ବଲିଉଡର ହିରୋଇନ୍ ମାନେ ଯେଉଁଭଳି ଦେଖାଯାଆନ୍ତି; ବାସ୍ତବରେ ଦେଖବିଆକୁ ସେହିପରି ନୁହନ୍ତି ! ତାହାର ପ୍ରମାଣ ହେଉଛି ସେମାନଙ୍କ ଏହି ଫୋଟ ! ଆସନ୍ତୁ ଦେଖିବା…

ବଲିଉଡର ହିରୋଇନ୍ ମାନେ ଯେଉଁଭଳି ଦେଖାଯାଆନ୍ତି; ବାସ୍ତବରେ ଦେଖବିଆକୁ ସେହିପରି ନୁହନ୍ତି ! ତାହାର ପ୍ରମାଣ ହେଉଛି ସେମାନଙ୍କ ଏହି ଫୋଟ ! ଆସନ୍ତୁ ଦେଖିବା…

ବୋଧହୁଏ ଆପଣ ଏହା ଲକ୍ଷ୍ୟ କରିଥିବେ ଯେ ବଲିଉଡ ଅଭିନେତ୍ରୀମାନଙ୍କର ଯେଉଁ ଫୋଟ ଆମେ ଦେଖୁ କିମ୍ବା ଯେତେବେଳେ ସେମାନଙ୍କୁ ଫିଲ୍ମରେ ଦେଖିଥାଉ ସେମାନଙ୍କ ମୁହଁରେ ବହୁତ ମେକଅପ୍ ଥାଏ । ଏହି ସୁନ୍ଦର ବଲିଉଡ୍ ଅଭିନେତ୍ରୀମାନଙ୍କୁ ଦେଖି ଆପଣଙ୍କ ମନରେ ମଧ୍ୟ ନିଶ୍ଚୟ ପ୍ରଶ୍ନ ଉଠୁଥିବ ଯେ ସେମାନେ ବିନା ମେକଅପରେ କିପରି ଦେଖାଯିବେ ? ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଟପ୍ ଅଭିନେତ୍ରୀମାନଙ୍କ ବିନା ମେକଅପ୍ ଲୁକ୍ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଦେଖିବା ଆମ ଅଭିନେତ୍ରୀମାନେ ପ୍ରକୃତରେ କେତେ ସୁନ୍ଦର ?

ଐଶ୍ୱର୍ଯ୍ୟା ରାୟ

ଯଦି ସୌନ୍ଦର୍ଯ୍ୟକୁ ନେଇ କଥା ଉଠେ ତେବେ ସର୍ଵପ୍ରଥମ ନାମ ଆସିଥାଏ ଐଶ୍ୱର୍ଯ୍ୟା ରାୟଙ୍କର । ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ଏବେ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ଗଣନା କରାଯାଏ । କିନ୍ତୁ ସେ ବିନା ମେକଅପ୍ ବିନା କିପରି ଦେଖାଯାନ୍ତି ଆପଣ ତାଙ୍କର ଫୋଟଗୁଡିକରେ ଦେଖିପାରିବେ । ଐଶ୍ୱର୍ଯ୍ୟାଙ୍କ ଆଖି ବାସ୍ତବରେ ମଧ୍ୟ ସେତିକି ସୁନ୍ଦର ଯେତିକି ପରଦାରେ ଦେଖାଯାଏ ।

ଆଲିଆ ଭଟ୍ଟ

ବଲିଉଡର ସବୁଠାରୁ କ୍ୟୁଟ୍ ଅଭିନେତ୍ରୀ ଆଲିଆ ଭଟ୍ଟ ପରଦାରେ ତ ଖୁବ୍ ସୁନ୍ଦର ଦେଖାଯା’ନ୍ତି କିନ୍ତୁ ବାସ୍ତବରେ ମେକଅପ୍ ବିନା ତାଙ୍କ ସୌନ୍ଦର୍ଯ୍ୟ ଟିକେ ଅସମ୍ପୂର୍ଣ୍ଣ ଲାଗେ । ସୂଚନାଯୋଗ୍ୟ ଯେ ଆଲିଆ ବଲିଉଡକୁ ଆସିବା ପୂର୍ବରୁ ବହୁତ ମୋଟା ଥିଲେ ।

କ୍ୟାଟ୍ରିନା କୈଫ୍

କ୍ୟାଟ୍ରିନା କୈଫଙ୍କୁ ବଲିଉଡର ଗ୍ଲାମର୍ ଗାର୍ଲ ବୋଲି କୁହାଯାଏ । ତାଙ୍କ ସୁନ୍ଦର ହସ ଏବଂ ନିରୀହ ଚେହେରା ଯିଏ ଦେଖେ ସେ ଦୀୱାନା ହୋଇଯାଏ । ବିନା ମେକଅପରେ ମଧ୍ୟ କ୍ୟାଟ୍ରିନା ବହୁତ ସୁନ୍ଦର ଦେଖାଯା’ନ୍ତି । ସେ ଏପରି ଜଣେ ବଲିଉଡ ଅଭିନେତ୍ରୀ ଯିଏକି ବିନା ମେକଅପରେ ମଧ୍ୟ ଖୁବ୍ ସୁନ୍ଦର ଦେଖାଯାନ୍ତି । କିନ୍ତୁ ମେକଅପରେ ତାଙ୍କ ଓଠ ଯେପରି ଦେଖାଯାଏ ତାଙ୍କ ଓଠ ପ୍ରକୃତରେ ସେପରି ନୁହେଁ ବାସ୍ତବରେ ତାଙ୍କ ଓଠ ବହୁତ ପତଳା ।

ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା ନିଜର ବୋଲ୍ଡ ଲୁକ୍ ପାଇଁ ପ୍ରସିଦ୍ଧ । ଅବଶ୍ୟ ପ୍ଲାଷ୍ଟିକ୍ ସର୍ଜରୀ ପରେ ତାଙ୍କ ଓଠକୁ ନେଇ ବହୁତ ପରିହାସ କରାଯାଇଛି । କିନ୍ତୁ ସେ ପ୍ରକୃତରେ ମଧ୍ୟ ବହୁତ ସୁନ୍ଦର ଏବଂ ବିନା ମେକଅପରେ ବି ସେ ଖୁବ୍ ସୁନ୍ଦର ଲାଗନ୍ତି ।

ଶ୍ରଦ୍ଧା କପୁର୍

ସୁନ୍ଦର ଚେହେରା, ଚକଚକିଆ କେଶ ଏବଂ ଆଖି ସବୁ ନକଲି ଅଟେ ଶ୍ରଦ୍ଧା କପୁରଙ୍କର । ମେକଅପ୍ ବିନା ଶ୍ରଦ୍ଧା ଟିକିଏ କମ୍ ସୁନ୍ଦର ଦେଖାଯା’ନ୍ତି । କିନ୍ତୁ ତାଙ୍କର ବ୍ୟକ୍ତିତ୍ୱ ଏପରି ଯେ ଲୋକମାନେ ଆପେ ତାଙ୍କ ଆଡକୁ ଆକର୍ଷିତ ହୋଇଯାନ୍ତି । ଅନ୍ୟ ହିରୋଇନମାନଙ୍କ ପରି ଶ୍ରଦ୍ଧା ମଧ୍ୟ ବହୁତ ସୁନ୍ଦର ଅଟନ୍ତି ।

ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରାଙ୍କ ଲୁକ୍ ଫ୍ୟାନମାନଙ୍କୁ ପାଗଳ କରିଦିଏ । ବୋଧହୁଏ ଏହା ତାଙ୍କ ‘ମେକଅପ୍ ଟିମ୍’ର କମାଲ୍ । ଶ୍ୟାମଳ ରଙ୍ଗର ହୋଇଥିବା ସତ୍ୱେ ପ୍ରିୟଙ୍କା ତୋଫା ଗୋରା ଦେଖାଯା’ନ୍ତି । ତେବେ ସେ ବଲିଉଡରୁ ହଲିଉଡକୁ ଗଲାପରେ ତାଙ୍କ ସୌନ୍ଦର୍ଯ୍ୟରେ ଅନେକ ପରିବର୍ତ୍ତନ ଆସିଛି ।

କରୀନା କପୁର୍

ବଲିଉଡର ଟପ୍ ଅଭିନେତ୍ରୀ କରୀନା ତାଙ୍କ ବିନା ମେକଅପ୍ ଫୋଟ ଗୁଡିକରେ ବହୁତ ଦୁଃଖୀ ଦେଖାଯା’ନ୍ତି ।

ଦୀପିକା ପାଦୁକୋନ୍

ଦୀପିକା ବୋଧହୁଏ ବଲିଉଡର ପ୍ରଥମ ହିରୋଇନ୍ ଯିଏ ବିନା ମେକଅପ୍ ସତ୍ତ୍ୱେ କ୍ୟାମେରାରେ ମୁହଁ ଲୁଚାନ୍ତି ନାହିଁ । ତାଙ୍କର ଫୋଟରେ ଆପଣ ମେକଅପର ପ୍ରଭାବକୁ ସ୍ପଷ୍ଟ ଭାବରେ ଦେଖିପାରିବେ । ତେବେ ଦୀପିକା ଜଣେ ଭଲ ଅଭିନେତ୍ରୀ ଏବଂ ତାଙ୍କର ପ୍ରକୃତ ସୌନ୍ଦର୍ଯ୍ୟ ଫୋଟରେ ଦେଖାଯାଏ ନାହିଁ ।

Leave a Reply

Your email address will not be published. Required fields are marked *