୁ ଲାଗିବ ଓ ଆଣ୍ଠୁ ଗଣ୍ଠି ବିନ୍ଧା ଦୂର ହେବାକୁ ଲାଗିବ । ଯେଉଁମାନଙ୍କୁ ବସିବାକୁ ଉଠିବାକୁ କଷ୍ଟ ହେଉଥିଲା ସେମାନଙ୍କର କଷ୍ଟ ଦୂର ହେବାକୁ ଲାଗିବ ।ଆଜିକାଲି ପ୍ରାୟତଃ ସବୁ ଘରେ ଏପରି ଜଣେ ରୋଗୀ ଦେଖିବାକୁ ମିଳୁଛି । ଏହାକୁ ସେବନ କରିବା ଦ୍ୱାରା କେବଳ ୧୦-୧୫ ଦିନ ଭିତରେ ଆମକୁ ଆଣ୍ଠୁ ଗଣ୍ଠି ଦରଜରୁ ମୁକ୍ତି ପାଇପାରିବା ।

Leave a Reply

Your email address will not be published. Required fields are marked *