ଚାଣକ୍ୟ ନୀତି : ଏହି ବିପଦଶଙ୍କୁଳ ପରିସ୍ଥିତିରେ ମନେ ରଖନ୍ତୁ ଚାଣକ୍ୟଙ୍କ ଏହି କଥାଗୁଡ଼ିକ ! ଏହି ତିନୋଟି ଉପାୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ଚାଣକ୍ୟ ନୀତି : ଏହି ବିପଦଶଙ୍କୁଳ ପରିସ୍ଥିତିରେ ମନେ ରଖନ୍ତୁ ଚାଣକ୍ୟଙ୍କ ଏହି କଥାଗୁଡ଼ିକ ! ଏହି ତିନୋଟି ଉପାୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ଜଣେ ମହାନ ବିଦ୍ଵାନ ଥିଲେ । ଚାଣକ୍ୟ ନିଜର ନ୍ୟାୟପ୍ରିୟ ଆଚରଣ ପାଇଁ ପ୍ରସିଦ୍ଧ ଥିଲେ । ଏତେ ବଡ଼ ସାମ୍ରାଜ୍ୟର ମନ୍ତ୍ରୀ ହେବା ସତ୍ତ୍ୱେ ସେ ଏକ ସାଧାରଣ କୁଡ଼ିଆରେ ରହୁଥିଲେ । ତାଙ୍କ ଜୀବନ ବହୁତ ସାଧାସିଧା ଥିଲା । ଚାଣକ୍ୟ ନିଜ ଜୀବନରୁ ପାଇଥିବା ଅନୁଭବକୁ ଚାଣକ୍ୟ ନୀତିରେ ସ୍ଥାନିତ କରିଥିଲେ । ଚାଣକ୍ୟ ନୀତିରେ କିଛି ଏପରି କଥା କୁହାଯାଇଛି, ଯେଉଁଥିରେ ଯଦି ଜଣେ ବ୍ୟକ୍ତି ସବୁ ବୁଝିପାରେ ଏବଂ କାର୍ଯ୍ୟରେ ଲଗାଇପରେ; ତାହାଲେ ତାକୁ ସଫଳ ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ଏହା ସହିତ ଚାଣକ୍ୟ ନିଜର ପୁସ୍ତକରେ ରାଷ୍ଟ୍ର ଉପରେ ଆସିବାକୁ ଥିବା ବିପଦରୁ କିପରି ଭାବରେ ବଞ୍ଚିପାରିବା; ଏହା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

ସାଂପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ଵ କରୋନା ଭାଇରସ୍ ଜନିତ ପ୍ରକୋପରେ ଥରହର ହୋଇଉଠୁଛି । ଏହି କରୋନା କେବେ ଓ କିପରି ମୁକ୍ତି ପାଇବା ତାହା ସମୟ ହିଁ କହିବ । କରୋନା ଜୀବାଣୁ ପ୍ରକୋପକୁ କମାଇବା ପାଇଁ ଆମ ଦେଶର ସରକାର ସମଗ୍ର ଦେଶକୁ ୨୧ ଦିନ ଅର୍ଥାତ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ଡ଼ାଉନ୍ ଘୋଷଣା କରିଛନ୍ତି । ଏହି ପରିସ୍ଥିତିରେ ଆମେ ଆମ ଦେଶର ସରକାରକୁ କିପରି ସହଯୋଗ କରିବା ? ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଦ୍ୱାରା ବର୍ଣ୍ଣିତ କଥାଗୁଡ଼ିକ ବିଶେଷ କାମରେ ଆସିବ ।

କିପରି ଭାବରେ ବିପଦର ସମ୍ମୁଖୀନ କରିବା :

newstrend

ଘରେ ରୁହନ୍ତୁ :

ଚାଣକ୍ୟଙ୍କ ଅନୁଯାୟୀ, ଯେତେବେଳେ ବିପଦ ବହୁତ ବଡ଼ ହୋଇଥାଏ ଓ ଜନସାଧାରଣ ବା ସରକାର ମଧ୍ୟ ଏହାର ନିରାକରଣ ଜନିନାହାନ୍ତି, ତେବେ ଏହି ପରିସ୍ଥିତିରେ ବ୍ୟକ୍ତିଙ୍କୁ ଘରେ ରହି ହିଁ ପରିସ୍ଥିତି ସହିତ ମୁକାବିଲା କରିବା ଉଚିତ । ବାହାରକୁ ଯାଇ ଅନ୍ୟ ଲୋକଙ୍କୁ ହଇରାଣ କରିବା ଅପେକ୍ଷା, ଘରେ ରହି ବିପଦକୁ ଆଡ଼େଇବାରେ ଲୋକଙ୍କୁ ସହଯୋଗ କରିବା ଉଚିତ୍ ।

ରାଷ୍ଟ୍ରର ଆଦେଶ ଗୁଡ଼ିକ ପାଳନ :

Google

ଚାଣକ୍ୟଙ୍କ ଅନୁସାରେ ଆପଣ ଘରେ ରହି ରାଷ୍ଟ୍ର ଉପରେ ଆସିଥିବା ବିପଦକୁ ଆଡ଼େଇ ପାରିବେ । ଚାଣକ୍ୟ କହିଛନ୍ତି ଯେ, ସମସ୍ତ ବିପଦର ନିଜର ଗୋଟିଏ ଭିନ୍ନ ସ୍ୱରୂପ ରହିଥାଏ । ଆକ୍ରମଣ ସମୟରେ ଆମେ ଜାଣିଥାଉ ଯେ, ଆମର ଶତ୍ରୁ କିଏ ଓ ଆମେ ତା’ସହ ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରିଥାଉ । କିନ୍ତୁ ଯଦି ଶତ୍ରୁ ବିଷୟରେ ବିଶେଷ କିଛି ଜଣାନଥାଏ ଓ ସେ ଲୁଚି ରହିଥାଏ କିମ୍ବା ଶତ୍ରୁ ଦୃଶ୍ୟମାନ ହୁଏ ନାହିଁ, ତେବେ ଘରେ ରହି ରାଷ୍ଟ୍ରର ଆଦେଶଗୁଡ଼ିକର ପାଳନ କରିବା ଉଚିତ୍ । ଏଥିରେ ଆପଣଙ୍କ ଓ ଅନ୍ୟମାନଙ୍କ ମଧ୍ୟ ଲାଭ ହେବ ।

ଶାସନ ଓ ସତ୍ତାର ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ :

Google

ଶାସନ ଓ ସତ୍ତାରେ ଅନେକ କର୍ତ୍ତବ୍ୟବାନ ଲୋକ ଅଛନ୍ତି । ତାଙ୍କ ଦ୍ୱାରା ପ୍ରଦତ୍ତ ନିର୍ଦ୍ଦେଶ ଗୁଡ଼ିକୁ ମାନି ଆପଣ ବିପଦକୁ ଏଡ଼ାଇ ପାରିବେ । ଯେଉଁ ବ୍ୟକ୍ତି ଶାସନ ଓ ସତ୍ତାକୁ ମାନିନଥାନ୍ତି, ସେ ନିଜ ସହ ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ବିପଦକୁ ଆହ୍ଵାନ କରିଥାଏ । ଏଥିପାଇଁ ବିପଦର ଏହି ସମୟରେ ସର୍ବଦା ଶାସନ ଓ ସତ୍ତାରେ ବସିଥିବା ଲୋକଙ୍କ କଥା ମାନିବା ଉଚତ୍ ।

ମତଭେଦ ଦୂର କରିବା :

Google

ବିପଦ ସମୟରେ ନିଜ ନିଜ ଭିତରେ ଥିବା ମତଭେଦକୁ ଭୁଲିଯିବା ଉଚିତ୍ । ଏହି ପରିସ୍ଥିତିରେ ସମସ୍ତେ ଏକତ୍ରୀ ହୋଇ ରାଷ୍ଟ୍ର ଉପରେ ଆସିଥିବା ସଙ୍କଟର ସମ୍ମୁଖୀନ କରିବା ଉଚିତ୍ । ଆପଣଙ୍କ ଚେଷ୍ଟା ରହିବା ଉଚିତ ଯେ, ଆପଣ ଲୋକଙ୍କ ମଧ୍ୟରେ ଜାଗୃକତା ଆଣିପାରିବେ ।

ତିନୋଟି ଉପାୟ ଉପରେ ଅମଳ କରନ୍ତୁ

Google

ମହାମାରୀ ଓ ଗମ୍ଭୀର ରୋଗକୁ ଯଦି ଆପଣ ଗମ୍ଭୀରତାର ସହିତ ନେବେ ନାହିଁ; ତେବେ ପ୍ରକୃତରେ ଆଗକୁ ଯାଇ ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ଏହା ଆପଣଙ୍କ ବ୍ୟତୀତ ସମାଜ ପାଇଁ ମଧ୍ୟ ବହୁତ ବଡ଼ ବିପଦ ସୃଷ୍ଟି କରିପାରେ । ଏଥିପାଇଁ ତିନୋଟି ବହୁତ ଜରୁରୀ ଉପାୟ ସ୍ୱଚ୍ଛତା, ଜାଗୃକତା ଓ ସୁରକ୍ଷାକୁ କେବେ ହେଲେ ଭୁଲିବେ ନାହିଁ । ଯଦି ଏହି ତିନୋଟି ଉପାୟ ଉପରେ ଅମଳ କରିବେ; ତେବେ ଏହି ସମସ୍ୟାକୁ ହ୍ରାସ କରାଯାଇପାରିବ ।

Leave a Reply

Your email address will not be published. Required fields are marked *