ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ଉପରେ ବଲିଉଡ଼ ଅଭିନେତ୍ରୀ ମହିମା ଚୌଧୁରୀ ଲଗାଇଛନ୍ତି ଗମ୍ଭୀର ଅଭିଯୋଗ । କହିଛନ୍ତି – ସୁଭାଷ ଘାଇ ମୋତେ….

ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ଉପରେ ବଲିଉଡ଼ ଅଭିନେତ୍ରୀ ମହିମା ଚୌଧୁରୀ ଲଗାଇଛନ୍ତି ଗମ୍ଭୀର ଅଭିଯୋଗ । କହିଛନ୍ତି – ସୁଭାଷ ଘାଇ ମୋତେ….

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ଼ ଇଣ୍ଡଷ୍ଟ୍ରି ବର୍ତ୍ତମାନ ଇନସାଇଡର ଓ ଆଉଟସାଇଡ଼ର ଉଭୟ ଦୁଇଟି ପକ୍ଷରେ ବାଣ୍ଟି ହୋଇଯାଇଛନ୍ତି । ପ୍ରତିଦିନ ଏଠାରେ ନୂଆଁ ନୂଆଁ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳୁଛି । ଏହି କ୍ରମରେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୁଭାଷ ଘାଇଙ୍କ ବିଷୟରେ ମଧ୍ୟ ଅନେକ ରହସ୍ୟମୟ ଅଭିଯୋଗ କରିଛନ୍ତି ବଲିଉଡ଼ ଅଭିନତ୍ରୀ ମହିମା ଚୌଧୁରୀ । ସୁଭାଷ ଘାଇ ନିଜ ସମୟର ସବୁଠାରୁ ସଫଳ ଚଳଚ୍ଚିତ୍ର ନିର୍ଦ୍ଦେଶକ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ବଲିଉଡ଼ ଅଭିନେତ୍ରୀ ମହିମା ଚୌଧୁରୀଙ୍କୁ ସେ ହିଁ ଲଞ୍ଚ କରିଥିଲେ ।

newstrend

୧୯୯୭ ମସିହାରେ ‘ପରଦେଶ’ ଚଳଚ୍ଚିତ୍ରରୁ ମହିମା ଚୌଧୁରୀ ଶାହରୁଖ ଖାନଙ୍କ ସହିତ ବଲିଉଡ଼ରେ ଡେବ୍ୟୁ କରିଥିଲେ । ବର୍ତ୍ତମାନ ମହିମା ଚୌଧୁରୀ ସୁଭାଷ ଘାଇଙ୍କ ଉପରେ ଏକ ବଡ଼ ଅଭିଯୋଗ କରିଛନ୍ତି । ସେ ସୁଭାଷ ଘାଇ ଉପରେ ତାଙ୍କୁ ଧମକ୍ ଦେଇଥିବା ଅଭିଯୋଗ ଲଗାଇଥିଲେ ଏହା ସହିତ ଏହା ମଧ୍ୟ କହିଛନ୍ତି ଯେ ସୁଭାଷ ଘାଇ ଅନ୍ୟ ପ୍ରଯୋଜକ ଓ ନିର୍ଦେଶକଙ୍କୁ ମେସେଜ୍ କରି ତାଙ୍କୁ ନିଜ ଚଳଚ୍ଚିତ୍ରରେ କାଷ୍ଟ ନକରିବା ପାଇଁ କହିଥିଲେ ।

କଣ କହିଲେ ମହିମା ଚୌଧୁରୀ ?

newstrend

ମହିମା ଚୌଧୁରୀ ଏହା ଉପରୁ ପରଦା ଉଠାଇଛନ୍ତି ଯେ କିପରି ଭାବରେ କୌଣସି ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କ ସହିତ କାମ ନକରିବା ପାଇଁ ତାଙ୍କୁ ସୁଭାଷ ଘାଇ ଧମକ୍ ଦେଇଥିଲେ । ମହିମା ଚୌଧୁରୀ କହିଛନ୍ତି ଯେ ସୁଭାଷ ଘାଇ ୧୯୯୮ କିମ୍ବା ୧୯୯୯ ମସିହାରେ ତାଙ୍କ ଫଟୋ ସହିତ ଏକ ବିଜ୍ଞାପନ ଟ୍ରେଡ୍ ଗାଇଡ୍ ପତ୍ରିକା ଦେଇଥିଲେ । ସେ ଏଥିରେ ଲେଖିଥିଲେ ଯେ ମହିମା ଚୌଧୁରୀଙ୍କ ସହିତ ଯିଏ ମଧ୍ୟ କାମ କରିବା ପାଇଁ ଚାହେଁ ଏଥିପାଇଁ ତାଙ୍କୁ ସୁଭାଷ ଘାଇଙ୍କ ସହ ସମ୍ପର୍କ କରିବାକୁ ପଡ଼ିବ ।

newstrend

ଏହି ବିଜ୍ଞାପନରେ ସୁଭାଷ ଘାଇଙ୍କ ତରଫରୁ ଏହି ଦାବି କରାଯାଇଥିଲା ଯେ ମହିମା ଚୌଧୁରୀ ତାଙ୍କ ସହିତ ଏକ କଣ୍ଟ୍ରାକ୍ଟ ସାଇନ୍ କରିଛନ୍ତି । ଏହି କାରଣରୁ ତାଙ୍କର ବିନା ଅନୁମତିରେ ସେ ଅନ୍ୟ କୌଣସି ପ୍ରଯୋଜକ କିମ୍ବା ନିର୍ଦ୍ଦେଶକଙ୍କ ସହିତ କାମ କରି ପାରିବେ ନାହିଁ । ଯଦିଓ, ମହିମା ଚୌଧୁରୀ ଏହା ବିଷୟରେ କହିଛନ୍ତି ଯେ ସେ କେବେ ମଧ୍ୟ ସୁଭାଷ ଘାଇଙ୍କ ସହିତ ଏହିପରି ଭାବରେ କୌଣସି କଣ୍ଟ୍ରାକ୍ଟ ସାଇନ୍ କରିନାହାଁନ୍ତି ।

ଏହି ଚାରିଜଣଙ୍କ ଠାରୁ ମିଳିଥିଲା ସାହାଯ୍ୟ

newstrend

ମହିମା ଚୌଧୁରୀ କହିଛନ୍ତି ଯେ ତାଙ୍କ ସାହାଯ୍ୟ ସଲମାନ ଖାନ୍, ଡେଭିଡ୍ ଧବନ୍, ସଞ୍ଜୟ ଦତ୍ତ ଓ ରାଜକୁମାର ସନ୍ତୋଷୀ କରିଥିଲେ । ଡେଭିଡ୍ ଧବନ୍ ତାଙ୍କୁ ଫୋନ କରି କହିଥିଲେ ଯେ ତାଙ୍କୁ ଭୟ କରିବା ଦରକାର ନାହିଁ । ମହିମା ଚୌଧୁରୀ ଏହା ମଧ୍ୟ କହିଛନ୍ତି ଯେ ସେହି ସମୟରେ ବଲିଉଡ଼ରୁ ଏହି ଚାରିଜଣ ଲୋକଙ୍କ ବ୍ୟତୀତ ଆଉ କେହି ମଧ୍ୟ ତାଙ୍କୁ ଫୋନ କରିନଥିଲେ ।

newstrend

ରାମଗୋପାଳ ବର୍ମା ୧୯୯୮ ମସିହାରେ ସୁପରହିଟ୍ ଚଳଚ୍ଚିତ୍ର ସତ୍ୟା କରୁଥିଲେ । ଏହି ଚଳଚ୍ଚିତ୍ରରେ ମହିମା ଚୌଧୁରୀଙ୍କୁ ନିଆଯାଇଥିଲା । ମହିମା ଚୌଧୁରୀ କହିଛନ୍ତି ଯେ ରାମଗୋପାଳ ବର୍ମା ତାଙ୍କୁ ନପଚାରି କିମ୍ବା କୌଣସି ସୂଚନା ନଦେଇ ଉର୍ମିଳା ମାତୋଣ୍ଡକରଙ୍କୁ ତାଙ୍କ ବଦଳରେ ସେହି ଚଳଚ୍ଚିତ୍ରରେ ନେଇଗଲେ । ଏହାର ସୂଚନା ମହିମା ଚୌଧୁରୀ ସେତେବେଳେ ପାଇଲେ ଯେତେବେଳେ ମିଡ଼ିଆରେ ଫିଲ୍ମର ଶୁଟିଂ ଆରମ୍ଭ ହେବାର ଖବର ଆସିବାକୁ ଲାଗିଲା ।

ପୂର୍ବରୁ ମଧ୍ୟ ଲାଗିଥିଲା ଅଭିଯୋଗ

newstrend

ଏହା ପ୍ରଥମ ଥର ପାଇଁ ନୁହେଁ ଯେତେବେଳେ ସୁଭାଷ ଘାଇଙ୍କ ଉପରେ ଏପରି ଆରୋପ ଲାଗିଛି । ଏକ ଇଜରାଇଲୀ ମଡେଲ୍ ରୀନା ଗୋଲନ ମଧ୍ୟ ନିଜ ପୁସ୍ତକରେ ସୁଭାଷ ଘାଇଙ୍କ ଉପରେ ଏହା ମଧ୍ୟ ଅଭିଯୋଗ ଲଗାଇଛନ୍ତି ଯେ ସେ ତାଙ୍କୁ ବାଧ୍ୟ କରି ବେଡ୍ ରୁମ୍ ଭିତରକୁ ନେଇ ଯିବାକୁ ଚାହୁଁଥିଲେ । ଏତିକିନୁହେଁ ମଡେଲ୍ ଓ ଅଭିନେତ୍ରୀ କେଟ୍ ଶର୍ମା ମଧ୍ୟ ୨୦୧୮ ମସିହାରେ ସୁଭାଷ ଘାଇ ଉପରେ ତାଙ୍କୁ ବାଧ୍ୟ କରି ଚୁମ୍ବନ ଦେବା ଓ ଆଲିଙ୍ଗନ କରିବା ପାଇଁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ କରିଥିଲେ । ସେହିପରି ମୁମ୍ବାଇ ପୋଲିସ୍ ନିଜ ଯାଞ୍ଚରେ ପରେ ସୁଭାଷ ଘାଇଙ୍କୁ ନିର୍ଦୋଷ ବୋଲି ସାବ୍ୟସ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *