ଶ୍ୱଶୁର ମୁଲାୟମ୍ ସିଂହଙ୍କ ଠାରୁ ଅଧିକ ଗୁଣା ପଇସା ରୋଜଗାର କରୁଛନ୍ତି ତାଙ୍କ ବୋହୂ ଡିମ୍ପଲ ୟାଦବ  !  ଜାଣନ୍ତୁ କେତେ ସମ୍ପତ୍ତି ଅଛି ତାଙ୍କ ପାଖରେ…

ଶ୍ୱଶୁର ମୁଲାୟମ୍ ସିଂହଙ୍କ ଠାରୁ ଅଧିକ ଗୁଣା ପଇସା ରୋଜଗାର କରୁଛନ୍ତି ତାଙ୍କ ବୋହୂ ଡିମ୍ପଲ ୟାଦବ ! ଜାଣନ୍ତୁ କେତେ ସମ୍ପତ୍ତି ଅଛି ତାଙ୍କ ପାଖରେ…

ପ୍ରାୟ ସମସ୍ତେ ଜାଣିଛନ୍ତି ଯେ ନେତା ମାନଙ୍କ ପାଖରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ପୁଣି ଯେ କୌଣସି ପାର୍ଟିର ନେତା ହୁଅନ୍ତୁ ନା କାହିଁକି । ସମାଜବାଦୀ ପାର୍ଟିରେ ମଧ୍ୟ ଏକ ଏକ ପରିବାରର ଅନେକ ଲୋକ ଏବଂ ସେମାନେ ମଧ୍ୟ ଏହି ଲିଷ୍ଟରେ ଗଣା ଯାଆନ୍ତି । ବାସ୍ତବରେ ଡିମ୍ପଲ୍ ଯାଦବ ଅଖିଲେସ୍ ଯାଦବଙ୍କ ପତ୍ନୀ ଅଟନ୍ତି ଏବଂ ମୁଲାୟମ୍ ସିଂହ ଯାଦବଙ୍କ ବୋହୂ ଅଟନ୍ତି । ଡିମ୍ପଲ୍ ମଧ୍ୟ ନିଜ ସ୍ୱାମୀ ଏବଂ ଶ୍ୱଶୁରଙ୍କ ଭଳି ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଲୋକସଭାର ସାଂସଦ ମଧ୍ୟ ରହି ସାରିଛନ୍ତି । ବାସ୍ତବରେ ଡିମ୍ପଲ୍ ଯାଦବଙ୍କ ସମ୍ପତ୍ତି ବିଷୟରେ କହିବାକୁ ଗଲେ ସେ ନିଜ ଶ୍ୱଶୁର ମୁଲାୟମ୍ ସିଂହ ଯାଦବଙ୍କ ଠାରୁ ଦୁଇ ଗୁଣା ଧୋନୀ ଅଟନ୍ତି । ଯଦି ଆମେ ମୁଲାୟମଙ୍କ ଭାଇ ମାନେ ଶିବପାଳ ଏବଂ ରାମଗୋପାଳ ଯାଦବଙ୍କ ଠାରୁ ମଧ୍ୟ ଡିମ୍ପଲ୍ ଅଧିକ ଧନୀ ଅଟନ୍ତି । ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଯେ ଏମାନଙ୍କ ସମ୍ପତ୍ତି ବିଷୟରେ ।

ଆପଣଙ୍କୁ କହିରଖୁଛୁ ଯେ ମୁଲାୟମ୍ ସିଂହ ଯାଦବ ୨୦୧୯ରେ ହୋଇଥିବା ନିର୍ବାଚନ ଆୟୋଗ କୁ ଦିଆଯାଇଥିବା ନିଜ ଶପଥପତ୍ରରେ ଏହା କହିଥିଲେ ଯେ ତାଙ୍କ ପାଖରେ ପାଖାପାଖି ୨୦ କୋଟି ଟଙ୍କାର ଚଳ ଅଚଳ ସମ୍ପତ୍ତିର ମାଲିକାନା ରହିଛି । ବାସ୍ତବରେ ମୁଲାୟମ୍ ସିଂହ ଯାଦବଙ୍କ ସାନ ଭାଇ ଶିବପାଳ ଯାଦବ ୨୦୧୯ରେ ନିଜର ସର୍ବମୋଟ ସମ୍ପତ୍ତି ୧୦ କୋଟି ଟଙ୍କା ବୋଲି କହିଥିଲେ । ଯାହାକି ମୁଲାୟମ୍ ସିଂହ ଯାଦବଙ୍କ ଠାରୁ ଅଧା ସମ୍ପତ୍ତି ଅଟେ ।

ସେହି କଥା ଯଦି ମୁଲାୟମ୍ ସିଂହ ଯାଦବଙ୍କ ଅନ୍ୟ ଭାଇ ରାମ ଗୋପାଳ ଯାଦବଙ୍କ ବିଷୟରେ କୁହାଯାଏ ତ ସେ ସାଂସଦର ଉଚ୍ଚ ସଦନରେ ସମାଜବାଦୀ ପାର୍ଟିର ନେତୃତ୍ୱ କରି ଆସୁଛନ୍ତି । ପାର୍ଟିରେ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିଛି । ବାସ୍ତବରେ ଗତ ରାଜ୍ୟସଭା ନିର୍ବାଚନରେ ରାମ ଗୋପାଳ ଯାଦବ ନିର୍ବାଚନ ଆୟୋଗକୁ ଯେଉଁ ଶପଥପତ୍ର ଦାଖଲ କରିଥିଲେ ସେହି ଅନୁସାରେ ସେ ପାଖାପାଖି ୧୪ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି । ତାଙ୍କ ସମ୍ପତ୍ତି ମଧ୍ୟ ମୁଲାୟମ୍ ସିଂହ ଯାଦବଙ୍କ ଠାରୁ କମ୍ ଅଟେ ।

ଏବେ ଯଦି ଆମେ ଡିମ୍ପଲ୍ ଯାଦବଙ୍କ ବିଷୟରେ କହିବୁ ତେବେ ସେ ୨୦୧୯ରେ କନୌଜ ଲୋକସଭା “ସିଟ୍”ରେ ନିର୍ବାଚନ ଲଢ଼ି ଥିଲେ କିନ୍ତୁ ଜିତି ନଥିଲେ । ସାଂସଦ ରହି ସାରିଥିବା ଡିମ୍ପଲ୍ ଯାଦବଙ୍କ ପାଖରେ ମଧ୍ୟ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି ।

ଆପଣଙ୍କୁ କହିରଖୁଛୁ ଯେ ନିର୍ବାଚିତ ଶପଥପତ୍ର ଅନୁସାରେ ମାତ୍ର ୪୩ ବର୍ଷ ବୟସରେ ଡିମ୍ପଲ୍ ଯାଦବଙ୍କ ପାଖରେ ପାଖାପାଖି ୩୮ କୋଟି ଟଙ୍କାର ସମ୍ପତ୍ତି ହୋଇଯାଇଛି । ସେ ନିଜ ପରିବାରର ସେହି ସଦସ୍ୟଙ୍କ ଠାରୁ, ଯେଉଁମାନେ ରାଜନୀତିରେ ସକ୍ରିୟ ରହିଛନ୍ତି, ସେମାନଙ୍କ ଠାରୁ ଖୁବ୍ ପ୍ରତିଷ୍ଠିତ ବ୍ୟକ୍ତି ଅଟନ୍ତି । ମୁଲାୟମ୍ ସିଂହ ଯାଦବଙ୍କ ଠାରୁ ଡିମ୍ପଲ୍ ଯାଦବଙ୍କ ସମ୍ପତ୍ତି ପାଖାପାଖି ଦୁଇଗୁଣା ଅଟେ ।

Leave a Reply

Your email address will not be published. Required fields are marked *