ଭାରତ ସହ ସୀମା ବିବାଦକୁ ନେଇ ଚୀନର ଧମକପୂର୍ଣ୍ଣ ଆଚରଣକୁ ନେଇ ବ୍ରିଟିଶ ସାଂସଦମାନେ ଚିନ୍ତା ପ୍ରକାଶ କରିଥିଲେ ।

ଭାରତ ସହ ସୀମା ବିବାଦକୁ ନେଇ ଚୀନର ଧମକପୂର୍ଣ୍ଣ ଆଚରଣକୁ ନେଇ ବ୍ରିଟିଶ ସାଂସଦମାନେ ଚିନ୍ତା ପ୍ରକାଶ କରିଥିଲେ ।

ଭାରତରେ ଚାଲୁଥିବା ସୀମା ବିବାଦକୁ ନେଇ ଚୀନର ଧମକ ଉପରେ ବ୍ରିଟିଶ ସାଂସଦ କଡା ନିନ୍ଦା କରିଛନ୍ତି ଓ ଏହାକୁ ନେଇ ସଂସଦରେ ଚିନ୍ତା ପ୍ରକାଶ କରିଛନ୍ତି । ଏହା ସହିତ ସାଂସଦ ଚୀନରେ ବ୍ରିଟେନର ନିର୍ଭରତାର ସମୀକ୍ଷା କରିବାକୁ ଆଗ୍ରହ କରିଛନ୍ତି । ସୋମବାର ସନ୍ଧ୍ୟା ସମୟରେ ହାଉସ ଅଫ କମନ୍ସ ରେ କଂଜେର୍ଭଟିଭ ପାର୍ଟିର ସଂସଦ ଇୟାନ ଡ଼ଙ୍କନ ସ୍ମିଥ ଶିନଜିୟାଙ୍ଗ ପ୍ରାନ୍ତରେ ଉଇଗର(ଅନୁସୂଚିତ ଜାତି) ଅଳ୍ପସଂଖ୍ୟକ ସମୁଦାୟ ସହିତ ଚୀନ ସରକାରଙ୍କ ଦୁର୍ବ୍ୟବହାର ର ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ।

google

ଇୟାନ ଡ଼ଙ୍କନ ସ୍ମିଥ ଚୀନ ଉପରେ ଆକ୍ରୋଶ ଜାହିର କରିଛନ୍ତି :

ସ୍ମିଥ୍ ମାନବଧିକାର ଉପରେ ଚୀନ ସରକାରଙ୍କ ଭୟାବହ ରେକର୍ଡ, ହଙ୍ଗକଙ୍ଗରେ ସ୍ୱତନ୍ତ୍ରତା ଉପରେ ଆକ୍ରମଣ, ଦକ୍ଷିଣ ଚୀନ ସାଗରରୁ ଭାରତ ପର୍ଯ୍ୟନ୍ତ ସୀମା ବିବାଦରେ ତାହାର ଧମକ ଦେଇଥିବା ବ୍ୟବହାର, ମୁକ୍ତ ବଜାରକୁ ସଞ୍ଚାଳିତ କରୁଥିବା ନିୟମ ଉଲ୍ଲଂଘନ ଅଥବା କୋଭିଡ଼ ୧୯ ବିଳମ୍ବରେ ଘୋଷଣା ଆଦିକୁ ନେଇ ଚୀନ ଉପରେ ଆକ୍ରୋଶ ପ୍ରକାଶ କରିଛନ୍ତି ଏବଂ ପଚାରିଛନ୍ତି ଯେ, କଣ ସରକାର ବର୍ତ୍ତମାନ ଚୀନ ଉପରେ ବ୍ରିଟେନର ନିର୍ଭରତାର ଆନ୍ତରିକ ସମୀକ୍ଷା ଆରମ୍ଭ କରିବ ।

ନିଜ ଚିନ୍ତାକୁ ଚୀନ ସାମନାରେ କହିଲେ ବ୍ରିଟିଶ ସରକାର :

google

ଏହା ଉତ୍ତରରେ ଏସିଆ ମାମଲାର ମନ୍ତ୍ରୀ ନିଗେଲ ଏଡମ୍ସ କହିଛନ୍ତି ଯେ, ବ୍ରିଟେନ ସରକାର ବିଭିନ୍ନ ମାମଲାରେ ନିଜ ଚିନ୍ତାକୁ ନିୟମିତ ଭାବେ ଚୀନ ସମକ୍ଷରେ ଉଠାନ୍ତି । ବିପକ୍ଷ ଶ୍ରମିକ ଦଳର ସାଂସଦ ଷ୍ଟିଫନ କିଂନାକ ମଧ୍ୟ ନିଜ ଲୋକ ଏବଂ ପଡ଼ୋଶୀ ଦେଶ ପ୍ରତି ଚୀନର ବ୍ୟବହାରକୁ ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଏଡମ୍ସ କହିଛନ୍ତି ଯେ, ବ୍ରିଟେନ ଏହି ମାମଲାକୁ ଦୁଇପକ୍ଷୀୟ ରୂପେ ତଥା ସଂଯୁକ୍ତ ରାଷ୍ଟ୍ରରେ ସର୍ବଦା ଉଠାନ୍ତି ।

ଲାଦାଖରେ ଯାହା କିଛି ହେଲା, ତାହା ଚୀନର କ୍ରୁର ନୀତିର ଅଂଶବିଶେଷ :

google

ସେପଟେ, ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ସି ଓ ବ୍ରାୟନ କହିଥିଲେ ଯେ, ଚୀନ କମ୍ୟୁନିଟି ପାର୍ଟି ଓ ଏହାର ମହାସଚିବ ଶୀ ଜିନପିଙ୍ଗଙ୍କ ନେତୃତ୍ୱରେ ଚୀନରୁ ଯେଉଁ ବିପଦ ଉତ୍ପନ ହୋଇଛି, ଏହାକୁ ବୁଝିବା ପାଇଁ ସମଗ୍ର ବିଶ୍ୱ ବିଳମ୍ବ କରିଦେଇଛି । ସେ କହିଛନ୍ତି ଯେ, ପୂର୍ବ ଲାଦାଖରେ ଯାହା କିଛି ହେଲା ତାହା ଚୀନର କ୍ରୁର ନୀତିର ଏକ ଅଂଶ ଅଟେ । ଏଥିରୁ ସମଗ୍ର ବିଶ୍ୱକୁ ଏକ ଶିକ୍ଷା ନେବା ଉଚିତ ।

Leave a Reply

Your email address will not be published. Required fields are marked *