ବଲିଉଡ଼ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ ସହ ହେବାକୁ ଯାଉଥିଲା ଅଭିନେତା ସଞ୍ଜୟ ଦତ୍ତଙ୍କ ବିବାହ ! କିନ୍ତୁ ମଝିରେ ଆସିଗଲେ…

ବଲିଉଡ଼ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ ସହ ହେବାକୁ ଯାଉଥିଲା ଅଭିନେତା ସଞ୍ଜୟ ଦତ୍ତଙ୍କ ବିବାହ ! କିନ୍ତୁ ମଝିରେ ଆସିଗଲେ…

ଚଳଚ୍ଚିତ୍ର ‘ଏକ ଦୁଜେ କେ ଲିଏ’ ଏହି ଚଳଚ୍ଚିତ୍ର ୧୯୮୧ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରୁ ବଲିଉଡ଼ରେ ଡେବ୍ୟୁ କରିଥିଲେ ଜଣେ ସୁନ୍ଦରୀ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ । ଏଥିରେ ତାଙ୍କ ସହିତ ଥିଲେ କମଳ ହାସନ୍ । ଏହି ଚଳଚ୍ଚିତ୍ର ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ସେହି ସମୟରେ ଏହି ଚଳଚ୍ଚିତ୍ରର ସମସ୍ତ ଗୀତ ସୁପରହିଟ୍ ହୋଇଥିଲା । ଏହି ଚଳଚ୍ଚିତ୍ର ପରେ ରତି ନିକଟ ଚଳଚ୍ଚିତ୍ରରେ ଗୋଟିଏ ପରେ ଗୋଟିଏ ଲାଇନ୍ ଲାଗିଥିଲା । ଦେଖୁ ଦେଖୁ ରତି ଅଗ୍ନିହୋତ୍ରୀ ୮୦ ଦଶକରେ ବଲିଉଡ଼ର ପ୍ରସିଦ୍ଧ ଅଭିନେତ୍ରୀ ପାଲଟି ଗଲେ ।

ରତି ଅଗ୍ନିହୋତ୍ରୀଙ୍କ ଜନ୍ମ ମୁମ୍ବାଇରେ ରହୁଥିବା ଏକ ପଞ୍ଜାବୀ ପରିବାରରେ ହୋଇଥିଲା । ସେ ଏଠାରେ କିଛି ଦିନ ରହିଲେ ଏବଂ ତାଙ୍କ ପିତାଙ୍କ ବଦଳି ଚେନ୍ନାଇ ସହରକୁ ହୋଇଗଲା । ଏଥିପାଇଁ ତାଙ୍କ ପାଠପଢ଼ା ଏହି ସହରରେ ହୋଇଥିଲା । ଏ ସମୟରେ ସେମାନେ ନିଜ ବିଦ୍ୟାଳୟରେ କିଛି ଷ୍ଟେଜ ଶୋ’ରେ ଅଂଶଗ୍ରହଣ କଲେ । ଏପରି ଥରେ ଦକ୍ଷିଣ ଚଳଚ୍ଚିତ୍ର ଜଗତର ନିର୍ଦ୍ଦେଶକ ଭାରତୀ ରାଜାଙ୍କ ନଜର ରତିଙ୍କ ଉପରେ ପଡିଲା । ରତିଙ୍କ ଅଭିନୟକୁ ଦେଖି ସେ ରତିଙ୍କୁ ନିଜ ଚଳଚ୍ଚିତ୍ରକୁ ନେଇଗଲେ ।

ରତିଙ୍କୁ ଯେତେବେଳେ ପ୍ରଥମ ଥର ଅଭିନୟ କରିବା ପାଇଁ ସୁଯୋଗ ମିଳିଥିଲା ସେହି ସମୟରେ ତାଙ୍କ ବୟସ ମାତ୍ର ଷୋହଳ ବର୍ଷ ଥିଲା । ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ବଠିୟା ପୁରଗୁଲ୍’ ୧୯୭୯ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ପରେ ରତି ନାମ ଅର୍ଜନ କଲେ ଏବଂ ୩ ବର୍ଷ ମଧ୍ୟରେ ତେଲୁଗୁର ୩୨ଟି ଚଳଚ୍ଚିତ୍ରରେ ଅଭିନୟ କଲେ । ଏହାପରେ ସେ ହିନ୍ଦୀ ସିନେମା ଆଗକୁ ପାଦ ରଖିଲେ ଏବଂ ଏଠାରେ ମଧ୍ୟ ସଫଳତା ହାସଲ କଲେ ।

ଅଭିନେତ୍ରୀ ରତିକୁ ‘ଏକ୍ ଦୁଜେ କେ ଲିଏ’ ଚଳଚ୍ଚିତ୍ର ବ୍ୟତୀତ କୁଲି, ବକ୍ସର୍, କରିଷମା କୁଦରତ୍ କା, ମେରା ଫେସଲା, ଜନ୍ ଜାନୀ ଜନାର୍ଦ୍ଦନ୍, ଏକ ସେ ଭଲେ ଦୋ, ତବାୟଫ୍, ଦିଲ୍ ତୁଝକୋ ଦିୟା, ଦାଦାଗିରି, ୟାଦେ, କାଟେ, ଚୁପକେ ସେ, ସୋଚା ନା ଥା, ଲକ୍, ବିନ୍ ବୁଲାଏ ବରାତି, ପହଚାନ୍, ଜିମ୍ମି, ଶାଦି କେ ସାଇଡ୍ ଇଫେକ୍ଟସ୍, ସିଂହ ଇଜ୍ ବଲିଙ୍ଗ ଭଳି ଚଳଚ୍ଚିତ୍ର ପାଇଁ ସ୍ମରଣ କରାଯାଏ । ଆଜି ଏହି ଅଭିନେତ୍ରୀ ରତି ‘ଲାଇମ୍ ଲାଇଟ୍’ରୁ ଦୂରରେ ପୋଲାଣ୍ଡରେ ନିଜ ଭଉଣୀ ଅନିତା ଅଗ୍ନିହୋତ୍ରୀଙ୍କ ସହ ରୁହନ୍ତି । କିନ୍ତୁ ସେ ନିଜ ଚଳଚ୍ଚିତ୍ର ଏବଂ ବ୍ୟକ୍ତିଗତ ଜୀବନ ଯୋଗୁଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି ।

ରତି ଅଗ୍ନିହୋତ୍ରୀଙ୍କ ପ୍ରେମର ଚର୍ଚ୍ଚା ସଞ୍ଜୟ ଦତ୍ତଙ୍କ ସହିତ ଥିଲା । ସଞ୍ଜୟ ଓ ରତି ଏକାଠି ମେରା ଫେସଲା, ‘ଜନୀ ଆଇ ଲବ୍ ୟୁ’ ଓ ‘ମେ ଆବରା ହୁ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେହି ସମୟରେ ଏ ଦୁହିଁଙ୍କ ଅଫେୟାରକୁ ନେଇ ବଜାରରେ ଖବର ମଧ୍ୟ ଛପିଥିଲା । ସଞ୍ଜୟ ଥରେ ନିଜ ଇଣ୍ଟରଭିୟୁରେ ରତିଙ୍କ ପାଇଁ ନିଜ ପ୍ରେମ ଜାହିର୍ କରିଥିଲେ । ସେପଟେ ଏହି ଅଭିନେତ୍ରୀ ମଧ୍ୟ ସ୍ୱୀକାର କରି ନେଇଥିଲେ ଯେ ସେ ସଞ୍ଜୟ ଦତ୍ତଙ୍କୁ ଭଲ ପାଆନ୍ତି ଏତିକି ନୁହେଁ ସଂଜୟ ତାଙ୍କ ଜୀବନର ପ୍ରଥମ ପ୍ରେମ ଅଟନ୍ତି ।

ଆପଣଙ୍କୁ ସୁଚାଇଦେଉଛୁ ଯେ ଏ ଦୁହିଁଙ୍କ ମଧ୍ୟରେ ଏତେ ଗଭୀର ଭଲପାଇବା ଥିଲା ଯେ, ଏମାନଙ୍କ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା, କିନ୍ତୁ ସେହି ସମୟରେ ସଞ୍ଜୟଙ୍କ ଜୀବନରେ ରତିରୁ ଅଧିକ ଆଉ କେହି ମହତ୍ତ୍ୱପୂର୍ଣ୍ଣ ଥିଲେ ତେବେ ତା ହେଉଛି ତାଙ୍କ ଡ୍ରଗ୍ସ ନେବା ଅଭ୍ୟାସ । ସଞ୍ଜୟ ଡ୍ରଗ୍ସ ନେବା ଅଭ୍ୟାସ ବଢିବାକୁ ଲାଗିଥିଲା ଏବଂ ଅନ୍ୟପଟେ ରତିଙ୍କ ନାମ ବ୍ୟବସାୟୀ ଓ ଆର୍କିଟେକ୍ଟ ଅନିଲ୍ ବିରମାନୀଙ୍କ ସହ ଜଡ଼ିତ ହୋଇଥିଲା । ସେ ୧୯୮୫କୁ ତାଙ୍କୁ ବିବାହ କରି ନେଇଥିଲେ । ୨୦୧୫ରେ ରତି ନିଜ ସ୍ୱାମୀ ସହିତ ଛାଡ଼ପତ୍ର ନେଇଗଲେ ।

Leave a Reply

Your email address will not be published. Required fields are marked *