ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ବଲିଉଡ ଏହି ଅଭିନେତ୍ରୀ ! ଭିଡ଼ିଓ ସେୟାର୍ କରି ଜଣାଇଛନ୍ତି ଏହି ଖୁସି ଖବର…

ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ବଲିଉଡ ଏହି ଅଭିନେତ୍ରୀ ! ଭିଡ଼ିଓ ସେୟାର୍ କରି ଜଣାଇଛନ୍ତି ଏହି ଖୁସି ଖବର…

ବଲିଉଡ ଅଭିନେତ୍ରୀ ଲୀଜା ହେଡନ୍ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ବିବାହ କହିବାକୁ ଗଲେ ସେ ଯେପରି ଫିଲ୍ମ ଇଣ୍ଡୋଷ୍ଟ୍ରିରୁ ଦୂରେଇ ଯାଇଛନ୍ତି । ସେ ନିଜ ସ୍ୱାମୀ ଏବଂ ପିଲାଙ୍କ ସହିତ ଲାଇଫକୁ ଉପଭୋଗ କରୁଛନ୍ତି । ଏସବୁ ମଧ୍ୟରେ ଲୀଜା ନିଜ ଫ୍ୟାନମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି । ବାସ୍ତବରେ ସେ ତୃତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି । ଲୀଜା ସୋସିଆଲ୍ ମିଡିଆରେ ଭିଡ଼ିଓ ସେୟାର୍ କରି ଏହି ସମ୍ବନ୍ଧରେ ସୂଚନା ଦେଇଛନ୍ତି ।

ଲୀଜା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର୍ କରି ସେଥିରେ କହିଛନ୍ତି ଯେ ଜୁନ୍ର ମାସରେ ସେ ଏକ ସନ୍ତାନକୁ ଜନ୍ମ ଦେବେ । ଲିଜାଙ୍କର ପୂର୍ବରୁ ଆହୁରି ଦୁଇଜଣ ସନ୍ତାନ ଅଛନ୍ତି । ତେବେ ସେ ଆଳସ କାରଣରୁ ନିଜ ପ୍ରେଗନେନ୍ସିର ଖବର କାହାକୁ ଦେଇ ପାରିନଥିଲେ । ଏହାପରେ ତାଙ୍କ ପୁଅ ଜୈକ ଭିଡ଼ିଓରେ ପୁଅ ଆସି ଯାଆନ୍ତି । ଲିଜା ତାଙ୍କ ପୁଅ ଜୈକଙ୍କୁ ପଚାରନ୍ତି ଯେ ଜୈକ କଣ ତୁମେ କହିପାରିବ କି ମମ୍ମିଙ୍କ ଟମିରେ କଣ ଅଛି ? ଏଥିରେ ତାଙ୍କ ପୁଅ କହନ୍ତି ବେବି ସିଷ୍ଟର୍ । ଲିଜା ଭିଡ଼ିଓରେ ନିଜ ଖୁସିକୁ ବ୍ୟକ୍ତ କରନ୍ତି ।

ଏହି ଭିଡ଼ିଓ କୁ ସେୟାର୍ କରି ଲିଜା କ୍ୟାପ୍ସସନରେ ଲେଖିଛନ୍ତି ଯେ, ‘3 ଜୁନରେ ଆସୁଛି’ ତାଙ୍କର ଏହି ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରଲ୍ ହେବାରେ ଲାଗିଛି । ତାସହିତ ଫ୍ୟାନମାନେ ମଧ୍ୟ ତାଙ୍କୁ କମେଣ୍ଟ ଜରିଆରେ ଅଭିନନ୍ଦନ ଜଣାଉଛନ୍ତି ।

ଏହାପୂର୍ବରୁ ଗତବର୍ଷ ଫେବୃୟାରୀରେ ଲିଜା ଦ୍ୱିତୀୟ ଥର ପାଇଁ ମା’ ହୋଇଥିଲେ । ସେ ଏହି ସମ୍ବନ୍ଧରେ ସୋସିଆଲ୍ ମିଡିଆରେ ସୂଚନା ମଧ୍ୟ ଦେଇଥିଲେ । ଲିଜା ନିଜର ଦୁଇ ପିଲାଙ୍କ ଫୋଟ ସେୟାର୍ କରିବା ସହିତ ଏକ ଭାବୁକ ମେସେଜ୍ ଲେଖିଥିଲେ । ସେ ଲେଖିଥିଲେ ଯେ, “ଏହି ଛୋଟ ଆଶୀର୍ବାଦ ମୋ ମନକୁ ଏତେ ଛୁଇଁ ଯାଇଛି ଯାହାକି ପୂର୍ବରୁ କେବେବି ହୋଇନଥିଲା । ତୁମ ଦୁହିଁଙ୍କୁ ଦେଖି ମୋ ପାଖରେ କିଛି ଶବ୍ଦ ନାହିଁ । ସର୍ବଦା ତୁମ ଦୁହିଁଙ୍କୁ ଦେଖିବା ମୋର ଅଧିକ ପସନ୍ଦ ଏବଂ ମୋତେ ବିଶ୍ୱାସ ହେଉନାହିଁ ଯେ ମୁଁ ତୁମ ଦୁଇ ଜଣଙ୍କର ମା’ ବୋଲି । ଲିୟୋ ଏବଂ ଜୈକ । “ଲୀଜା ୨୦୧୬ ମସିହାରେ ଡିନୋ ଲଲୱାନିଙ୍କୁ ବିବାହ କରିଥିଲେ” ।

Leave a Reply

Your email address will not be published. Required fields are marked *