ଲକଡାଉନ୍ ନିୟମ ଭାଙ୍ଗି ‘BJP’ ବିଧାୟକ କଲେ ନିଜ ପୁଅଙ୍କ ବିବାହ ! ଅଧରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ବିବାହ ଉତ୍ସବ…

ଲକଡାଉନ୍ ନିୟମ ଭାଙ୍ଗି ‘BJP’ ବିଧାୟକ କଲେ ନିଜ ପୁଅଙ୍କ ବିବାହ ! ଅଧରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ବିବାହ ଉତ୍ସବ…

ବର୍ତ୍ତମାନ କରୋନାର ଆତଙ୍କ ସାରା ଦେଶରେ ଖେଳିଯାଇଛି । ଦିନକୁ ଦିନ ପରିସ୍ଥିତି ଖରାପ ହେବାକୁ ଲାଗିଛି ଏଥିପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ସରକାର ବିବାହ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ଏକ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି । ତେବେ ଏହି ନିର୍ଦ୍ଦେଶନାମାକୁ ଅବମାନନା କରିବାରେ ସରକାରଙ୍କର ନିଜ ଲୋକ ନିୟୋଜିତ ଅଛନ୍ତି । ସୂଚନାଯୋଗ୍ୟ ଯେ ବୈଶାଳୀରେ ହେଉଥିବା ଉପନୟନ ସମାରୋହରେ ଅଭିନେତ୍ରୀ ଅକ୍ଷରା ସିଂଙ୍କ ସହ ପୂର୍ବତନ ବିଧାୟକ ମୁନ୍ନା ଶୁକ୍ଲାଙ୍କ ନୃତ୍ୟ ଘଟଣା ଥଣ୍ଡା ପଡିଛି କି ନାହିଁ ବର୍ତ୍ତମାନ ଫାରବିଷଗଞ୍ଜର ବିଧାୟକ ମଞ୍ଚନ କେଶରୀଙ୍କ ପୁଅଙ୍କ ବିବାହ ଘଟଣା ଜୋର୍ ଧରିଛି । ଏହି ବିବାହରେ ହଜାର ହଜାର ଲୋକ ଏକାଠି ହୋଇଥଲେ ଏବଂ ନାଇଟ୍ କର୍ଫ୍ୟୁ ସତ୍ୱେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ସବ ପ୍ରଶାସନିକ ବ୍ୟବସ୍ଥା ଏବଂ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି ।

୧୦୦ଜଣ ଯୋଗ ଦେବାକୁ ଅନୁମତି ଦେଲେ

ନିର୍ଦ୍ଦେଶନାମାକୁ ଅଣଦେଖା କରି କରୋନା ଅବଧି ସମୟରେ ରାଜକୀୟ ଶୈଳୀରେ ହେଉଥିବା ଏହି ବିବାହରେ ହଜାର ହଜାର ଲୋକ ଯୋଗ ଦେଇଥିଲେ । ନାଇଟ୍ କର୍ଫ୍ୟୁ ଲାଗିଥିବା ସତ୍ୱେ ସାଂସଦ, ବିଧାୟକ, ଦଳର କର୍ମୀ ଏବଂ ଜିଲ୍ଲାବାସୀ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏଥିରୁ ଜଣାପଡୁଛି ଯେ ସମସ୍ତେ ବୋଧହୁଏ ଭୁଲି ଯାଇଥିଲେ ଯେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି ଏବଂ କେବଳ ୧୦୦ ଲୋକଙ୍କୁ ବିବାହ ଉତ୍ସବରେ ଯୋଗଦେବାକୁ ଅନୁମତି ମିଳିଛି । ବର୍ତ୍ତମାନ ଏହି ଜନସମାଗମ ସରକାରଙ୍କ ଶୃଙ୍ଖଳା ଏବଂ ନିୟମଗୁଡିକ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଉତ୍ସବ

ସୂଚନାଯୋଗ୍ୟ ଯେ BJP ବିଧାୟକ ମଞ୍ଚନ କେଶରୀଙ୍କ ପୁଅ ପ୍ରେମ କେଶରୀଙ୍କ ଵିଵାହ ଗତ ସୋମବାର ଦିନ ହୋଇଥିଲା ଯେଉଁଥିରେ କରୋନା ଗାଇଡଲାଇନକୁ ଗୁରୁତର ଅବହେଳା କରାଯାଇଛି । ନାଇଟ୍ କର୍ଫ୍ୟୁ ସତ୍ୱେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିବାହ ଚାଲିଥିଲା ଏବଂ ବିବାହରେ ନୋଟ୍ ବଣ୍ଡଲ୍ ଉଡାଯାଉଥିଲା । ଏହି ବିବାହରେ ସାମିଲ୍ ହୋଇଥିବା ଅଧିକାଂଶ ଅତିଥି ମାସ୍କ ପିନ୍ଧି ନଥିଲେ ଏବଂ ୬ ଫୁଟର ସାମାଜିକ ଦୂରତା ରକ୍ଷା କରୁନଥିଲେ । ଏଭଳି ପରିସ୍ଥିତିରେ ଏହି ବିବାହ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାହାରୁ ଡକାଯାଇଥିଲା କଳାକାର

ଏହି ବିବାହରେ ସାରା ରାତି ନୃତ୍ୟ ଚାଲିଥିଲା ଯେଉଁଥିରେ ବର ଏବଂ କନ୍ୟା ସମେତ ଶହ ଶହ ଲୋକ ଡିଜେ ସାଉଣ୍ଡରେ ନାଚୁଥିଲେ । ବିବାହରେ ସାଜସଜ୍ଜା, କ୍ୟାଟେରିଂ ଏବଂ ଅନ୍ୟାନ୍ୟ ସେବା ପାଇଁ ଲୋକଙ୍କୁ ବାହାର ରାଜ୍ୟରୁ ଡକାଯାଇଥିଲା ଯେଉଁମାନଙ୍କର କରୋନା ଯାଞ୍ଚ ହୋଇଛି କି ନାହିଁ ତାହା ସନ୍ଦେହଘେରରେ । ଏପରି ପରିସ୍ଥିତିରେ ଯଦି କରୋନା ବ୍ୟାପିଯାଏ ତେବେ ଏହା କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ହେବନାହିଁ କାରଣ ଏପରି ପରିସ୍ଥିତି ହେବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *