ସାଉଥ୍ ଅଭିନେତା ଅର୍ଜୁନ୍ ଗୌଡା ହେଲେ ଆମ୍ବୁଲାନ୍ସ ଡ୍ରାଇଭର୍ ! କରୋନା କାଳରେ କରୁଛନ୍ତି ଗରିବ ଲୋକଙ୍କୁ ସାହାଯ୍ୟ…

ସାଉଥ୍ ଅଭିନେତା ଅର୍ଜୁନ୍ ଗୌଡା ହେଲେ ଆମ୍ବୁଲାନ୍ସ ଡ୍ରାଇଭର୍ ! କରୋନା କାଳରେ କରୁଛନ୍ତି ଗରିବ ଲୋକଙ୍କୁ ସାହାଯ୍ୟ…

ସମଗ୍ର ଦେଶରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରିଛି । ମହାରାଷ୍ଟ୍ରରେ ଏହି ମହାମାରୀ ଖୁବ୍ ଖରାପ ପରିସ୍ଥିତି ସୃଷ୍ଟି କରିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ଷ୍ଟାର୍ ମାନଙ୍କ ପର୍ଯ୍ୟନ୍ତ ଜଣଙ୍କ ପରେ ଜଣେ କାରୋନାର ପ୍ରଭାବରେ ଆସୁଛନ୍ତି ।

ଲୋକଙ୍କୁ ଚିକିତ୍ସା ପାଇଁ ଅକ୍ସୀଜେନ୍ ଏବଂ ବେଡ଼ ସୁଦ୍ଧା ମିଳିବା କଷ୍ଟକର ହେଉଛି । ଏବେ ପର୍ଯ୍ୟନ୍ତ ଅନେକ ଷ୍ଟାର୍ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି । ଏସବୁ ମଧ୍ୟରେ ଏବେ ସାଉଥ୍ ଅଭିନେତା ଅର୍ଜୁନ୍ ଗୌଡ଼ାଙ୍କ ନାମ ମଧ୍ୟ ଏହି ଲିଷ୍ଟରେ ସାମିଲ୍ ହୋଇଛି । କରୋନା କାଳର ଦ୍ୱିତୀୟ ପର୍ଯ୍ୟାୟରରେ ଅଭିନେତା ଅର୍ଜୁନ୍ ଲୋକଙ୍କ ସାହାଯ୍ୟ ପାଇଁ ଆମ୍ବୁଲାନ୍ସ ଡ୍ରାଇଭର୍ ହୋଇ ଯାଇଛନ୍ତି ।

ବାସ୍ତବରେ ଏହି ଆପଦ ସମୟରେ ସାଉଥ୍ ଫିଲ୍ମ ‘Yuvarathnaa’ ଏବଂ ‘Rustum’ରେ କାମ କରି ସାରିଥିବା ଅର୍ଜୁନ୍ ଗରିବ ଲୋକଙ୍କୁ ‘Project Smile Trust’ ତରଫରୁ ସାହାଯ୍ୟ ପହଞ୍ଚାଉଛନ୍ତି । ମହାମାରୀ ସମୟରେ ଅର୍ଜୁନ୍ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଖବର ରହିଛି ଯେ ଯେଉଁ ଲୋକଙ୍କୁ ହସ୍ପିଟାଲ୍ ଯିବାକୁ ଏବଂ ଅନ୍ତିମ ସଂସ୍କାର ପାଇଁ ଗାଡ଼ିର ଆବଶ୍ୟକତା ଥାଏ ସେ ଆମ୍ବୁଲାନ୍ସ ସର୍ଭିସ୍ ଦ୍ୱାରା ତାଙ୍କୁ ସାହାଯ୍ୟ କରିଥାନ୍ତି । କେବଳ ସେତିକି ନୁହେଁ କରୋନାରେ ମୃତ୍ୟୁ ହେଲେ ଶବ କୁ ଶ୍ମଶାନ ଘାଟକୁ ନେଇ ସଂସ୍କାର ପର୍ଯ୍ୟନ୍ତ ଏହି ଅଭିନେତା ସାହାଯ୍ୟ କରୁଛନ୍ତି ।

ରିପୋର୍ଟ ମୁତାବିକ ଅର୍ଜୁନ୍ କହିଛନ୍ତି ଯେ, ମୁଁ ଅନେକ ଦିନ ହେବ ସଡ଼କରେ ଅଛି ଏବଂ ପାଖାପାଖି ୬ ଜଣ ଲୋକଙ୍କର କ୍ରିୟା କର୍ମ କରାଇ ସାରିଛି । ଆମେ ଏଥିପ୍ରତି ଧ୍ୟାନ ରଖୁଛୁ ଯେ ଯେପରି ଆମେ ସବୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିପାରୁ, ପୁଣି ସେମାନେ କେଉଁଠାରୁ ବି ହୋଇଥାନ୍ତୁ ନା କାହିଁକି କିମ୍ବା ସେମାନେ କୌଣସି ଧର୍ମର ହୋଇଥାନ୍ତୁ ନା କାହିଁକି । ସାହାଯ୍ୟ କରିବା ପାଇଁ ମୁଁ ସହରର କୌଣସି ସ୍ଥାନକୁ ଯିବାକୁ ମଧ୍ୟ ପ୍ରସ୍ତୁତ ଅଛି ।

ଅର୍ଜୁନ୍ ଆହୁରି ମଧ୍ୟ କହିଛନ୍ତି ଯେ, ‘ନିକଟରେ ମୁଁ ଜଣେ ଅସହାୟ ବ୍ୟକ୍ତିକୁ କେଙ୍ଗେରୀରୁ ଦୂର ସ୍ଥିତ ହ୍ଵାଇଟ୍ ଫିଲଡ୍ ହସ୍ପିଟାଲ୍ ରେ ପହଞ୍ଚାଇ ଥିଲେ । ମୁଁ ଆଗାମୀ କିଛି ମାସ ପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ପ୍ରସ୍ତୁତ ଅଛି । ଦେଶରେ ସ୍ଥିତି ବହୁତ ଖରାପ । ମୁଁ ଯେଉଁ ପରି ଭାବରେ ଯୋଗ ଦେଇ ପାରିବି ନିଶ୍ଚିତ ଦେବି । ଆହୁରି ମଧ୍ୟ କହିଛନ୍ତି ଯେ ଯାହାଙ୍କୁ ଅକ୍ସୀଜେନର ଆବଶ୍ୟକତା ଅଛି ତାଙ୍କ ପାଇଁ ଅକ୍ସୀଜେନ୍ ମଧ୍ୟ ଡେଲିଭର୍ କରୁଛି ।

Leave a Reply

Your email address will not be published. Required fields are marked *