BJP ସାଂସଦ ସାଧ୍ଵୀ ପ୍ରଜ୍ଞା କରୋନାକୁ ନେଇ କହିଲେ : “ଗୋମୂତ୍ରରୁ ସେବନ ଦ୍ଵାରା କରୋନାରୁ ମିଳିବ ରକ୍ଷା ! ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ କହିଲେ ବନ୍ଦ କର ଅବାଞ୍ଛନ ବିବୃତ୍ତି !

BJP ସାଂସଦ ସାଧ୍ଵୀ ପ୍ରଜ୍ଞା କରୋନାକୁ ନେଇ କହିଲେ : “ଗୋମୂତ୍ରରୁ ସେବନ ଦ୍ଵାରା କରୋନାରୁ ମିଳିବ ରକ୍ଷା ! ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ କହିଲେ ବନ୍ଦ କର ଅବାଞ୍ଛନ ବିବୃତ୍ତି !

କରୋନା ମହାମାରୀ ପ୍ରଭାବ ବର୍ତ୍ତମାନ ହୁ ହୁ ହୋଇ ବଢିବାରେ ଲାଗିଛି । କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କିଛି ଲୋକ ସରକାରଙ୍କ ପ୍ରସ୍ତୁତ ଗାଇଡଲାଇନ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ବେଳେ ଅନ୍ୟ କିଛିଲୋକ ଦେଶୀ ଉପାୟ ବା ଘୋରାଇ ଉପଚାରକୁ ମଧ୍ୟ ଗ୍ରହଣ କରୁଛନ୍ତି । ଏହି ସମୟରେ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର କହିଥିଲେ ଯେ ଗାଈ ମୂତ୍ର ପିଇବା ଦ୍ୱାରା ଫୁସଫୁସ ସଂକ୍ରମଣ ଦୂର ହୋଇଥାଏ, ସାଧ୍ୱୀ ପ୍ରଜ୍ଞାଙ୍କ ଏହି ବିବୃତ୍ତିରେ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ କ୍ରୋଧିତ ହୋଇଛନ୍ତି, ସଧ୍ଵୀଙ୍କୁ ସମାଲୋଚିତ କରିଛନ୍ତି । ସେ ଏହାକୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଆହୁରି ମଧ୍ୟ କହିଛନ୍ତି ଯେ, କେହି ଧର୍ମୀକୁ ନେଇ ରାଜନୀତି କୁରୁଛି ତ କେହି ନିରୀହ ଜନତାଙ୍କ କନ୍ଧରେ ବନ୍ଧୁକ ରଖି ରାଜନୀତି କରୁଛନ୍ତି । ବାସ୍ତବରେ ତୁମରେ ଯଦି ଲୋକଙ୍କ ପ୍ରତି ଦୟାଭାବ ଜରିଛି, ତେବେ ନିର୍ବାଚନ ସମୟରେ ଯେଉଁଭଳି ଘର ବୁଲି ନିର୍ବାଚନର ଭିକ୍ଷା ମାଗୁଥିଲା ବର୍ତ୍ତମାନ ଘର ବୁଲି ନିଜେ ସର୍ଭେ କର ! ତେବେ ଯାଇ ଆମ୍ଭେମାନେ ଜାଣିବୁ, ବାସ୍ତବରେ ତୁମେ ରାଜନୀତିର ପିଡିଆର ଜଣେ ବାସ୍ତବିକ ହିରୋ ବୋଲି ! ଘରର ଚାରି କାନ୍ଥମଧ୍ୟରେ ରହି, ଗୋମୁତ୍ର ସେବନ କଲେ କରୋନାରୁ ମୁକ୍ତି ପାଇବ, ତୁଲସୀ ସେବନ କଲେ କରୋନା ତୁମକୁ ଶ୍ଵର୍ଷ କରିପାରିବ ନାହିଁ । ଏଗୁଡିକ ଆଦୌ ଶୋଭା ଦେଉନାହିଁ ।

ଦେବୋଲିନା ଏକ ଖବରକାଗଜର କିଛି ଅଂଶ ଟ୍ୱିଟରରେ ସେୟାର କରିଛନ୍ତି, ଯେଉଁଥିରେ ସାଧ୍ୱୀ ପ୍ରଜ୍ଞାଙ୍କ ବିବୃତ୍ତି ପ୍ରକାଶ ପାଇଥିଲା । ଅଭିନେତ୍ରୀ ଏହାକୁ ସେୟାର କରି ଲେଖିଛନ୍ତି, ‘ମୁଁ ପ୍ରକୃତରେ ନିଶବ୍ଦ । ବନ୍ଦ କର ଏବଂ ଏହାକୁ ମଜା କରି ରଖିଛ ।’

ଦେବୋଲିନାଙ୍କ ଏହି ଟ୍ୱିଟରେ ୟୁଜରମାନେ ବିଭିନ୍ନ କମେଣ୍ଟ ଦେଉଛନ୍ତି । ଜଣେ ୟୁଜର କମେଣ୍ଟ ଦେଇ ଲେଖିଛନ୍ତି, ‘ଯେଉଁଥିରେ ଯାହାର ଶ୍ରଦ୍ଧା ଓ ଭରସା ରହିଛି ସେତାକୁ ବିଶ୍ଵାସ କରେ । ଯେଉଁଥିରେ ଅଭିନେତ୍ରୀ ଲେଖିଛନ୍ତି, ‘ବିଶ୍ୱାସ ଏବଂ ଅନ୍ଧବିଶ୍ୱାସ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ଆଜିକାର ଦିନରେ କେବଳ ନିଜର ଲୋକପ୍ରିୟତାକୁ ବୃଦ୍ଧି କରିବା ପାଇଁ ରାଜନୀତି ଆବା ଓଦୌଗିକ ଶିଲ୍ପପତିମାନେ ଏହିପରି ମିଛିମିଛିକା କଥା କହି ନିରୀହ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି ।

ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏକ ବିବୃତ୍ତିରେ କହିଥିଲେ ଯେ ଗାଈ ମୂତ୍ର ପିଇବା ଦ୍ୱାରା ଫୁସଫୁସ ସଂକ୍ରମଣ ଦୂର ହୋଇଥାଏ । ସେ କହିଥିଲେ, “ମୁଁ ନିଜେ ଗାଈ ମୂତ୍ର ପିଇଛି ।” ତେଣୁ ମୋତେ ଏପର୍ଯ୍ୟନ୍ତ କରୋନା ପାଇଁ କୌଣସି ଔଷଧ ଖାଇବାକୁ ପଡି ନାହିଁ କିମ୍ବା ମୋତେ କରୋନା ହୋଇ ନାହିଁ ।

Leave a Reply

Your email address will not be published. Required fields are marked *