ବଲିଉଡ ସୁପରଷ୍ଟାର ମାନେ ଚଳଚ୍ଚିତ୍ରରେ ଆସିବା ପୂର୍ବରୁ କରୁଥିଲେ ଏହି କାମ । ଜଣେ ଥିଲେ କେମିଷ୍ଟ ଅନ୍ୟ କିଏ କରିଥିଲେ ରିପୋଟିଂ ।

ବଲିଉଡ ସୁପରଷ୍ଟାର ମାନେ ଚଳଚ୍ଚିତ୍ରରେ ଆସିବା ପୂର୍ବରୁ କରୁଥିଲେ ଏହି କାମ । ଜଣେ ଥିଲେ କେମିଷ୍ଟ ଅନ୍ୟ କିଏ କରିଥିଲେ ରିପୋଟିଂ ।

ବଲିଉଡ ସୁପରଷ୍ଟାର ମାନେ ସିଧାସଳଖ ଚଳଚ୍ଚିତ୍ର ଜଗତରେ ନିଜ କ୍ୟାରିୟର ପ୍ରସ୍ତୁତ କରିନଥିଲେ । ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ଚଳଚ୍ଚିତ୍ର ଜଗତରେ ପାଦ ରଖିବା ପୂର୍ବରୁ ଭିନ୍ନ ଭିନ୍ନ କାର୍ଯ୍ୟ ସବୁ କରୁଥିଲେ । ଯେଉଁଥିରେ ବଲିଉଡର କିଛି ଅଭିନେତ୍ରୀ ମଧ୍ୟ ସାମିଲ ଅଛନ୍ତି । ଜେକଲୀନ୍ ଫର୍ଣ୍ଣାଣ୍ଡିସଙ୍କ ଠାରୁ ଆରମ୍ଭ କରି ଅମିତାଭ ବଚ୍ଚନ ଓ ସୋନକ୍ଷୀ ସିହ୍ନା ପର୍ଯ୍ୟନ୍ତ ସମସ୍ତେ ଚଳଚ୍ଚିତ୍ରରେ ଅଭିନୟ କରିବା ଆଗରୁ ଅନ୍ୟ କିଛି କାମ କରୁଥିଲେ । କୁହନ୍ତି ଯେ କୌଣସି କାମ ଛୋଟ କିମ୍ବା ବଡ଼ ନୁହେଁ । ତେବେ ଚାଲନ୍ତୁ ଦେଖିବା କେଉଁ କଳାକାର ମାନେ କେଉଁ ସବୁ କାମ କରୁଥିଲେ ।

ଜେକଲୀନ୍ ଫର୍ଣ୍ଣାଣ୍ଡିସ୍

google

ଜେକଲୀନ୍ ନିଜ କ୍ୟାରିୟରର ଆରମ୍ଭ ଚଳଚ୍ଚିତ୍ର “ଅଲାଦିନ”ରୁ କରିଥିଲେ କିନ୍ତୁ ଚଳଚ୍ଚିତ୍ରରେ ଆସିବା ପୂର୍ବରୁ ସେ ମାସ୍ କମ୍ୟୁନିକେସନ ଶିକ୍ଷା ଲାଭ କରିଥିଲେ ଏବଂ ଏକ ଟିଭି ରିପୋର୍ଟର ଭାବେ କାର୍ଯ୍ୟ କରିଥିଲେ । ଏହା ସହିତ ଜେକଲୀନ୍ ମିସ୍ ଶ୍ରୀଲଙ୍କା ୟୁନିଭର୍ସ ମଧ୍ୟ ରହିସାରିଛନ୍ତି । ଭାରତକୁ ଆସିବା ପରେ ସେ ଚଳଚ୍ଚିତ୍ର ଆଡ଼କୁ ଅଗ୍ରସର ହେଲେ ।

ସୋନାକ୍ସି ସିହ୍ନା

google

ସୋନାକ୍ସି ସିହ୍ନାଙ୍କୁ ଚଳଚ୍ଚିତ୍ର ଜଗତକୁ ଆଣିବା ଶ୍ରେୟ ସଲମାନ ଖାନଙ୍କୁ ଦିଆଯାଏ । ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସଲମାନ ସୋନାକ୍ସିଙ୍କୁ ନିଜ ସ୍ୱାସ୍ଥ୍ୟ ଓ ଓଜନ ଉପରେ ଧ୍ୟାନ ରଖିବା ପାଇଁ ଉପଦେଶ ଦେଇଥିଲେ । ଯଦିଓ ସୋନାକ୍ସି ଏହା ପୂର୍ବରୁ ଜଣେ କସଟ୍ୟୁମ୍ ଡ଼ାଇରେକ୍ଟର ଭାବେ କାମ କରୁଥିଲେ । ଚଳଚ୍ଚିତ୍ର “ମେରା ଦିଲ ଲେକେ ଦେଖୋରେ” ସେ ଏକ କସଟ୍ୟୁମ୍ ଡ଼ିଜାଇନର ଭାବେ କାମ କରିଥିଲେ । ଏହା ବ୍ୟତୀତ ସୋନାକ୍ସି ମଡ଼େଲିଙ୍ଗ ମଧ୍ୟ କରୁଥିଲେ ।

ଅକ୍ଷୟ କୁମାର

google

ଅକ୍ଷୟ କୁମାରଙ୍କ ବିଷୟରେ ସମସ୍ତେ ଜାଣନ୍ତି ଯେ ସେ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ଏକ ରୋଷେୟା ଭାବେ ‘ବେଙ୍କକକ’ରେ କାମ କରୁଥିଲେ । ଭାରତକୁ ଆସିବା ପରେ ସେ ମାର୍ଶାଲ ଆର୍ଟ ତାଲିମ୍ ପ୍ରଦାନ କରିବା ଆରମ୍ଭ କଲେ ଏବଂ ଏହା ପରେ ଚଳଚ୍ଚିତ୍ରରେ ଅଭିନୟ କଲେ ।

ଅମିତାଭ ବଚ୍ଚନ

google

ଅନେକଗୁଡ଼ିଏ ନିର୍ଦ୍ଦେଶକ ମନା କରି ଦେବା ପରେ ଚଳଚ୍ଚିତ୍ରରେ ଜବରଦସ୍ତ ଆଗମନ କରିଥିବା ଯୁଗର ମହାନାୟକ ଅମିତାଭ ବଚ୍ଚନ ଚଳଚ୍ଚିତ୍ର ଜଗତକୁ ଆସିବା ପୂର୍ବରୁ ଏକ ସିପିଙ୍ଗ ଫର୍ମରେ ଏକ୍ସକ୍ୟୁଟିଭ ଭାବରେ କାର୍ଯ୍ୟ କରୁଥିଲେ ।

ବୋମନ୍ ଇରାନୀ

google

“ମୁନ୍ନା ଭାଇ ଏମବିବିଏସ”ରୁ ନିଜ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିବା ବୋମନ୍ ଇରାନୀ ଅଭିନୟ ଆଗରୁ ‘ତାଜମହଲ ହୋଟେଲ ପେଲେସ’ରେ ଏକ ୱେଟର ଓ ରୁମ୍ ସର୍ଭିସ ଅଟେଣ୍ଡେଟ୍ ରୂପେ କାର୍ଯ୍ୟ କରୁଥିଲେ ।

Leave a Reply

Your email address will not be published. Required fields are marked *