ବଲିଉଡ ଜଗତର ଅଭିନେତ୍ରୀ Fatimaଙ୍କ ବଡ ଖୁଲସା : କାମ ଦେବାର ପ୍ରଲୋଭନରେ ଅଶ୍ଲିଷ୍ଟ କାମ କରିବାକୁ ବାଧ୍ୟ କରାଯାଉଥିଲା !

ବଲିଉଡ ଜଗତର ଅଭିନେତ୍ରୀ Fatimaଙ୍କ ବଡ ଖୁଲସା : କାମ ଦେବାର ପ୍ରଲୋଭନରେ ଅଶ୍ଲିଷ୍ଟ କାମ କରିବାକୁ ବାଧ୍ୟ କରାଯାଉଥିଲା !

ଆଜିର ଦୁନିଆଁ ସୋସିଆଲ୍ ମିଡ଼ିଆର ହୋଇଯାଇଛି । କିଛି ଲୋକ ଏହି ସୋସିଆଲ୍ ମିଡ଼ିଆ ସହ ଜଡିତ ହୋଇ ନିଜକୁ ଏକ ଭିନ୍ନ ମାର୍ଗ ଦେଉଥିବାବେଳେ ଆଉ କିଛି ଲୋକ ଏହାଠାରୁ ଦୂରତା ଅବଲମ୍ବନ କରିବାକୁ ଠିକ୍ ବୋଲି ଭାବିଥାନ୍ତି । ବଲିଉଡ କଳାକାରଙ୍କ ବିଷୟରେ କହିବାକୁ ଗଲେ ସୋସିଆଲ୍ ମିଡିଆରେ ବଲିଉଡ କଳାକାରମାନେ ନିଜ ସହ ଜଡିତ ପ୍ରତ୍ୟେକ ଜିନିଷ ବିଷୟରେ ସୂଚନା ସେୟାର୍ କରିଥାନ୍ତି । ଅନ୍ୟପକ୍ଷରେ ଆଉ କିଛି କଳକର ଏହାଠାରୁ ସମୟ ସମୟରେ ଦୂରେଇ ଯାଉଛନ୍ତି । ନିକଟରେ ଅଭିନେତ୍ରୀ ଫତିମା ସନା ଶେଖଙ୍କର ନାମ ମଧ୍ୟ ଏହି ତାଲିକାରେ ଜଡିତ ହୋଇଛି ।

କହିରଖୁଛୁ ଯେ, ନିକଟରେ ଫତିମା ସନା ଶେଖ କିଛି ସମୟ ପାଇଁ ସୋସିଆଲ୍ ମିଡ଼ିଆ ଠାରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଭିନେତ୍ରୀଙ୍କର ଏହି ନିଷ୍ପତ୍ତି ଯୋଗୁଁ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି ଏବଂ ଆଉ କିଛି ପ୍ରଶଂସକ ତାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି । କାରଣ ସମସ୍ତଙ୍କୁ ନିଜ ଜୀବନରେ ପୂର୍ଣ୍ଣ ସ୍ୱତନ୍ତ୍ରତାର ଅଧିକାର ରହିଛି । ତେବେ ପ୍ରଶଂସକ ତ ପ୍ରଶଂସକ ହୋଇଥାନ୍ତି, କେତେ ଜଣ ପ୍ରଶଂସକ ଫତିମା ସନା ଶେଖଙ୍କର ଏହି ନିଷ୍ପତ୍ତି ଯୋଗୁଁ ଚୁପ୍ ମଧ୍ୟ ଅଛନ୍ତି । ଏହି ସମୟ ମଧ୍ୟରେ ପ୍ରଶଂସକମାନେ ମଧ୍ୟ ଫତିମା ସନା ଶେଖଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଉତ୍ସୁକ ଅଛନ୍ତି । ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଅଭିନେତ୍ରୀଙ୍କ ସହ ଜଡିତ ଏଭଳି ଏକ କଥା ବିଷୟରେ କହିବାକୁ ଯାଉଛୁ, ଯେତେବେଳେ ଏକ ପୁଅ ସହ ତାଙ୍କର ଝଗଡା ହୋଇ ଯାଇଥିଲା ଏବଂ ଫତିମା ସେହି ପୁଅକୁ ‘ଜୋର୍-ସୋର୍’ରେ ଚାପୁଡ଼ା ମାରିଥିଲେ ।

ଫତିମା ସନା ଶେଖ୍ ନିକଟରେ ଏକ ସାକ୍ଷାତକାର କହିଛନ୍ତି । ଏହି ସାକ୍ଷାତକାରରେ ସେ ଅନେକ କଥା ସେୟାର୍ କରିଛନ୍ତି । ଏହି ସମୟ ମଧ୍ୟରେ ସେ ଏକ କଥା ବିଷୟରେ ବର୍ଣ୍ଣନା କରି କହିଛନ୍ତି କି, ଜିମ୍ ସରିବା ପରେ ସେ ରାସ୍ତାରେ ଯାଉଥିଲେ, ସେହି ସମୟରେ ଗୋଟିଏ ପୁଅ ଆସି ତାଙ୍କୁ ବାରମ୍ବାର ଅନାଉଥିଲା, ସେତେବେଳେ ସେ ସେହି ପୁଅକୁ କହିଲେ କି କାହିଁକି ଅନାଉଛ, ସେହି ପୁଅ ତାଙ୍କୁ ଉତ୍ତର ଦେଲା କି ତାର ଇଚ୍ଛା, ଫତିମା ତାଙ୍କୁ କହିଲେ ମାଡ଼ ଖାଇବାର ଅଛି, ସେ ପୁଅ କହିଲା ହଁ ମାର ।

ଫତିମା ସନା ଶେଖ୍ ଆଗକୁ କହିଛନ୍ତି କି, ତାପରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଗଲା ଏବଂ ଝଗଡ଼ା ବଢିବାରୁ ଫତିମା ତାକୁ ଏକ ଚାପୁଡ଼ା ମାରିଦେଲେ । ତାପରେ ସେହି ପୁଅ ଅଭିନେତ୍ରୀଙ୍କୁ ଠେଲିଦେଲା । ଫତିମା କହିଛନ୍ତି କି ସେ ଚାପୁଡ଼ା ମାରିବା ମାତ୍ରେ ସେହି ପୁଅ ତାଙ୍କୁ ଆଗକୁ ଠେଲିଦେଲା ଏବଂ ସେ ତଳେ ପଡିଗଲେ । ଏହାପରେ ସେ ତୁରନ୍ତ ତାଙ୍କ ପିତାଙ୍କୁ ଫୋନ୍ କରିଥିଲେ ଏବଂ ଏହି ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ । ତାଙ୍କ ପିତା ଦୁଇ ଚାରିଜଣ ଲୋକଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ କିନ୍ତୁ ସେ ପୁଅ ସେଠାରୁ ପଳେଇଥିଲା । ତାଙ୍କ ପିତା, ତାଙ୍କ ଭାଇ ଏବଂ ତାଙ୍କ ବନ୍ଧୁ ମାନଙ୍କ ସହ ଛିଡା ହୋଇ ପାଟି କରୁଥିଲେ କି କିଏ ସେହି ପିଲା ଯିଏ ମୋ ଝିଅ ଦେହରେ ହାତ ଲଗାଇଛି ।

କାଷ୍ଟିଂ କାଉଚର୍ ମଧ୍ୟ ଶିକାର ହୋଇଛନ୍ତି ଫତିମା:-

ସୂଚନାଯୋଗ୍ୟ ଯେ, ଫତିମା ସନା ଶେଖ୍ ମୁଖ୍ୟ କଳାକାର ଭାବରେ ଅମୀର୍ ଖାନଙ୍କର ସୁପରହିଟ୍ ଚଳଚ୍ଚିତ୍ର “ଦଙ୍ଗଲ୍” ଦ୍ୱାରା ବଲିଉଡ ଜଗତରେ ପାଦ ରଖିଥିଲେ । ଏହାପୂର୍ବରୁ ସେ ବଲିଉଡରେ ଶିଶୁ କଳାକାର ଭାବରେ ମଧ୍ୟ କାମ କରିଛନ୍ତି । ନିଜ ସାକ୍ଷାତକାରରେ ଫତିମା କାଷ୍ଟିଂ କାଉଚ୍ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତି କି, ସେ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି । ତାଙ୍କ ସହ ଏଭଳି ଅନେକଥର ହୋଇଛି, ଯେତେବେଳେ ତାଙ୍କୁ କୁହାଯାଇଥିଲା କି ଯଦି କାମ ଦରକାର ତେବେ ସେକ୍ସ କରିବାକୁ ପଡିବ । ଅନ୍ୟପକ୍ଷରେ ଆଉ କେତେକ ଥର ତାଙ୍କ ପ୍ରୋଜେକ୍ଟ ମଧ୍ୟ ଅନ୍ୟମାନଙ୍କ ପାଖକୁ ପହଞ୍ଚି ଯାଇଛି, କାରଣ ସେମାନଙ୍କ ନିକଟରେ ଅନ୍ୟ ପ୍ରସଙ୍ଗ ଥିଲା ।

Leave a Reply

Your email address will not be published. Required fields are marked *