ଅର୍ଥାଭାବ, ଦୁର୍ଭାଗ୍ୟ, ଏବଂ ନକରାତ୍ମକ ଶକ୍ତି ଭଳି କୁ-ଦୃଷ୍ଟି ସମସ୍ୟାର ସମାଧାନ କରିଥାଏ କଳାସୂତା !

ଅର୍ଥାଭାବ, ଦୁର୍ଭାଗ୍ୟ, ଏବଂ ନକରାତ୍ମକ ଶକ୍ତି ଭଳି କୁ-ଦୃଷ୍ଟି ସମସ୍ୟାର ସମାଧାନ କରିଥାଏ କଳାସୂତା !

ମଣିଷ ଜୀବନରେ ଅନେକ ପ୍ରକାରର ସମସ୍ୟା ଆସେ ଏହି ସମସ୍ୟାର ସମାଧାନ କରି କରି ମଣିଷ ଥକିଯାଏ । ଏପରି ପରିସ୍ଥିତିରେ ମଣିଷ ବିଶ୍ୱାସ ଏବଂ ଭରସା ସହିତ ଭଗବାନଙ୍କୁ ଆଶା କରିଥାଏ ଏବଂ ଭାବିଥାଏ ଭଗବାନ କିଛି ଏପରି ଚମତ୍କାର କରିବେ ଯାହା ଦ୍ୱାରା ତାଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ଅର୍ଥାଭାବ, ଖରାପ ସ୍ୱାସ୍ଥ୍ୟ, ଦୁର୍ଭାଗ୍ୟ ଏପରି ଅନେକ ସମସ୍ୟା ଆମକୁ ଟେନସନ୍ ଏବଂ ଡିପ୍ରେସନ୍ ଦେଇଥାଏ । ଏସବୁକୁ ଏଡାଇବା ପାଇଁ ଆମେଆଜି ଆପଣଙ୍କୁ ଏକ ବହୁତ ଭଲ ଏବଂ ସରଳ ସମାଧାନ କହିବାକୁ ଯାଉଛୁ । ଆପଣ ଦେଖିଥିବେ ଯେ ପୂଜାରେ କଳା ସୂତା ବ୍ୟବହୃତ ହୋଇଥାଏ । ଯଦି ଆପଣ ଏହି କଳା ସୂତାକୁ ସଠିକ୍ ପଦ୍ଧତି ସ୍ଥାନରେ ବାନ୍ଧନ୍ତି ତେବେ ଆପଣଙ୍କର ଅନେକ ସମସ୍ୟା ସମାଧାନ ହୋଇଯିବ । ଆସନ୍ତୁ ଏହା ବିଷୟରେ ଅଧିକ ବିସ୍ତୃତ ଭାବରେ ଜାଣିବା ।

୧) ଟଙ୍କା ପାଇଁ :

ଯଦି ଆପଣଙ୍କର ଟଙ୍କା ସହିତ ଜଡିତ କୌଣସି ବି ଅସୁବିଧା ଅଛି ଯେପରିକି ଅର୍ଥାଭାବ, ଚାକିରି ନହେବା, ବ୍ୟବସାୟରେ କ୍ଷତି କିମ୍ବା ଅନ୍ୟ କିଛି ତେବେ ଏହି ଉପାୟ ଅବଲମ୍ବନ କରନ୍ତୁ । ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ପାଦରେ ଏକ କଳା ସୂତା ରଖନ୍ତୁ । ତା’ପରେ ଏକ ଘିଅ ଦୀପ ଜାଳି ମା’ ଲଷ୍ମୀଙ୍କୁ ପୂଜା କରନ୍ତୁ । ଏହାପରେ ଏହି କଳା ସୂତାକୁ ହାତରେ ବାନ୍ଧି ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ ।

୨) ଶୁଭଫଳ ପାଇଁ :

ଯଦି ଆପଣ ନିଜ ଦୁର୍ଭାଗ୍ୟ ପାଇଁ ଚିନ୍ତାରେ ଅଛନ୍ତି ଏବଂ ନିଜର ଭାଗ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ଭଗବାନ୍ ଗଣେଶଙ୍କୁ ପୂଜା କରନ୍ତୁ । ପୂଜା ପୂର୍ବରୁ ତାଙ୍କ ପାଦରେ ଏକ କଳା ସୂତା ରଖନ୍ତୁ । ପୂଜା ସରିବା ପରେ ଏହି କଳା ସୂତାକୁ ନିଜର ବାହୁରେ ବାନ୍ଧିଦିଅନ୍ତୁ । ଗଣେଶ ଭଗବାନ ତୁମର ଭାଗ୍ୟକୁ ପରିବର୍ତ୍ତନ କରିବେ ।

୩) ଖରାପ ନଜରରୁ ରକ୍ଷା ପାଇବା ପାଇଁ :

ଯଦି ଆପଣ କୁଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେବେ ଶନିବାର ଦିନ ଗାଧୋଇବା ପରେ ନିଜ ପାଦରେ ଏକ କଳା ସୂତା ବାନ୍ଧିଦିଅନ୍ତୁ । ଏହା ଦ୍ୱାରା କେହି ଆପଣଙ୍କର କ୍ଷତି କରିବାକୁ ସମର୍ଥ ହେବେ ନାହିଁ । ଶତ୍ରୁମାନଙ୍କ ଷଡଯନ୍ତ୍ର ମଧ୍ୟ ବିଫଳ ହେବ ।

୪) ଉତ୍ତମ ଜୀବନସାଥୀ ପାଇଁ :

ଯଦି ଆପଣ ଭଲ ଜୀବନ ସାଥୀ ପାଇବାକୁ ଇଛା କରୁଛନ୍ତି ତେବେ ଟେନସନ୍ ନିଅନ୍ତୁ ନାହିଁ । ସୋମବାର ଦିନ ଶିବଙ୍କୁ ପୂଜା କରି ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ । ଏହାପରେ ଏକ କଳା ସୂତା ନିଅନ୍ତୁ ଏବଂ ସେଥିରେ ୭ଟି ଗଣ୍ଠି ତିଆରି କରନ୍ତୁ । ପ୍ରତ୍ୟେକ ଗଣ୍ଠି ବାନ୍ଧିବାବେଳେ ‘ଓମ୍ ନମଃ ଶିବାୟ’ ଜପ କରନ୍ତୁ । ଏହାପରେ ଏହି ସୂତା ସୂତାକୁ ନିଜ ବେକରେ ପିନ୍ଧନ୍ତୁ । ଆପଣଙ୍କ ସମସ୍ୟା ସମାଧାନ ହୋଇଯିବ ।

୫) ଉତ୍ତମ ସ୍ୱାସ୍ତ୍ୟ ପାଇଁ :

କୌଣସି ରୋଗ କିମ୍ବା ଦୁର୍ଘଟଣାକୁ ଏଡାଇବା ପାଇଁ ଏବଂ ସର୍ବଦା ସୁସ୍ଥ ରହିବାକୁ ଏହି ଉପାୟ ଅବଲମ୍ବନ କରନ୍ତୁ । ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରି ଅଣ୍ଟାରେ ଏକ କଳା ସୂତା ବାନ୍ଧନ୍ତୁ । ଏହା ଆପଣଙ୍କୁ ଖରାପ ସ୍ୱାସ୍ଥ୍ୟ ଏବଂ ଦୁର୍ଘଟଣା ଭଳି ସମସ୍ୟାରୁ ରକ୍ଷା କରିବ । ଆପଣ ସର୍ବଦା ସୁସ୍ଥ ଏବଂ ନିରାପଦ ରହିବେ ।

Leave a Reply

Your email address will not be published. Required fields are marked *