‘ସାରା ଅଲୀ ଖାନ୍’ଙ୍କର ବଡ଼ ଖୁଲାସା, କହିଲେ- ବାପାଙ୍କ ସହିତ ସେହି ଘରେ ରହି ପାରିବେ ନାହିଁ ! କାରଣ ସେଠାରେ…

‘ସାରା ଅଲୀ ଖାନ୍’ଙ୍କର ବଡ଼ ଖୁଲାସା, କହିଲେ- ବାପାଙ୍କ ସହିତ ସେହି ଘରେ ରହି ପାରିବେ ନାହିଁ ! କାରଣ ସେଠାରେ…

ଅଭିନେତା ‘ସୈଫ୍ ଅଲୀ ଖାନ୍’ଙ୍କ ଝିଅ ସାରା ଅଲୀ ଖାନ୍ ଯେବେଠାରୁ ଫିଲ୍ମକୁ ଆସିଛନ୍ତି, ସେବେଠାରୁ ତାଙ୍କ ବିଷୟରେ ଜାଣିବାକୁ ସମସ୍ତେ ଉତ୍ସୁକ । କିନ୍ତୁ ସାରା ଅଲୀ ଖାନ୍ କିଛିବି କହିବାକୁ ଦ୍ଵିଧା କରନ୍ତି ନାହିଁ । ଏହାପରେ ବି ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଛି ଯେ ସାରା ନିଜ ମା ଅମୃତାଙ୍କ ସହିତ କାହିଁକି ରହୁଛନ୍ତି । ଏହି ପ୍ରଶ୍ନର ଉତ୍ତର ସାରା ଅଲୀ ଖାନ୍ ଦେଇଛନ୍ତି ଯେ- “ମୋ ମା ମୋତେ ଛୋଟ ବେଳୁ ପାଳିଛନ୍ତି । ଇବ୍ରାହିମ୍ ହେବାପରେ ଆମ ମା’ ଆମକୁ ପୁରା ସମୟ ଦେଇଛନ୍ତି, ଏମିତିକି ଆମର ଦେଖାଶୁଣା କରିବା ପାଇଁ ସେ ନିଜର କ୍ୟାରିଅର୍ କୁ ଶେଷ କରିଦେଇଛନ୍ତି । ପୁଣି ଯେଉଁ ଘରେ ମୋ ବାପା-ମା ସାଥିରେ ଖୁସି ନାହାଁନ୍ତି ସେହି ଘରେ ମୁଁ ରହି ପାରିବିନି । ପରନ୍ତୁ ଇଣ୍ଡଷ୍ଟ୍ରିରେ ସାରା ପ୍ରଥମ ଷ୍ଟାର୍ କିଡ୍ସ ନୁହନ୍ତି ଯିଏ ବାପା-ମାଙ୍କ ମଧ୍ୟରୁ କୌଣସି ଜଣଙ୍କୁ ସିଲେକ୍ଟ କରିଛନ୍ତି । ମା-ବାପାଙ୍କ ମଧ୍ୟରେ ମନମାଳିନ୍ୟର ପିଲାଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

ଏହି କଥାର କୌଣସି ସନ୍ଦେହ ନାହିଁ ଯେ ଯେତେବେଳେ କୌଣସି ସ୍ୱାମୀ-ସ୍ତ୍ରୀ ପରସ୍ପର ଠାରୁ ଅଲଗା ହୋଇ ରହିବାକୁ ନିଷ୍ପତ୍ତି ନିଅନ୍ତି କିମ୍ବା ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନିଅନ୍ତି । ସେତେବେଳେ ଏହାର ସିଧାସଳଖ ପ୍ରଭାବ ପିଲାଙ୍କ ଜୀବନ ଉପରେ ପଡ଼ିଥାଏ । ଝଗଡ଼ା ପରେ ଏକ ସମ୍ପର୍କ ଚାଲିବା ଖୁବ୍ କଷ୍ଟକର କାମ ହୋଇଯାଏ । କିନ୍ତୁ ଏହାଠାରୁ ବି ଅଧିକ କଠିନ ହୋଇଥାଏ ଅଲଗା ଅଲଗା ରହି ଏକ ଭଲ ବାପା-ମା ହେବା ।

ଏହା ବାସ୍ତବରେ ସତ ଯେ ପିଲା ମାତା-ପିତା ସଂରକ୍ଷଣରେ ରହି ବଡ଼ ହୁଅନ୍ତି । ତାଙ୍କୁ କେବଳ ମାତା-ପିତା, କସ୍ଟଡିୟାଲ୍ ମାତା ପିତା କିମ୍ବା, ଛାଡ଼ପତ୍ରପ୍ରାପ୍ତ ମାତା-ପିତାଙ୍କ ସହିତ ରହିବା ଖୁବ୍ କଷ୍ଟକର ହୋଇଥାଏ । କିନ୍ତୁ ମାତା-ପିତା ଚାହିଁଲେ ଏସବୁ ମଧ୍ୟରେ ବି ସେମାନଙ୍କୁ ଏକ ଭଲ ଭବିଷ୍ୟତ ଦେଇପାରିବେ । ଯେଉଁ ପିତା ମାତାଙ୍କର ଛାଡ଼ପତ୍ର ହେବାର ଥାଏ ସେମାନେ ଭଲ ଭାବରେ ଏକ ଗର୍ଜିୟାନ୍ ହେବାର ମାନସିକ ସ୍ଥିତିରେ ନଥାନ୍ତି । ଏପରି ସ୍ଥିତିରେ ଅନୁଶାସନ କମ୍ ଏବଂ ବଞ୍ଚିବାର ଢ଼ଙ୍ଗ ଅଧିକ ପ୍ରଭାବୀ ହୋଇଥାଏ । ଯାହା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏଥିରେ ବାପା-ମା ଚାହିଁଲେ ପରସ୍ପରର କଳହ କୁ ଏକ ଭଲ ବନ୍ଧୁ ଭାବରେ ତାର ଧ୍ୟାନ ରଖିପାରିବେ ।

ପୁଣି ଏକ ଛାଡ଼ପତ୍ରପ୍ରାପ୍ତ ମା-ବାପା ଏବଂ ପିଲାଙ୍କ ମଧ୍ୟରେ ବଣ୍ଡ ବନାଇ ପାରିବା ଖୁବ୍ କଠିନ କାମ ହୋଇଥାଏ । ପିଲାଙ୍କ ପାଇଁ ମଧ୍ୟ ଏହା ଖୁବ୍ ଚ୍ୟାଲେଞ୍ଜ ପୂର୍ଣ୍ଣ ସମୟ ହୋଇଥାଏ ଯାହା ସେମାନଙ୍କ ମାନସିକ ସ୍ଥିତିକୁ କ୍ଷତି ପହଞ୍ଚାଇ ପାରେ । ଘରେ ଯାହାସବୁ ଚାଲୁଛି ? କାହିଁକି ହେଉଛି । ଏସବୁ ସ୍ଥିତିରେ ମାନସିକ ଚିନ୍ତା ବଢ଼ିଥାଏ । ଛାଡ଼ପତ୍ରରେ କେବଳ ଦୁଇଜଣ ଲୋକ ଅଲଗା ହୋଇ ନଥାନ୍ତି ବରଂ ପରିବାର ଅଲଗା ହୋଇଯାଏ ଓ ପିଲାଙ୍କୁ ଏହି କାରଣରୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ । ମା-ବାପା ଧ୍ୟାନ ଦେଲେ ଏସବୁରୁ ବର୍ତ୍ତି ହେବ ।

Leave a Reply

Your email address will not be published. Required fields are marked *