ଦକ୍ଷିଣ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଓ ବିଜେପି ନେତା ଖୁସବୋ ସୁନ୍ଦର ହେଲେ ସଡ଼କ ଦୁର୍ଘଟଣାର ଶିକାର

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଓ ବିଜେପି ନେତା ଖୁଶବୁ ସୁନ୍ଦର ନିକଟରେ ଚେନ୍ନାଇ ନିକଟବର୍ତ୍ତୀ ମେଲମାରବାଥୁରରେ ସଡ଼କ ଦୁର୍ଘଟଣାର ଶିକାର ହାଇଥିଲେ । ଖୁସବୋ ସୁନ୍ଦର କହିଥିଲେ ଯେ ଯେତେବେଳେ ଏହି ଦୁର୍ଘଟଣା ହେଲା ସେତେବେଳେ ସେ ବେତ୍ରୀବେଲ ଯାତ୍ରାରେ ଭାଗ ନେବା ପାଇଁ ମାର୍ଗରେ ଥିଲେ । ଯଦିଓ ଏହି ଦୁର୍ଘଟଣାରେ ତାଙ୍କୁ କୌଣସି ଆଘାତ ଲାଗି ନାହିଁ ଏବଂ ସେ ଏହି ଦୁର୍ଘଟଣାରେ ଟିକିଏ ଅଳ୍ପୋକେ ବଞ୍ଚିଗଲେ ।

ବାସ୍ତବରେ ନିଜେ ଖୁସବୋ ଟ୍ୱିଟରେ ନିଜ ଦୁର୍ଘଟଣାର ସୂଚନା ସେୟାର କରିଛନ୍ତି । ଖୁସବୋ ନିଜ ଟ୍ୱିଟରେ ନିଜ ଗାଡ଼ିର ଅବସ୍ଥାର ଫଟୋ ସେୟାର କରିଛନ୍ତି । ଖୁସବୋ ଟ୍ୱିଟରେ ଲେଖିଛନ୍ତିଯେ ସେ ଓ ତାଙ୍କ ସ୍ୱାମୀ (ନିର୍ଦ୍ଦେଶକ ସୁନ୍ଦରଙ୍କ) ଭଗବାନ ମୁରୁଗନଙ୍କ ଉପରେ ତାଙ୍କ ବିଶ୍ୱାସ ତାଙ୍କୁ ବଞ୍ଚାଇଲା । ମେଲମେରୁବଥୁର ନିକଟରେ ଦୁର୍ଘଟଣା ଘଟିଗଲା, ଏକ ଟେଙ୍କର୍ ଆମ ସହିତ ଧକ୍କା ହୋଇଗଲା । ଆପଣଙ୍କ ଆଶୀର୍ବାଦ ଓ ଈଶ୍ୱରଙ୍କ କୃପାରୁ ମୁଁ ସୁରକ୍ଷିତ ଅଛି । ସେ କହିଛନ୍ତି ଯେ ସେ ‘ବେତ୍ରୀବେଲ୍ ଯାତ୍ରା’ରେ ଅଂଶଗ୍ରହଣ କରିବା ପାଇଁ କୁଡ୍ଡାଲୋର୍ ପକ୍ଷରୁ ଯାତ୍ରା ଜାରି ରଖିବେ ଓ ପୋଲିସ ମାମଲାର ଯାଞ୍ଚ କରୁଛନ୍ତି ।

ଏଥିସହ ଖୁସବୋ ଆଉ ଏକ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଗାଡ଼ିର କିଛି ତ୍ରୁଟି ନାହିଁ ଓ ଟେଙ୍କର୍ ଅଚାନକ ସାମ୍ନାକୁ ଆସିଗଲା ଓ ଗାଡି ଉପରେ ଚଢ଼ିଗଲା । ତାଙ୍କ ଗାଡ଼ି ଠିକ ଭାବରେ ଚାଲୁଥିଲା ଏବଂ ହଠାତ କୁଆଡୁ ଏକ କଣ୍ଟେନର୍ ଆସି ଧକ୍କା ହୋଇଗଲା । ଏହା ଷଡ଼ଯନ୍ତ୍ର କି ନୁହଁ ଏହା ଜାଣିବା ପାଇଁ ପୋଲିସ ଡ୍ରାଇଭରଙ୍କୁ ପଚରାଉଚରା କରୁଛନ୍ତି ।

ଖୁସବୋ ସୁନ୍ଦର ଦକ୍ଷିଣ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଖୁସବୋ ନିକଟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ : IPS ଅଧିକାରୀ ମୋହିତା ଶର୍ମା ହେଲେ କୌନ୍ ବନେଗା କରୋଡ଼ପତି ସିଜନର ଦ୍ୱିତୀୟ କୋଟିପତି !

Be the first to comment

Leave a Reply

Your email address will not be published.


*