ରାତି ମଧ୍ୟରେ ଉଭେଇ ଯିବା ଆଖି ତଳ କଳା ଦାଗ ! ଦେଖନ୍ତୁ ଏହି ପ୍ରାକୃତିକ ଉପାୟ…

ରାତି ମଧ୍ୟରେ ଉଭେଇ ଯିବା ଆଖି ତଳ କଳା ଦାଗ ! ଦେଖନ୍ତୁ ଏହି ପ୍ରାକୃତିକ ଉପାୟ…

ଆଖି ତଳ କଳା ହେବାର ଅନେକ କାରଣ ହୋଇଥାଏ । ନିଦ ପୁରା ନହେବା, ଠିକ୍ ପୋଷଣ ନନେବା ଏବଂ ଶରୀରରେ ପୋଷକ ତତ୍ତ୍ୱର ଅଭାବ ଆଖି ତଳ କଳାଦାଗର ପ୍ରମୁଖ କାରଣ ହୋଇଥାଏ । କିନ୍ତୁ ଯଦି ସଠିକ୍ ଖାଦ୍ୟଭ୍ୟାସ ଥାଏ ତେବେ ଆଖି ତଳ କଳାଦାଗ ସମସ୍ୟା ଦୂର ହୋଇଯାଏ ।

ତାସହିତ ଆମେ ଆପଣଙ୍କୁ କିଛି ଏପରି ପ୍ରାକୃତିକ ଉପାୟ ବିଷୟରେ ମଧ୍ୟ କହିବାକୁ ଯାଉଛୁ । ଯାହା ସାହାଯ୍ୟରେ ମଧ୍ୟ ଆଖିକୁ କଳାଦାଗ ସମସ୍ୟାକୁ ଦୂର କରାଯାଇ ପାରିବ । ଆଖି ତଳ କଳା ହେଲେ ବାସ୍ ଆପଣ ଏହି ଉପାୟକୁ କରି ନିଅନ୍ତୁ । ଏହାକୁ କରିବା ମାତ୍ରେ ଏକ ସପ୍ତାହ ମଧ୍ୟରେ ଆଖି ତଳ କଳାଦାଗରୁ ମୁକ୍ତି ମିଳିବ ।

ଆଖି ତଳ କଳାଦାଗରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର :-

ଗୋଲାପ ଜଳ ସାହାଯ୍ୟରେ ଆଖି ଚାରିପଟେ ହୋଇଥିବା କଳାଦାଗକୁ ଦୂର କରାଯାଇ ପାରିବ । ଗୋଲାପ ଜଳରେ ଥିବା ଏଣ୍ଟିଅକ୍ସୀଡେଣ୍ଟ ଗୁଣ ତ୍ୱଚାର କୋଶିକାକୁ ଠିକ୍ କରିଥାଏ । ଯାହାଦ୍ୱାରା ଆଖି ତଳ କଳାଦାଗ ଦୂର ହୋଇଯାଏ । ଡାର୍କ ସର୍କଲ୍ ହେଲେ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଲାପ ଜଳ ଲଗାନ୍ତୁ । ପ୍ରତିଦିନ ରାତିରେ ଏହି ଉପାୟ କରିଲେ ୩ରୁ୪ ସପ୍ତାହ ମଧ୍ୟରେ ଏହି ସମସ୍ୟା ଦୂରେଇ ଯିବ ।

ବିଲାତି :-

ବିଲାତି ସାହାଯ୍ୟରେ ମଧ୍ୟ ଆଖି ଚାରିପାଖରେ କଳାଦାଗକୁ କମ୍ କରାଯାଇ ପାରିବ ଏବଂ ଏହାକୁ ଲଗାଇବା ଦ୍ୱାରା ଏହି ସମସ୍ୟା ଠିକ୍ ହୋଇପାରିବ । ଏଥିରେ ଲାଇକୋପୀନ୍ ରହିଥାଏ । ଏହା ଏକ ପ୍ରକାରର ଫାଇଟୋକେମିକାଲ୍ ଅଟେ । ଯାହା ତ୍ୱଚା ପାୟ ଲାଭଦାୟକ ହୋଇଥାଏ । ଆପଣ କେବଳ ଏକ ପାତ୍ରରେ ଟୋମାଟୋ ଏବଂ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏବଂ କଳାଦାଗ ସ୍ଥାନରେ ୧୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ତାହା ଶୁଖି ଯିବା ପରେ ପାଣି ସାହାଯ୍ୟରେ ପରିଷ୍କାର କରି ନିଅନ୍ତୁ । ଚେହେରାରେ ଏହି ପେଷ୍ଟକୁ ଲଗାଇବା ଦ୍ୱାରା ତ୍ୱଚାରେ ମଧ୍ୟ ଉଜ୍ଜ୍ୱଳତା ଆସିଯାଏ ।

ବାଦାମ୍ ତେଲ :-

ବାଦାମ୍ ତେଲ ଯଦି ଆଖିରେ ମାଲିସ୍ କରାଯାଏ ତେବେ କଳାଦାଗ ସମସ୍ୟା ଠିକ୍ ହୋଇଯାଏ । ବାଦାମ୍ ତେଲକୁ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ଏଥିରେ ଏମୋଲିଏଣ୍ଟସ୍ ଥାଏ ଯାହା ଆଖି ଚାରିପାଖ କଳାଦାଗ ସମସ୍ୟାକୁ ଦୂରେଇ ଦେଇଥାଏ । ଆପଣ କେବଳ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଟିକିଏ ବାଦାମ୍ ତେଲ ନେଇ ତାହାକୁ ଆଖି ତଳେ ଲଗାଇ ଦିଅନ୍ତୁ ଏବଂ ହାଲୁକା ହାତରେ ମାଲିସ୍ କରନ୍ତୁ । ରାତି ସାରା ଏହାକୁ ଲଗାଇ ରଖନ୍ତୁ । ଏହି ପ୍ରକାରେ ଏକ ସପ୍ତାହ ପର୍ଯ୍ୟନ୍ତ ବାଦାମ୍ ତେଲକୁ ଆଖି ତଳେ ଲଗାନ୍ତୁ ଆପଣଙ୍କୁ ପରିବର୍ତ୍ତନ କଣ ହୋଇଛି ନଜର ଆସିବ ।

ଗ୍ରୀନ୍-ଟି :-

ଗ୍ରୀନ୍-ଟି ମଧ୍ୟ ଆଖି ଚାରିପାଖ କଳାଦାଗ କୁ ଦୂର କରିଥାଏ । ଏହା ଖୁବ୍ ପ୍ରଭାବୀ ହୋଇଥାଏ । ଏହାକୁ ଆଖି ତଳେ ଲଗାଇବା ଦ୍ୱାରା ପ୍ରାୟ ଦୁଇ ଦିନରେ ତାହା କମିବାକୁ ଲାଗିବ । ‘ଡାର୍କ ସର୍କଲ୍’କୁ କମ୍ କରିବା ପାଇଁ ଆପଣ ଏହିଭଳି ଭାବରେ ଗ୍ରୀନ୍-ଟିର ଉପଯୋଗ କରନ୍ତୁ । ସର୍ବପ୍ରଥମେ ଗ୍ରୀନ୍-ଟି ବ୍ୟାଗକୁ ପାଣିରେ ବୁଡାଇ ଦିଅନ୍ତୁ । ତାପରେ ଫ୍ରିଜରେ ରଖି ଦିଅନ୍ତୁ । ଥଣ୍ଡାଟି ବ୍ୟାଗ୍ କୁ ନିଜ ଆଖି ତଳେ ୧୫ମିନିନ୍ ପର୍ଯ୍ୟନ୍ତ ରଖି ଦିଅନ୍ତୁ । ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ଏହି ଉପାୟ କରନ୍ତୁ ।

ଆଳୁ :-

ଆଳୁରେ ଭିଟାମିନ୍, ମିନେରଲ୍, ଆଇରନ୍ ଓ ଏଣ୍ଟିଅକ୍ସୀଡେନ୍ଟ ଭଳି ପୋଷକ ତତ୍ତ୍ୱ ଥାଏ । ଯାହାକି ଡାର୍କ-ସର୍କଲ୍ କୁ କମ୍ କରିଥାଏ । କଳାଦାଗକୁ କମ୍ କରିବା ପାଇଁ କଞ୍ଚା ଆଳୁକୁ ଚକଟି ତାହାର ରସ ବାହାର କରି ନିଅନ୍ତୁ । ଏହି ରସକୁ ଆଖିରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ତାପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ତାଛଡ଼ା ଆପଣ ଚାହିଁଲେ ଆଳୁ କୁ କାଟି ଆଖିରେ ଲଗାଇ ରଖି ପାରିବେ ।

କାକୁଡ଼ି :-

କାକୁଡ଼ି ଆଖିକୁ ଥଣ୍ଡା ପ୍ରଦାନ କରିଥାଏ ଏବଂ ତାସହିତ କଳାଦାଗ ସମସ୍ୟାକୁ ଦୂର କରିଥାଏ । ଏକ କାକୁଡ଼ିର ରସ ବାହାର କରି ନିଅନ୍ତୁ । ତାପରେ ତାହାକୁ ‘ଫ୍ରିଜ୍’ରେ ସେଟ୍ ରଖି ଦିଅନ୍ତୁ । ତାପରେ ଯେତେବେଳେ ଏହା ‘ଆଇସ୍ କ୍ୟୁବ୍’ରେ ପରିଣତ ହୋଇଯିବ ତାହାକୁ ବାହାର କରି ଆଖିରେ ରଖନ୍ତୁ । ଏକ ସପ୍ତାହ ପର୍ଯ୍ୟନ୍ତ ଏହି ଉପାୟ କରିବା ଦ୍ୱାରା ଆଖି ତଳ କଳାଦାଗ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *