ସ୍ୱାମୀଙ୍କ ଠାରୁ କାହିଁ କେତେ ଗୁଣା ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି ବିପାଶା ବାସୁ ! ଫିଲ୍ମ ବ୍ୟତୀତ ଏଠାରୁ ମଧ୍ୟ ଅଧିକ ରୋଜଗାର କରିଥାନ୍ତି…

ସ୍ୱାମୀଙ୍କ ଠାରୁ କାହିଁ କେତେ ଗୁଣା ଅଧିକ ସମ୍ପତ୍ତିର ମାଲିକ ଅଟନ୍ତି ବିପାଶା ବାସୁ ! ଫିଲ୍ମ ବ୍ୟତୀତ ଏଠାରୁ ମଧ୍ୟ ଅଧିକ ରୋଜଗାର କରିଥାନ୍ତି…

ବିପାଶା ବାସୁ ଏବଂ କରଣ ସିଂହ ଗ୍ରୋବରଙ୍କର ଗତ ଶୁକ୍ରବାରରେ ପଞ୍ଚମ ବିବାହ ବାର୍ଷିକୀ ହୋଇଥିଲା । ଦୁହେଁ ଏପ୍ରିଲ୍ ୩୦, ୨୦୧୬ରେ ବିବାହ କରିଥିଲେ । ବିପାଶାଙ୍କର ଏହା ପ୍ରଥମ ବିବାହ ଥିଲା । ଯେଉଁଠି କରଣଙ୍କର ଏହା ତୃତୀୟ ଅଟେ । ବିପାଶା ନିଜର ଇନଷ୍ଟା ଷ୍ଟୋରିରେ ଅନେକ ଫୋଟ ସେୟାର୍ କରି ସ୍ୱାମୀଙ୍କୁ ପଞ୍ଚମ ବିବାହ ବାର୍ଷିକୀର ଅଭିନନ୍ଦନ ଜଣାଇଛନ୍ତି । ପୁଣି କରଣ ମଧ୍ୟ ନିଜର ଇନଷ୍ଟା ଷ୍ଟୋରିରେ ଫୋଟ ସେୟର୍ କରିଛନ୍ତି । କହିରଖୁଛୁ ଯେ ବିପାଶା ଅନେକ ସମୟରୁ ଫିଲ୍ମ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ଅଛନ୍ତି । ସେ ଶେଷଥର ପାଇଁ ୨୦୧୫ରେ ଆସିଥିବା ଫିଲ୍ମ ‘ଏଲୋନ୍’ରେ ନଜର ଆସିଥିଲେ । ଏଥିରେ ତାଙ୍କ ‘ଅପଜିଟ୍’ରେ ସ୍ୱାମୀ କରଣ ସିଂହ ଗ୍ରୋବର୍ ଥିଲେ । କରଣଙ୍କୁ ବିବାହ କରିଥିବା ବିପାଶା ଇଣ୍ଡଷ୍ଟ୍ରିରେ ତାଙ୍କ ଠାରୁ ଖୁବ୍ ସିନିୟର୍ ଥିଲେ । ପୁଣି ତାହା ଏକ୍ସପିରିଏନ୍ସ ମାମଲା ହେଉ କିମ୍ବା ସମ୍ପତ୍ତି ମାମଲା ହେଉ । ଦୁହିଁଙ୍କ ମଧ୍ୟରେ ବିପାଶା ଖୁବ୍ ଆଗରେ ଅଛନ୍ତି । ବିପାଶାଙ୍କ ସମ୍ପତ୍ତି ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋବର୍ ଠାରୁ ୭ ଗୁଣା ଅଧିକ ଅଟେ ।

ନେଟବରଦିୟର୍ ୱେବସାଇଟ୍ ରିପୋର୍ଟ ଅନୁସାରେ ୨୦୨୦ରେ ବିପାଶାର ନେଟୱର୍ଥ ୧୫ ମିଲିୟନ୍ ଡଲାର୍ ଅର୍ଥାତ ପାଖାପାଖି ୧୧୧ କୋଟି ଟଙ୍କା ଅଟେ । ଯେଉଁଠି ତାଙ୍କ ତୁଳନାରେ ସ୍ୱାମୀ କରଣଙ୍କର ସମ୍ପତ୍ତି ୨ ମିଲିୟନ୍ ଡଲାର୍ ଅର୍ଥାତ ପାଖାପାଖି ୧୪ କୋଟି ଟଙ୍କା ଅଟେ ।

ବିପାଶାଙ୍କ ପାଖରେ ବର୍ତ୍ତମାନ କୌଣସି ଫିଲ୍ମ ନାହିଁ କିନ୍ତୁ ତାଙ୍କ ପାଖରେ ଅନେକ ମଲ୍ଟି ନ୍ୟାସନାଲ୍ କମ୍ପାନୀର ବିଜ୍ଞାପନ ରହିଛି । ଏହି ଜରିଆରେ ତାଙ୍କର ରୋଜଗାର ହୋଇଥାଏ । ଏହାବ୍ୟତୀତ ସେ ଅନ୍ୟ ଇଭେଣ୍ଟରୁ ମଧ୍ୟ ରୋଜଗାର କରନ୍ତି ।

ବିପାଶା ଫିଟନେସ୍ କୁ ଖୁବ୍ ଚର୍ଚ୍ଚାରେ ରହନ୍ତି । ସେ ରିୱାକ୍, ଏରିଷ୍ଟକେଟ୍, ଲଗେଜ୍, ଫା ଡିୟୋଡ୍ରଣ୍ଟ, ଗିଲି ଜୁଏଲାରୀ, କୈଡିଲା ଶୁଗର୍ ଫ୍ରି ଗୋଲ୍ଡ, ହ୍ୟାଣ୍ଡ ଆଣ୍ଡ ଶୋଲ୍ଡର ସାମ୍ପୁ ସମେତ ଅନେକ କମ୍ପାନୀରେ ବିଜ୍ଞାପନ କରି ସାରିଛନ୍ତି । ଏଥିରୁ ମଧ୍ୟ ସେ ଅଧିକ ରୋଜଗାର କରନ୍ତି ।

ବିପାଶାଙ୍କ ପାଖରେ ଓଡ଼ି 7, ପୋର୍ଶୋ, ଫୋକସବେଗନ୍ ବିଟଲ୍ ଭଳି ଲକଜରି ଗାଡ଼ି ଅଛି । ଏହା ବ୍ୟତୀତ ତାଙ୍କ ପାଖରେ ମୁମ୍ବାଇର ପାଖ ଇଲାକାରେ ଦୁଇଟି ଘର ମଧ୍ୟ ଅଛି । କେବଳ ସେତିକି ନୁହେଁ ତାଙ୍କ ପାଖରେ କୋଲକାତାରେ ମଧ୍ୟ ଘର ଅଛି ।

ବିପାଶା ଫିଟନେସ୍ କୁ ନେଇ ଖୁବ୍ ଜାଗୃତ ରହନ୍ତି । କେବଳ ସେତିକି ନୁହେଁ ସେ ଲୋକଙ୍କୁ ମଧ୍ୟ ଏହାର ଫାଇଦା ବିଷୟରେ କହନ୍ତି । କିଛି ସମୟ ପୂର୍ବରୁ ସେ ‘ଲଭ୍ ୟୋରସେଲ୍ଫ ବ୍ରେକ୍ ଫ୍ରି’ ନାମରୁ ଡିବିଡି ମଧ୍ୟ ଲଞ୍ଚ କରିଥିଲେ । ଏହା ସହିତ ବିପାଶା ଅନେକ ଷ୍ଟେଜ୍ ଶୋ ମଧ୍ୟ କରନ୍ତି । ଯେଉଁଥି ପାଇଁ ସେ ପ୍ରତି ଶୋ’ ପିଛା ୨ କୋଟି ଟଙ୍କା ଚାର୍ଜ କରନ୍ତି । ବିପାଶା ୪୦ ରୁ ଅଧିକ ‘ମେଗାଜିନ୍’ର ‘କଭର୍ ପେଜ୍’ରେ ମଧ୍ୟ ନଜର ଆସି ସାରିଛନ୍ତି ।

ବିପାଶାଙ୍କ ପାଖରେ ଏବେ ଫିଲ୍ମର ଅଫର୍ ନାହିଁ କିନ୍ତୁ ଏମିତି ଗୋଟିଏ ସମୟ ମଧ୍ୟ ଥିଲା ଯେତେବେଳେ ସେ ଟୋପ୍ ଅଭିନେତ୍ରୀଙ୍କ ଲିଷ୍ଟରେ ଥିଲେ । ସେ ଗୋଟିଏ ଫିଲ୍ମ ପାଇଁ ୨-୩ କୋଟି ଟଙ୍କା ଡିମାଣ୍ଡ କରିଥାନ୍ତି । କହିରଖୁଛୁ ଯେ ବିପାଶା ତାମିଲ୍ ଏବଂ ବେଙ୍ଗଲି ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

କରଣଙ୍କ ବିଷୟରେ କହିବାକୁ ଗଲେ ସେ ସିରିଏଲ୍ ଏବଂ ଫିଲ୍ମ ବ୍ୟତୀତ ଅନେକ ରିୟାଲିଟି ଶୋ’ରୁ କାମ କରି ନିଜର ସମ୍ପତ୍ତି ବଢ଼ାଇଛନ୍ତି । କରଣ ଫିୟର୍ ଫେକ୍ଟର୍, ଆଇଡ଼ିଆ ରୋକ୍ସ ଇଣ୍ଡିଆ ଏବଂ ଜରା ନଚକେ ଦିଖା ଭଳି ଶୋ’ରେ କାମ କରିଛନ୍ତି ।

ଏହାବ୍ୟତୀତ ସେ କିଛି ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି । କରଣ ରୂପା ଫ୍ରଣ୍ଟଲାଇନ୍ ବନିୟାନ୍, କ୍ଲିୟରଟ୍ରିପ୍ ଡୋଟ୍ କମ୍ ଏବଂ କଜାରିୟା ଟାଇଲସ୍ ଭଳି କମ୍ପାନୀ ଗୁଡ଼ିକ ପାଇଁ ବିଜ୍ଞାପନ କରିଛନ୍ତି । କରଣଙ୍କ ପାଖରେ ଏକ ଓଡ଼ି-7 କାର୍ ବ୍ୟତୀତ ମୁମ୍ବାଇର ହାଇରାଇଜ୍ ଅପାର୍ଟ ମେଣ୍ଟରେ ଏକ ଫ୍ଲାଟ୍ ଅଛି ।

ଟିଭିରେ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଥିବା କରଣ ଏମଟିଭିର ଶୋ ‘କିତନି ମସ୍ତ ହେ ଜିନ୍ଦେଗି ରୁ କ୍ୟାରିଅର୍ର ପ୍ରାରମ୍ଭ କରିଥିଲେ । କିନ୍ତୁ ଧୀରେ ଧୀରେ ସେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ବନାଇଛନ୍ତି ଏବଂ ତାଙ୍କ ସମ୍ପତ୍ତିରେ ମଧ୍ୟ ଲାଭ ହେବାରେ ଲାଗିଲା । ପରେ କରଣ ‘ଦିଲ୍ ମିଲ୍ ଗୟେ’ ଏବଂ ଜୀ’ଟିଭିର ଲୋକପ୍ରିୟ ଶୋ ‘କୁବୁଲ୍ ହେ’ରେ କାମ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି । କରଣ ଗୋଟିଏ ଦିନର ଶୁଟ୍ ପାଇଁ ୮୦ ହଜାର ଟଙ୍କା ଚାର୍ଜ କରନ୍ତି ।

Leave a Reply

Your email address will not be published. Required fields are marked *