ନୂଆ ସମସ୍ୟା ରୂପରେ ଉଭା ହେଲା “BLACK FUNGUS” ! ରାଜ୍ୟ ସରାକର ବ୍ଲାକ ଫଙ୍ଗସକୁ ମହାମାରୀ ରୂପେ ଘୋଷଣା କଲେ !

ନୂଆ ସମସ୍ୟା ରୂପରେ ଉଭା ହେଲା “BLACK FUNGUS” ! ରାଜ୍ୟ ସରାକର ବ୍ଲାକ ଫଙ୍ଗସକୁ ମହାମାରୀ ରୂପେ ଘୋଷଣା କଲେ !

ରାଜସ୍ଥାନରେ ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିବା ପରେ ବର୍ତ୍ତମାନ ଓଡିଶା ସରକାର ବ୍ଲାକ ପଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବ୍ଲାକ ଫାଙ୍ଗସକୁ ମହାମାରୀ ଘୋଷଣା କରାଯାଇଛି ବୋଲି ସୂଚନା ଦେଇଥିଲେ ଏହା ସହ ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରାଯାଇଛି । ଯଦିର ଓଡିଶାରେ ମହାମାରୀ କରୋନା ଅନ୍ୟ ରାଜ୍ୟ ତୁଳନା ସଂକ୍ରମିତ ହାର କମ ରହିଛି ତଥାପି ଓଡିଶା ପରି ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ କରାଯିବା ପରେ ରାଜ୍ୟ ସରକାର ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ ବାଧ୍ୟ ହେଲେ । ପୂର୍ବରୁ ତେଲେଙ୍ଗାନା ଓ ରାଜସ୍ଥାନ ସରକାର ଏହାକୁ ମହାମାରୀ ଘୋଷଣା କରିଛନ୍ତି ।

କରୋନା ପରି ମହାମାରୀ ଠାରୁ ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଉଦ୍ୟମ କରୁଛନ୍ତି । ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏନେଇ ନୂଆ ନୂଆ ଗାଇଡ ଲାଇନ ଜାରି କରୁଛନ୍ତି । କିନ୍ତୁ ସମୟ ଯେଉଁ ଭଳି ବଦଳିବାରେ ଲାଗିଛି, ସେହି ଅନୁସାରେ କରୋନା ଭୂତାଣୁ ମଧ୍ୟ ନିଜ ରୂପ ପରିବର୍ତ୍ତନ କରୁଛି । କରୋନାର ଦ୍ଵିତୀୟ ଲୋହରିରେ “ବ୍ଲାକ ଫଙ୍ଗସ” ଭୟାଙ୍କର ରୂପ ନେଇଛି ।

କରୋନା ସଂକ୍ରମିତ ରୋଗୀଙ୍କ ଠାରେ ଏହି ବ୍ଲାକ ଫଙ୍ଗସ ରୋଗ ଦେଖିବାକୁ ମିଳୁଛି । ଏହି ବ୍ଲାକ ଫଙ୍ଗସରେ ସଂକ୍ରମିତ ହେବା ପରେ ରୋଗୀଙ୍କର ଆଖି ନଷ୍ଟ ହୋଇଯାଉଛି । ଏହି ରୋଗରେ ପୀଡିତ ଜଣେ ବ୍ୟକ୍ତିଙ୍କର ଗତକାଲି ଦିଲ୍ଲୀ ମୂଲଚନ୍ଦ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଏହାକୁ ନଜରରେ ରଖି ତେଲେଙ୍ଗାନା ସରକାର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ନିର୍ଦ୍ଦେଶାନୁସାରେ, ଏହି ରୋଗରେ ପୀଡିତ ହୋଇ ଆସୁଥିବା ଲୋକମାନଙ୍କର ସୂଚନା ତୁରନ୍ତ ସରକାରଙ୍କ ନିକଟରେ ପହଂଚାଇବାକୁ କୁହାଯାଇଛି ।

ଅନ୍ୟପଟେ କରୋନା ସଂକ୍ରମଣରେ ସବୁଠାରୁ ଆଗରେ ଥିବା ମହାରାଷ୍ଟ୍ରରେ ଏବେ ସଂକ୍ରମଣ ହାର କମିଥିବା ବେଳେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇଛି । ବ୍ଲାକ ଫଙ୍ଗସ୍ ସଂକ୍ରମଣରେ ମହାରାଷ୍ଟ୍ରରେ ୯୦ ଜଣଙ୍କର ଜୀବନ ଯାଇଥିବା କଥା କୁହାଯାଇଛି । ଏହାସହ ୧୫୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *