ଶିଳ୍ପା ସେଟ୍ଟୀଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର ପର୍ଯ୍ୟନ୍ତ କରୋନା ସମୟରେ ଏହିପରି ଈମ୍ୟୁନିଟି ବଢାଉଛନ୍ତି ବଲିଉଡ କଳାକାର ମାନେ ।

ଶିଳ୍ପା ସେଟ୍ଟୀଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର ପର୍ଯ୍ୟନ୍ତ କରୋନା ସମୟରେ ଏହିପରି ଈମ୍ୟୁନିଟି ବଢାଉଛନ୍ତି ବଲିଉଡ କଳାକାର ମାନେ ।

ବଚନ ପରିବାରଙ୍କ ଛଡ଼ା ବଲିଉଡ଼ର ବହୁତ କଳାକାରମାନେ କୋରନାର ଅକ୍ତିଆର ହୋଇଛନ୍ତି । ପୂର୍ବ କିଛିଦିନ ତଳେ ଅନୁପମ୍ ଖେରଙ୍କ ମାଆ, ତାଙ୍କ ଭାଇ ଓ ଭାଉଜ, ଅଭିନେତା ପାର୍ଥ ସମଥାନ, ଅଭିନେତ୍ରୀ ରେଚେଲ ବ୍ରାଇଟ ସହିତ ଅନ୍ୟ କଳାକାରଙ୍କ କୋରନା ପଜିଟିଭି ବାହାରିଥିଲା । କୋରନାର ବିପଦ ଦିନକୁ ଦିନ ବଢି ଚାଲିଛି । ଏଭଳି ସ୍ଥିତିରେ କଳାକାରମାନେ ନିଜ ଶରୀର ପ୍ରତି ଧ୍ୟାନ ଦେଉଛନ୍ତି ଓ ଇମ୍ୟୁନିଟି ବଢିବା ପାଇଁ ନାନା ପ୍ରକାରର ଉପାୟ ଚେଷ୍ଟା କରୁଛନ୍ତି । ଏହି ରିପୋର୍ଟରେ ଆମେ ଆପଣଙ୍କୁ ଜଣାଉଛୁ ଯେ କେଉଁ କଳାକାରମାନେ କିପରି ନିଜର ଇମ୍ୟୁନିଟି ବଢ଼ାଉଛନ୍ତି ତାହା ଜାଣିବା ।

ଅନୁଷ୍କା ଶର୍ମା

google

ଲକଡାଉନ ସମୟରେ ଅନୁଷ୍କା ଶର୍ମା ନିଜ ଘରେ ହିଁ ଅଛନ୍ତି । ଅନୁଷ୍କା ଶର୍ମା ତାଙ୍କ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ଜଣାଇଛନ୍ତି କି ଇମ୍ୟୁନିଟିକୁ ମଜବୁତ କରିବା ପାଇଁ ଶରୀରକୁ କ୍ଷାରୀୟ(Alkaline) ଯୁକ୍ତ ରଖୁଛନ୍ତି । ସେ ସକାଳୁ ହଳଦୀ, ଗୋଲ ମରିଚ ଓ ଅଦା ପକେଇ ଚାହା ପିଅନ୍ତି ।

କରିନା କପୁର

google

ଅଭିନେତ୍ରୀ କରିନା କପୂର ପାଳକ ଓ କ୍ଷୀରର ସୁପ୍ ପିଅନ୍ତି । ସେଥିରେ ବହୁତ ପ୍ରକାରର ପ୍ରୋଟିନ୍ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି । ସାଥିରେ ସେ କ୍ୟାଲସିୟମ, ମ୍ୟାଗ୍ନେସିୟମ୍, ଫୋଲେଟ ଭଳି ଅନେକ ତତ୍ୱ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

ଅକ୍ଷୟ କୁମାର

ବଲିଉଡ଼ର ସବୁଠାରୁ ଫିଟ୍ ଅଭିନେତାଙ୍କରୁ ଜଣେ ଅକ୍ଷୟ କୁମାର ତାଙ୍କ ଇଂସ୍ଟଗ୍ରାମ୍ ପୋଷ୍ଟ କରି କହିଛନ୍ତି କି ସେ କେବଳ ଶାକାହାରୀ ଖାଦ୍ୟ ହିଁ ଖାଆନ୍ତି । ସକାଳ ସମୟରେ ସେ ବେରୀ ଓ ଟଅଷ୍ଟ ସହ ଏବୋକାଡୋ ଲଗାଇ ଖାଆନ୍ତି । ଅକ୍ଷୟ ରାତ୍ର ୬.୩୦ ରୁ ୭.୦୦ ସମୟ ମଧ୍ୟରେ ହିଁ ଖାଦ୍ୟ ଖାଇସାରିଥାନ୍ତି ।

ଶିଳ୍ପା ସେଟ୍ଟୀ

google

ଶିଳ୍ପା ସେଟ୍ଟୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ତାଙ୍କ ଫ୍ୟାନ୍ସମାନେ କିପରି ଫିଟ୍ ରହିବେ ତାହାର ଉପାୟ ଜଣାଇଛନ୍ତି । ଲକଡ଼ାଉନ ସମୟରେ ସେ ଏପରି କିଛି ଉପାୟ ବିଷୟରେ ନିଜ ଇଂସ୍ଟଗ୍ରାମରେ ବୁଝାଇଛନ୍ତି। ଶିଳ୍ପା ତାଙ୍କ ଘରେ ହିଁ ପରିବାକୁ ଉତ୍ପାଦନ କରିଥାନ୍ତି ଓ ଖାଦ୍ୟରେ ତାହାକୁ ହିଁ ବ୍ୟବହାର କରିଥାନ୍ତି ।

ରକୁଲ ପ୍ରୀତ ସିଂ

google

ରକୁଲ ପ୍ରୀତ ସିଂ ନିଜର ନୁଟ୍ରିସନିଷ୍ଟଙ୍କ ସାହାଯ୍ୟ ଦ୍ୱାରା ଏହି ଦିନରେ ସେ ଗୋଲମରିଚ, ହଳଦୀ, ଅଦା, ଡାଲଚିନି, ଲବଙ୍ଗର କାଢା ବନାଇ ଅଧ ଲିଟର ପାଣିରେ ମହୁ ମିଶାଇ ପିଅନ୍ତି । ରକୁଲ ଏହି ଉପାୟକୁ ନିଜର ଇଂସ୍ଟଗ୍ରାମରେ ପୋଷ୍ଟ କରିଛନ୍ତି ।

ସୋନୁ ସୁଦ୍

google

ଲକଡାଉନ ସମୟରେ ସୋନୁ ସୁଦଙ୍କୁ ବହୁତ ଥର ଶ୍ରମିକମାନକୁ ସାହାଯ୍ୟ କରିବା ଆପଣ ମାନେ ଦେଖିଛନ୍ତି । ସେ ନିଜେ ତାଙ୍କୁ ବସ୍ ଓ ଟ୍ରେନରେ ଛାଡିଛନ୍ତି । ଏହି ସମୟରେ ସୋନୁ ସୂଦ୍ ନିଜର ଶରୀର ପ୍ରତି ଖାସ୍ ଧ୍ୟାନ ଦେବା ଜରୁରୀ ଅଟେ । ଇମ୍ୟୁନିଟିକୁ ମଜୁବୁତ କରିବା ପାଇଁ ସୋନୁ ନିଜର ଖାଦ୍ୟରେ Vitamin-C ର ମାତ୍ରା ବଢ଼େଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *