ବିହାର DGP ଖୋଲିଛନ୍ତି ଅନେକ ରହସ୍ୟ ! କହିଛନ୍ତି- ସୁଶାନ୍ତଙ୍କ ଆକାଉଣ୍ଟରୁ ୫୦ କୋଟି ଟଙ୍କା ବାହାର କରାଯାଇଥିଲା । ମୁମ୍ବାଇ ପୋଲିସ୍ କାହିଁକି ଚୁପ୍ ଅଛି ?

ବିହାର DGP ଖୋଲିଛନ୍ତି ଅନେକ ରହସ୍ୟ ! କହିଛନ୍ତି- ସୁଶାନ୍ତଙ୍କ ଆକାଉଣ୍ଟରୁ ୫୦ କୋଟି ଟଙ୍କା ବାହାର କରାଯାଇଥିଲା । ମୁମ୍ବାଇ ପୋଲିସ୍ କାହିଁକି ଚୁପ୍ ଅଛି ?

ସୁଶାନ୍ତ ସିଂହ ରାଜପୂତଙ୍କ ମାମଲାକୁ ନେଇ ମୁମ୍ବାଇ ଏବଂ ବିହାର ପୋଲିସ ଆମ୍ନା-ସାମ୍ନା ହୋଇ ଯାଇଛନ୍ତି । ମୁମ୍ବାଇ ପୋଲିସର ମନୋଭାବରେ କ୍ରୋଧିତ ହୋଇ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେୟ ଏହି ମାମଲାରେ ମୁମ୍ବାଇ ପୋଲିସକୁ ଅନେକ ପ୍ରଶ୍ନ କରିଛନ୍ତି । ଡିଜିପି ମୁମ୍ବାଇ ପୋଲିସକୁ ପଚାରିଛନ୍ତି କି, ସୁଶାନ୍ତ ମାମଲାର ତଦନ୍ତ ସମୟରେ ତାଙ୍କ ଟଙ୍କାର ଯାଞ୍ଚ କଣ ପାଇଁ କରାଯାଇ ନାହିଁ ? କଣ ପାଇଁ ଏହି ମାମଲାର ଯାଞ୍ଚ ପ୍ରତ୍ୟେକ ଦିଗରୁ କରାଯାଉନାହିଁ ।

ଆକାଉଣ୍ଟରୁ ବାହାର କରାଯାଇଛି ୫୦ କୋଟି ଟଙ୍କା

newstrend

ସୁଶାନ୍ତ ସିଂହ ରାଜପୂତଙ୍କ ଟଙ୍କା ସମ୍ପର୍କରେ ଡିଜିପି ଗୁପ୍ତେଶ୍ୱର ପାଣ୍ଡେୟ ସୂଚନା ଦେବା ସହିତ କହିଛନ୍ତି କି, ବିଗତ ଚାରି ବର୍ଷ ମଧ୍ୟରେ ସୁଶାନ୍ତଙ୍କ ଆକାଉଣ୍ଟକୁ ପାଖାପାଖି ୫୦ କୋଟି ଟଙ୍କା ଆସିଥିଲା ​​ଏବଂ ତାଙ୍କ ଆକାଉଣ୍ଟରୁ ଏହି ଟଙ୍କା ବାହାର ମଧ୍ୟ କରାଯାଇଥିଲା । ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥା ଅଟେ । ଏହି ଟଙ୍କାରେ ନା କୌଣସି ଜମି କ୍ରୟ କରାଯାଇଛି ନା କୌଣସି ବଡ ଜିନିଷ । ବିହାର ଡିଜିପିଙ୍କ କହିବାନୁସାରେ, ଏକ ବର୍ଷ ମଧ୍ୟରେ ତାଙ୍କ ଆକାଉଣ୍ଟକୁ ୧୭ କୋଟି ଟଙ୍କା ଆସିଥିଲା, ଯେଉଁଥିରୁ ୧୫ କୋଟି ଟଙ୍କା ବାହାର କରାଯାଇଥିଲା । ଏତେ ମାତ୍ରାରେ ଟଙ୍କା ଉଠାଇବା କଣ ଯାଞ୍ଚ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ନୁହେଁ କି ? ଆମେ ଚୁପ୍ ବସିବା ଲୋକ ନୁହେଁ । ଆମେ ମୁମ୍ବାଇ ପୋଲିସକୁ ପ୍ରଶ୍ନ କରିବୁ କି ଏହିପରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ କାହିଁକି ଦବାଇ ଦିଆଯାଉଛି ।

newstrend

ଅପର ପକ୍ଷରେ ପାଟଣାର ଏସପି ବିନୟ ତିୱାରୀଙ୍କୁ ବିଏମସି ଦ୍ୱାରା ସଙ୍ଗରୋଧ କରାଯିବା ଉପରେ ସେ କହିଛନ୍ତି କି, ଆମକୁ ଏହି ମାମଲା ସହିତ ଜଡିତ ପ୍ରମାଣ କିମ୍ବା ଶବ ବ୍ୟବଚ୍ଛେଦ ଫରେନସିକ୍ ରିପୋର୍ଟ ଦେବା ପରିବର୍ତ୍ତେ ମୁମ୍ବାଇ ପୋଲିସ୍ ତାଙ୍କୁ ଘରୋଇ ଗିରଫ କରିଦେଇଛି । ମୁଁ ଏହି ପ୍ରକାରର ଅସହଯୋଗକୁ ଅନ୍ୟ କୌଣସି ରାଜ୍ୟ ପୋଲିସଙ୍କ ଠାରୁ ଦେଖି ନାହିଁ । ଯଦି ମୁମ୍ବାଇ ପୋଲିସ୍ ମାମଲାର ସମାଧାନ ପାଇଁ ସଚ୍ଚୋଟ ହୋଇଥାନ୍ତେ ତେବେ ସେ ଆମ ସହିତ ସବିଶେଷ ତଥ୍ୟ ସେୟାର କରିଥାନ୍ତେ ।

ଗତକାଲି ମୁମ୍ବାଇ ପୋଲିସ୍ ଖୋଲିଥିଲା ଅନେକ ରହସ୍ୟ

newstrend

ସୋମବାର ଦିନ ମୁମ୍ବାଇ ପୋଲିସ୍ କମିଶନର ପରମ୍ ବୀର ସିଂହ ମଧ୍ୟ ଗଣମାଧ୍ୟମ ସହ କଥାବାର୍ତ୍ତା କରିଥିଲେ ଏବଂ ପ୍ରଥମ ଥର ପାଇଁ ଏହି ମାମଲାକୁ ନେଇ ଅନେକ ସୂଚନା ଦେଇଛନ୍ତି । ମୁମ୍ବାଇ ପୋଲିସ୍ କମିଶନର ପରମ୍ ବୀର ସିଂହ ଗତକାଲି କହିଥିଲେ କି, ସୁଶାନ୍ତଙ୍କ ଆକାଉଣ୍ଟରେ ପ୍ରାୟ ୧୮ କୋଟି ଟଙ୍କା ଥିଲା । ଯେଉଁଥିରୁ ସେ ସାଢ଼େ ଚାରି କୋଟି ତାଙ୍କ ବର୍ତ୍ତମାନ ତାଙ୍କ ଆକାଉଣ୍ଟରେ ଏଫଡି ଆକାରରେ ଅଛି । ଅବଶିଷ୍ଟ ୧୩-୧୩.୫ କୋଟି ଖର୍ଚ୍ଚ ହୋଇଛି, ଏହାର ଯାଞ୍ଚ କରାଯାଉଛି । ମୁମ୍ବାଇ ପୋଲିସ୍ କମିଶନର ବିହାର ପୋଲିସ୍ ଦ୍ୱାରା କରାଯାଇଥିବା ତଦନ୍ତ ଉପରେ ପ୍ରଶ୍ନ କରିବା ସହିତ କହିଥିଲେ କି ଅପରାଧ ଯଦି ଆପଣଙ୍କ କ୍ଷେତ୍ର ଅଧିକାରର ବହିର୍ଭୁତ ଅଟେ ତେବେ ଆମ ସୂଚନା ଅନୁଯାୟୀ, ଶୂନ୍ୟ ଏଫଆଇଆର ପଞ୍ଜିକରଣ କରି ମାମଲା ହସ୍ତାନ୍ତର କରାଯାଇଥାଏ । ଏଥି ସହିତ ସେ ଆଗକୁ ଏହା ମଧ୍ୟ କହିଛନ୍ତି କି ସୁଶାନ୍ତ ଦିଶାଙ୍କୁ ଜାଣି ହିଁ ନଥିଲେ । ଦିଶାଙ୍କ ମୃତ୍ୟୁ ଖବର ପରେ ସେ କିଛି ଲୋକଙ୍କୁ ଏକ ମେସେଜ୍ ମଧ୍ୟ ପଠାଇଲେ କି ଏହି ଦିଶା କିଏ ଅଟନ୍ତି ? ଆମ ପାଖରେ ମେସେଜ୍ ମଧ୍ୟ ଅଛି । ସୁଶାନ୍ତ ଦିଶାଙ୍କ ମାମଲାରେ ତାଙ୍କ ନାମ ଯୋଡା ଯିବାକୁ ନେଇ ଚିନ୍ତିତ ଥିଲେ । ସେ ଆଗକୁ ଏହା ମଧ୍ୟ କହିଛନ୍ତି କି ମୃତ୍ୟୁ ପୂର୍ବରୁ ସୁଶାନ୍ତ ଇଣ୍ଟରନେଟରେ ବିନା ଯନ୍ତ୍ରଣା ଦାୟକ ମୃତ୍ୟ ମଧ୍ୟ ଅନୁସନ୍ଧାନ କରିଥିଲେ ।

newstrend

ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ସୁଶାନ୍ତଙ୍କ ବାପା କେ.କେ ସିଂହ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ ଛଅ ଜଣ ଵ୍ୟକ୍ତିଙ୍କ ନାମରେ ତାଙ୍କ ପୁଅକୁ ଆତ୍ମହତ୍ୟା କରିବା ପାଇଁ ଚକ୍ରାନ୍ତ କରିବାର ଏକ ମାମଲା ପାଟଣାରେ ଦାଖଲ କରିଛନ୍ତି । ଯାହା ପରେ ବିହାର ପୋଲିସର ଚାରି ଜଣିଆ ଟିମ୍ ମୁମ୍ବାଇ ଆସି ଏହି ମାମଲାର ଯାଞ୍ଚ କରୁଛନ୍ତି । ଏହି ଦଳର ନେତୃତ୍ୱ ନେବା ପାଇଁ ପାଟଣା ଏସପି ବିନୟ ତିୱାରୀ ମଧ୍ୟ ରବିବାର ମୁମ୍ବାଇ ଆସିଥିଲେ । କିନ୍ତୁ ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ କରି ଦିଆଯାଇଛି । ଯାହା ଉପରେ ବିହାର ଡିଜିପି ଗୁପ୍ତେଶ୍ଵର ପାଣ୍ଡେୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *